ଆଉ ଦେଖିବାକୁ ମିଳିବନି ଡିଜେ ଗାଡି !!!
ରାଜ୍ୟ ପରିବହନ ପ୍ରାଧିକରଣ ଡିଜେ ଗାଡି ପାଇଁ କଟକଣା ଲଗାଇଛନ୍ତି |
ମୂଳ ଢାଞ୍ଚାକୁ ବେଆଇନ ପରିବର୍ତ୍ତନ ବିରୋଧରେ ସର୍କୁଲାର ଜାରି କରାଯାଇଛି। ଗାଡିର ମୂଳ ଢାଞ୍ଚାରେ ପରିବର୍ତ୍ତନ ଓ ନିୟମ ଉଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିର୍ଦ୍ଧାରିତ ସୀମା ପାର, ଶଦ୍ଦ ଏବଂ ଆଲୋକ ବ୍ୟବସ୍ଥା ଉପରେ କଟକଣା ଜାରି କରାଯାଇଛି।
ଏପରିକି ଆଇନ୍ ଅନୁଯାୟୀ ଜରିମାନା ସହ ପଞ୍ଜୀକରଣ ଓ ଫିଟ୍ନେସ୍ ରଦ୍ଦ ଲାଗି ନିର୍ଦେଶ ମଧ୍ୟ ରହିଛି।
ସାର୍ବଜନୀନ ସ୍ଥାନରେ ବେଆଇନ୍ ଭାବେ ଡିଜେ ବ୍ୟବହାର ବିରୋଧରେ ମଧ୍ୟ ଚେତାବନୀ ଦିଆଯାଇଛି।
ଏ ନେଇ ସମସ୍ତ ଆର୍ଟିଓ ଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସ୍ଟିଏ ନିର୍ଦେଶ ଦେଇଛି। ଡିଜେ ଗାଡି ଜବତ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ନିର୍ଦେଶ ଦିଆଯାଇଛି।