ଆରମ୍ଭ ହେଲା ଚାଷୀ ପଞ୍ଜିକରଣ .
୧୯ରୁ ଆରମ୍ଭ ହେବ ଚାଷୀ ପଞ୍ଜିକରଣ । ଏନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୫-୨୬ ବର୍ଷର ଖରିଫ ଧାନ ଫସଲ ପାଇଁ ୧୯ରୁ ଏହି ପଞ୍ଜୀକରଣ କରାଯିବ ।ଏହା ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ |
ଏନେଇ ଡିଆରସି ଓ ଏଆରସି ମାନଙ୍କୁ କୁହାଯାଇଛି ଯେ, ଧାନ ସଂଗ୍ରହ ସମ୍ପର୍କିତ ନିର୍ଦ୍ଦେଶାବଳୀ ଓ ପ୍ରକ୍ରିୟା ସମ୍ପର୍କିତ ତଥ୍ୟ ପ୍ୟାକ୍ସ ଓ ଲ୍ୟାମ୍ପସ୍କୁ ଠିକ୍ ଭାବେ ଜଣାଇବେ । ଏହାସହ ଠିକ୍ ସମୟରେ ଚାଷୀଙ୍କ ପଞ୍ଜୀକରଣ ହୋଇପାରିବ , ତାହା ସୁନିଶ୍ଚିତ କରାଇବା ଦିଗରେ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି| ଧାନ ସଂଗ୍ରହ ନଭେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ । ଏହା ଆସନ୍ତାବର୍ଷ ମାର୍ଚ୍ଚ ୩୧ ଯାଏଁ ଚାଲିବ । ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ୧୯ ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୨୦ ଯାଏଁ ଚାଲିବ ।
ଯେପରି କୌଣସି ବି ଚାଷୀ ପଞ୍ଜିକରଣରୁ ବାଦ ନ ପଡନ୍ତି ସେଥିପ୍ରତି ଦୃଢ଼ ଦୃଷ୍ଟି ଦେବାକୁ ଡ଼ିଆରସି ଓ ଏଆରସି ମାନଙ୍କୁ ନିର୍ଦେଶ ଦିଆ ଯାଇଛି |