ଆତ୍ମନିର୍ଭର ଭାରତ ଗଠନରେ ଓଡ଼ିଶାର ଅବଦାନ...

Dec 29, 2025 - 22:22
 4
ଆତ୍ମନିର୍ଭର ଭାରତ ଗଠନରେ ଓଡ଼ିଶାର ଅବଦାନ...

ଆଗାମୀ ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀର କର୍ଭବ୍ୟ ପଥରେ ଗଡ଼ିବ ଓଡ଼ି ବିଶ୍ବ ଦେଖ୍ବ କୃଷିରୁ ଓଡ଼ିଶାର ପ୍ରଜ୍ଞା ପନ ମେଢ ଷିରୁ ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ଆତ୍ମନିର୍ଭର ଭାରତ ଗଠନରେ ଓଡ଼ିଶାର ଅବଦାନ

ଆଗାମୀ ସାଧାରଣତନ୍ତ୍ର ଦି ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଚଳିତ ବର୍ଷ ଦେଖିବାକୁ ମିଳିବ ଓଡିଶାର ପ୍ରଜ୍ଞାପନ ମେଢ । ସ୍ବଦେଶୀ ସାମଗ୍ରୀ ଉତ୍ପାଦନ ମାଧ୍ଯମରେ ସାଂପ୍ରତିକ ଭାରତକୁ ଆତ୍ମନିର୍ଭର ଭାରତ ଭାରତରେ ପରିଣତ କରିବା ଦୃଷ୍ଟିକୋଣକୁ ନେଇ ଚଳିତ ବର୍ଷ ପାଇଁ ପ୍ରଜ୍ଞାପନ ମେଢର ବିଷୟବସ୍ତୁ 'ସମୃଦ୍ଧିର ମନ୍ତ୍ର ଆତ୍ମନି ନିର୍ଭର ଭାରତ' ରତ' ଆଧାର ଆଧାରରେ ଓଡ଼ିଶାର ପ୍ରଜ୍ଞାପନ ମେଢରେ କୃଷିରୁ ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ଆତ୍ମନିର୍ଭର ଓଡ଼ିଶାର ଅ ଅବଦାନ ଦେଖିବାକୁ ମିଳିବ । ଭାରତ ଗଠନରେ

ପ୍ରଜ୍ଞାପନ ମେଢରେ, ଓଡ଼ିଶାର ଗାର କୃଷି ଓ ସାଂସ୍କୃତିକ ସମୃଦ୍ଧିରୁ ଆଧୁନିକ ଶିଳ୍ପ, ଦକ୍ଷତା ବିକାଶ ଏବଂ ନବସୃଜନ ଓ ପ୍ରଯୁକ୍ତିର ଏକ ସମ୍ମିଳି ଳିତ ଦୃଶ୍ୟ ଉପସ୍ଥାପନ କରାଯିବ ଯିବ । ଜାତୀୟ ଦୃଷ୍ଟିକୋଣ ସହିତ ସମନ୍ୱୟ ରଖ୍ ଓଡ଼ିଶା କିପରି ତାହା ହାର ପ୍ରାକୃତିକ ସମ୍ପ ସମ୍ପଦ, ସାଂସ୍କୃତିକ ଐତିହ୍ୟ, ମାନବ ସମ୍ବଳ এক ପ୍ରଯୁକ୍ତିବିଦ୍ୟା ଉପଯୋଗରେ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନକୁ ଇନ୍ଧନ ପ୍ରଦାନ ପ୍ରଦାନ କରୁଛି, ତାହା ଓଡିଶାଗ ଶାର ପ୍ରଜ୍ଞାପନ ମେଢ ମାଧ୍ଯମରେ ପ୍ରଦର୍ଶିତ ହେବ । କୃଷି, ଶିଳ୍ପ, ଅର୍ଥନୀତି, ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଏବଂ ପ୍ରଯୁକ୍ତିବିଦ୍ୟା- ଚାଳିତ ସମାଧାନ ଆଦି ବିଭିନ୍ନ ପ୍ରତୀକାତ୍ମକ ଉପାଦାନଗୁଡ଼ିକୁ ଏକତ୍ରୀତ କରି, ପ୍ରସ୍ତୁତ ରାଜ୍ୟର ସାମଗ୍ରିକ ବିକାଶ ମଡେଲ ଏବଂ ଭାରତର ସାମାଜିକ ଓ ଅର୍ଥନୈ ନୈତିକ ପ୍ରଗତିରେ ଓଡ଼ିଶାର ଗୁରୁତ୍ବପୂର୍ଣ ଭୂମିକାକୁ ପ୍ରତିଫଳିତ କରିବାକୁ ଯାଇ, ପ୍ରଜ୍ଞାପନ ମେଢର ବିଭିନ୍ନ ଅଂଶରେ କୋରାପୁଟ କଫିରୁ ସିଳି ସିଲିକନ ସେମିକଣ୍ଡବ୍ ଣ୍ଡକ୍ଟର ପର୍ଯ୍ୟନ୍ତ ନିରନ୍ତର ଯାତ୍ରାକୁ ଉପସ୍ଥା ପସ୍ଥାପନ କରାଯିବ 1

1 ଜଗନ୍ନାଥ ରଥର ଭୂମି ଭାବେ ନିର୍ମିତ ପ୍ରଜ୍ଞାପନ ମେଢର ସମ୍ମୁଖ ଭାଗ ଉପରେ ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତିକରଣ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରାଯାଇଥିବା ବେଳେ, ମଧ୍ୟଭାଗରେ ସ୍ଥାୟୀ ଜୀବିକା ଓ ରାଜ୍ୟର କୃଷି ଉତ୍କୃଷ୍ଟତାର ପ୍ରତିନିଧ୍ ସ୍ବରୂପ କୋରାପୁଟ କଫି ଏବଂ ଏହାର ଅପରପାର୍ଶ୍ଵରେ ଉନ୍ନ‌ତ ପ୍ରଯୁକ୍ତିବିଦ୍ୟା ଆଧାରିତ ଜଟିଳ ଇଲେକ୍ଟ୍ରୋ କ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ଦିଗରେ ଓଡ଼ିଶାର ପ୍ରଗତିକୁ ସିଲିକନ୍ ସେମିକଣ୍ଡକ୍ଟର ଚିପ୍ ମାଧ୍ଯମରେ ପ୍ରତିଫଳିତ ହେବ । ପଶ୍ଚାତ୍‌ ଭାଗରେ ଭାଗରେ ଓଡ଼ିଶାର ଓଡ଼ି ଅନନ୍ୟ ସ୍ଥାପତ୍ୟ ଏବଂ କାଳଜୟୀ କଳାତ୍ମକ ଐତିହ୍ୟର ପ୍ରଦର୍ଶନ ସ୍ବରୂପ କୋଣାର୍କ ସୂର୍ଯ୍ୟ ମନ୍ଦିରର ଏକ ପ୍ରତିରୂପ ସ୍ଥାନିତ ହେବ । ସମ୍ୱଲପୁରୀ ବସ୍ତ୍ର ଆଚ୍ଛାଦିତ ପ୍ରଜ୍ଞାପନ ମେଢର ଉଭୟ ପାର୍ଶ୍ବରେ ପାରମ୍ପରିକ ଜନଜାତି ଚିତ୍ରକଳା ଉପରେ ରୂପା ତାରକସୀ କାରୁକାର୍ଯ୍ୟ, ଓଡ଼ିଶାର ଗଭୀର ସାଂସ୍କୃତିକ ପରିଚୟ ଏବଂ ଉତ୍କୃଷ୍ଟ ହସ୍ତଶିଳ୍ପ ପରମ୍ପରାକୁ ପ୍ରତିଫଳିତ କରାଯିବ ।

ପ୍ରାଚୀନ ଷୋଡ଼ଶ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ ଲୋକପ୍ରିୟ ଥିବା ଓଡ଼ିଶାର ଅନ୍ୟତମ ଲୋକନୃତ୍ୟ ତ୍ଯ ଚଇତି ଘୋଡା ଗୀତ ଓ ନୃପ ନୃତ୍ୟ ମାଧ୍ଯମରେ ନୃତ୍ୟଶିଳ୍ପୀମାନେ ଆତ୍ମନିର୍ଭର ଭାରତରେ ଓଡ଼ିଶାର ଭୂମିକାକୁ ପ୍ରଜ୍ଞାପନ ମେଢର ଉଭୟ ପାର୍ଶ୍ବରେ ଉପସ୍ଥାପ ସ୍ଥାପନ କରିବେ ।

ଗତ ନଭେମ୍ବର ୧୧ ତାରିଖରୁ ଚଳିତ ଡିସେମ୍ୱର ୨୨ ତାରିଖ ମଧ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ଓଡ଼ିଶାର ଶାର ପ୍ରଜ୍ଞାପନ ମେଢକୁ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ବାରା ମନୋନୀତ ବିଶେଷଜ୍ଞ କମିଟିର ପର୍ଯ୍ୟାଲୋଚନା ପରେ ଆଗାମୀ ସାଧ ସାଧାରଣତନ୍ତ୍ର ଦିବସରେ ଓଡିଶାର ପ୍ରଜ୍ଞାପନ ମେଢ ନୂଆଦିଲ୍ଲୀର କର୍ଭବ୍ୟ ପଥରେ ପ୍ରଦର୍ଶନ ପାଇଁ ଆଜି ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ସୂଚନା ପ୍ରାପ୍ତ ହୋଇଛି ।

ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ମାଧ୍ୟମରେ ମହିଳା ସଶକ୍ତକରଣକୁ ନେଇ ଗତ ୨୦୨୪ରେ ପ୍ରଦର୍ଶିତ ଓଡ଼ିଶାର ପ୍ରଜ୍ଞାପନ ପନ ମେଢ କର୍ତ୍ତବ୍ୟ ପଥରେ ପରାକାଷ୍ଠା ପ୍ରଦର୍ଶନ କରି ସମଗ୍ର ଦେଶରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ, ଓଡ଼ିଶାର ହସ୍ତତନ୍ତ ଓ ବୟନ ବୟନ କଳା ଉପରେ ଆଧାରିତ ୨୦୨୫ର ପ୍ରଜ୍ଞାପନ ମେଢ ଜାନୁଆରୀ ୨୬ ରୁ ୩୧ ତାରିଖ ପର୍ଯ୍ୟନ୍ତ ଲାଲକିଲ୍ଲା ନିକଟରେ ଅନୁଷ୍ଠିତ ଭାରତ ତ ପର୍ବର 'ଦେଖୋ ଅପନା ଦେଶ' କାର୍ଯ୍ୟକ୍ରମରେ ସାମିଲ ହୋଇଥିଲା ।