ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ (ITEP) ପାଠ୍ୟକ୍ରମରେ ଆଡ଼ମିଶନ ପାଇଁ ବିଜ୍ଞପ୍ତି...
ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ (ITEP) ପାଠ୍ୟକ୍ରମରେ ଆଡ଼ମିଶନ ପାଇଁ ବିଜ୍ଞପ୍ତି...
ଜୁନ୍ ୨୦ ତାରିଖରୁ ଆବେଦନ କରିପାରିବେ ଛାତ୍ରଛାତ୍ରୀ
ଜୁଲାଇ ୧୦ ତାରିଖରେ ପ୍ରକାଶିତ ହେବ ପ୍ରଥମ ମେଧା ତାଲିକା
ଏନସିଇଟି (NCET) ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ (ITEP) ପାଠ୍ୟକ୍ରମ ପାଇଁ ଚୟନିତ ହେବେ ଛାତ୍ରଛାତ୍ରୀ
ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ (Integrated Teacher Education Programme -ITEP) ପାଠ୍ୟକ୍ରମରେ ଆଡ଼ମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି
ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ଉକ୍ତ ପାଠ୍ୟକ୍ରମ ନିମନ୍ତେ ଆବେଦନ କରିପାରିବେ।
ଜୁନ୍ ୨୦ ତାରିଖ ଅପରାହ୍ନ ୨ ଘଟିକାଠାରୁ ସାମ୍ସ ପୋର୍ଟାଲରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏହି ଆବେଦନ ପ୍ରକିୟା ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୧୦ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶିତ ହେବ।
ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ ପାଠ୍ୟକ୍ରମରେ ନାମଲେଖା ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (NTA) ଦ୍ୱାରା ଅନୁଷ୍ଠିତ ନ୍ୟାସନାଲ୍ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ର (NCET-2026) ମାର୍କ ଆଧାରରେ କରାଯିବ।
ଶିକ୍ଷାବର୍ଷ ୨୦୨୬-୨୭ରେ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ ପାଠ୍ୟକ୍ରମରେ ପାଠପଢ଼ା ଆସନ୍ତା ଅଗଷ୍ଟ ୧, ୨୦୨୬ ରିଖରେ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।