ଆସନ୍ନ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

Oct 29, 2025 - 14:59
 4
ଆସନ୍ନ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର, ୨୮ ଅକ୍ଟୋବର:

ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ବାତ୍ୟା ‘ମୋନ-ଥା’ ଦ୍ବାରା ପୂର୍ବତଟ ରେଳପଥ କ୍ଷେତ୍ର ପ୍ରଭାବିତ ହେବ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ଆଜି ପୂର୍ବତଟ ରେଳପଥର ବରିଷ୍ଠ ଅଧ୍କାରୀମାନଙ୍କ ମାନଙ୍କ ସହିତ ବାତ୍ୟା ମୁକାବିଲା ସ୍ଥିତି ସମୀକ୍ଷା କରିଛନ୍ତି I ବିଶେଷ କରି ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ବଂ ତେଲ ତେଲଙ୍ଗାନାରେ ପ୍ରଭାବିତ ହେବାକୁ ଥ‌ିବା ରେଳ ଭିତ୍ତିଭୂମିର ସୁରକ୍ଷା ଏବଂ ଯାତ୍ର ନିରାପତ୍ତା ସୁନିଶ୍ଚିତ କରିବା ଉପରେ ରେଳ ମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ବାତ୍ୟା ପୂର୍ବରୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ଶ୍ରୀ ବୈଷ୍ଣବ ବିଭାଗୀୟ ଅଧ୍କାରୀମାନଙ୍କୁ ନିର୍ଦ୍ଦେଶ ଦେଚ୍ଚ ଦଇଛନ୍ତି। ଯାତ୍ରୀଙ୍କ

କେନ୍ଦ୍ର ମମ୍ ମନ୍ତ୍ରୀ ଡିଭିଜନ ସ୍ତରୀୟ ଜରୁରିକାଳୀନ କକ୍ଷକୁ କାର୍ଯ୍ୟକ୍ଷମ କରିବା ସହ ସ୍ଥିତି ଉପରେ ୨୪ ଘଣ୍ଟିଆ ନି ନିରୀକ୍ଷଣ ଲାଗି କହିଛନ୍ତି । ଆନ୍ଧ୍ରପ୍ର ପ୍ରଦେଶର ବିଜୟୱାଡ଼ା, ବିଶାଖାପ ଖାପାଟଣା ଏବଂ ଗୁଣ୍ଟୁର ଡିଭିଜନରେ ଜରୁରୀ ଉପକରଣ, ଯନ୍ତ୍ରାଂଶ ଏବଂ ଯଥେଷ୍ଟ ସଂଖ୍ୟାରେ ରେଳ କର୍ମଚାରୀଙ୍କୁ ପୁନରୁଦ୍ଧ ରୁଦ୍ଧାର ଲାଗି ପ୍ରସ୍ତୁତ ରଖିବା ପାଇଁ ରେଳମନ୍ତ୍ରୀ ନିର୍ଦ୍ଦେଶ । ଦେଇଛନ୍ତି । ଯାତ୍ରୀଙ୍କ ଅସୁବିଧାକୁ_ ହ୍ରାସ କରିବା ଲାଗି ରେଳ ଚଳାଚଳ ଉପରେ ନଜର ରଖିବା ଏବଂ ଏହାକୁ ସୁବ୍ୟବସ୍ଥିତ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି । ଜରୁରୀକାଳୀନ ପରିସ୍ଥିତି ଏବଂ ଆବଶ୍ୟକ ସତର୍କତାମୂଳ ଦକ୍ଷେପ ନେବା ଲାଗି ପୂର୍ବତଟ, ଦକ୍ଷିଣ ତଟ ଏବଂ ଦକ୍ଷିଣ କେନ୍ଦ୍ରୀୟ ରେଳ ଜେ ଅଧିକାରୀମାନଙ୍କୁ ଆବଶ୍ୟକ ସମ୍ୱଳ ଯୋଗାଡ଼ ପାଇଁ ରେଳ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜୋନ

ଇତିମଧ୍ଯରେ ଯେକୌଣସି ପ୍ରକାର ସହାୟତା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଭୁବନେଶ୍ବର ପାଇଁ 8114382371, ଖୋର୍ଦ୍ଧା ରୋଡ୍ ପାଇଁ -9668978727, ବ୍ରହ୍ମପୁର-9668978725 ଏବଂ ପଲାସା ପାଇଁ -9668978724 ନମ୍ବରରେ ଯୋଗାଯୋଗ କରାଯାଇପାରିବ I