ଆନନ୍ଦ ଆଶ୍ରୟ ରେ ଅଗ୍ନିକାଣ୍ଡ.
"ଆନନ୍ଦ ଆଶ୍ରୟ" ଏକ ନିର୍ଭରଯୋଗ୍ୟ ନିରାଶ୍ରୟଙ୍କ ଆଶ୍ରୟ ସ୍ଥଳୀ | ଏହା ୟୁନିଟ - ୩, ଖାରବେଳ ନଗରରେ ଅବସ୍ଥିତ |
ଏହା ସହରାଞ୍ଚଳ ଆଶ୍ରୟ ସ୍ଥଳୀ ଭାବେ ପରିଚିତ | ଏହା ସମୁଦାୟ ୨୮ ଶଯ୍ୟାଯୁକ୍ତ ଥିଲାବେଳେ ୪ ଜଣ କର୍ମଚାରୀ କର୍ମ ନିଯୁକ୍ତ ପାଇ ରହିଛନ୍ତି |
ଆଜି ହଠାତ ସକାଳ ୭-୩0 ସମୟରେ ବିଦ୍ୟୁତ ଜନିତ ଅଘଟଣରେ ୬ ଟି bed ସମ୍ପୂର୍ଣ ପୋଡି ପାଉଁଶ ହୋଇଯାଇଛି |
ଏହି ସମୟରେ କୌଣସି ଅନ୍ତେବାସୀ ନ ଥିବା ସ୍ଥଳେ ସ୍ଥାନୀୟ ମୁସଲିମ ଯୁବକମାନଙ୍କ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇ ଥିଲା | ପରେ ଦମକଳ ବାହିନୀ ଆସି ଅବଶିଷ୍ଟକୁ ଆୟତ୍ତ କରିଥିଲେ |
ଫଳତଃ ସେହି କ୍ଷୟ କ୍ଷ ତିର ଘୋଷିତ ମୂଲ୍ୟ 50,000/- ହେବ ବୋଲି ଅନୁମାନ କରାଯାଏ |
ଏହି ପରିପ୍ରେକ୍ଷୀରେ ମାନବ ପ୍ରେମୀ ମାନଙ୍କୁ ଅନୁରୋଧ ସେମାନଙ୍କ ସହଯୋଗ ଏଥିପାଇଁ ସର୍ବଦା ଉନ୍ମୁକ୍ତ ହେଉ ||