ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଭାରତର ପ୍ରଗତି

Oct 12, 2025 - 08:25
Oct 12, 2025 - 08:28
 5
ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଭାରତର ପ୍ରଗତି

2024-25 ମସିହାରେ ଉତ୍ପାଦନ 11.3 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ଏକ ଦଶନ୍ଧି ମଧ୍ୟରେ ଛଅ ଗୁଣରୁ ଅଧୂକ ବଢ଼ିଲା

ଇଲେକ୍ଟ୍ରୋନିକ୍ସ ଉତ୍ପାଦନ 2014–15ରେ 1.9 ଲକ୍ଷ କୋଟି ଟଙ୍କାରୁ ପ୍ରାୟ ଛଅ ଗୁଣ ବୃଦ୍ଧି ପାଇଁ 2024–25ରେ 11.3 ଲକ୍ଷ କୋଟିରେ ପହଞ୍ଚିଛି

ମୋବାଇଲ୍ ଫୋନ୍ ରପ୍ତାନି 2014–15ରେ 1,500 କୋଟି ଟଙ୍କାରୁ 127 ଗୁଣ ବୃଦ୍ଧି ପାଇ 2024-25ରେ 2 ଲକ୍ଷ କୋଟିରେ ପହଞ୍ଚିଛି

ଭାରତ ବିଶ୍ବର ଦ୍ବିତୀୟ ବୃହତ୍ତମ ମୋବାଇଲ୍ ଫୋନ୍ ନିର୍ମାତା

ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଗତ 10 ବର୍ଷରେ 25 ଲକ୍ଷ ନିଯୁକ୍ତି ସୃଷ୍ଟି କରିଛି

ଭାରତ ଦ୍ରୁତ ଗତିରେ ଏକ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କେନ୍ଦ୍ରରେ ପରିଣତ ହୋଇଛି, ଗତ ଦଶନ୍ଧି ମଧ୍ଯରେ ରେ ଉତ୍ପାଦନରେ ପ୍ରାୟ ଛଅ ଗୁଣ ବୃଦ୍ଧି ପାଇଛି। ଏହି କ୍ଷେତ୍ର କେବଳ ଏହାର ଶିଳ୍ପ ଭିତ୍ତଭୂମିକୁ ବିସ୍ତାର କରିନାହିଁ ବରଂ ଗତ 10 ବର୍ଷ ମଧ୍ୟରେ 25 ଲକ୍ଷ ନିଯୁକ୍ତି ମଧ୍ଯ ସୃଷ୍ଟି କରିଛି। 2030-31 ସୁଦ୍ଧା 500 ବିଲିୟନ ଡଲାରର ଘରୋଇ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋସିଷ୍ଟମ ଗଠନର ମହତ୍ବାକାଂକ୍ଷୀ ଦୃଷ୍ଟିକୋଣ ସହିତ ଭାରତ ବିଶ୍ବ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ଭାବରେ ଉଭା ହେବାକୁ ପ୍ରସ୍ତୁତ ରହିଛି । ଏହା ଦେଶରେ ବିପୁଳ ସୁଯୋଗ ସୃଷ୍ଟି କରିବା ସହିତ ବିଶ୍ବ ପାଇଁ ମଧ୍ଯ ନବସୃଜନ କରିବ ।

ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଏବଂ ରପ୍ତାନି ପରିଦୃଶ୍ୟ

ଆତ୍ମନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ଯୋଜନା ଦେଶରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ବଂ ରପ୍ତାନିକୁ ତ୍ବରାନ୍ବିତ କରିଛି । ଇଲେକ୍ଟ୍ରୋନିକ୍ସ ଉତ୍ପାଦନ 2014–15ରେ 1.9 ଲକ୍ଷ କୋଟି ଟଙ୍କାରୁ ପ୍ରାୟ ଛଅ ଗୁଣ ବୃଦ୍ଧି ପାଇ 2024–25ରେ 11.3 ଲକ୍ଷ କୋଟିରେ ପହଞ୍ଚିଛି । ସେହି ସମୟ ମଧ୍ୟରେ ରପ୍ତାନି 38,000 କୋଟି ଟଙ୍କାରୁ ଆଠ ଗୁଣ ବୃଦ୍ଧି ପାଇ 3.27 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଗତ 10 ବର୍ଷ ମଧ୍ୟରେ, ଭାରତରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ 25 ଲକ୍ଷ ନିଯୁକ୍ତି ସୃଷ୍ଟି କରିଛି । ଭାରତ ଆର୍ଥିକ ବର୍ଷ 2020-21 ଠାରୁ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ 4 ବିଲିୟନ ଆମେରିକୀୟ ଡଲାରରୁ ଅଧୂକ ଏଫଡିଆଇ ପ୍ରବାହ ଆକର୍ଷିତ କରିଛି। ଆର୍ଥକ ବର୍ଷ 2024-25ରେ ଭାରତୀୟ ଇଲେକ୍ଟ୍ରୋନିକ୍ ସାମଗ୍ରୀର ଶ୍ରେଷ୍ଠ 5ଟି ରପ୍ତାନି ଗନ୍ଧବ୍ୟସୁଳ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା, ୟୁଏଇ, ନେଦରଲ୍ୟାଣ୍ଡସ, ବ୍ରିଟେନ ଏବଂ ଇଟାଲୀ।

ଉତ୍ପାଦନ ଆଧାରିତ ପ୍ରୋତ୍ସାହନ (ପିଏଲଆଇ) ଥାଇ) ଯୋଜନା ଏବଂ ବ୍ୟବସାୟ କରିବାର ସହଜତା ଜତାରେ ଉନ୍ନତି ଭଳି ସହାୟକ ପଦକ୍ଷେପ ଉତ୍ପାଦନ ଏବଂ ରପ୍ତାନିକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି। ଇଲେକ୍ଟ୍ରୋନିକ୍ସ ଉତ୍ପାଦନର ଦ୍ରୁତ ଅଭିବୃଦ୍ଧି ଦେଶବ୍ୟାପୀ ଯଥେଷ୍ଟ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିବା ବେଳେ ଭାରତ ଇଲେକ୍ଟ୍ରୋନିକ୍ସ୍ କ୍ଷେତ୍ର କ୍ଷେତ୍ର ବିଶ୍ବ ଯୋଗାଣ ଶୃଙ୍ଖଳରେ ଗଭୀର ଭାବରେ ସଂଲଗ୍ନ ହୋଇଛି, ପ୍ରତିଦ୍ଵନ୍ଦ୍ରିତା ବୃଦ୍ଧି କରିଛି ଏବଂ ବି ବିଦେଶୀ ନିବେଶକୁ ଆକର୍ଷିତ କରିଛି।

ମୋବାଇଲ ଉ ଉତ୍ପାଦନ ଓ ରପ୍ତାନି

ଭାରତର ମୋବାଇଲ୍ ଫୋନ୍ ବିପ୍ଳବ ଜୀବନ ଏବଂ ଜୀବିକାକୁ ପୁନଃଆକାର ଦେଉଛି। 85 ପ୍ରତିଶତରୁ ଅଧୂକ ଭାରତୀୟ ପରିବାର ଅତି କମରେ ଗୋଟିଏ ସ୍ମାର୍ଟଫୋନ୍ ମାଲିକ ହୋଇଥିବାରୁ ଏହି ଡିଭାଇସ୍ ଆଜି ବ୍ୟାଙ୍କିଙ୍ଗ, ଶିକ୍ଷା, ମନୋରଞ୍ଜନ ଏବଂ ସରକାରୀ ସେବା ପାଇଁ ଏକ ଉପକରଣ ଭାବରେ କାର୍ଯ୍ୟ କରେ। ମୋବାଇଲ ମଧ୍ୟ ଭାରତରେ ଆର୍ଥକ ସଶକ୍ତିକରଣର ମାଧ୍ୟମ ପାଲଟିଛି । ମୋବାଇଲ୍ ଫୋନ୍ ଉତ୍ପାଦନ 2014–15ରେ 18 ହଜାର କୋଟି ଟଙ୍କାରୁ 2024–25ରେ 28 ଗୁଣ ବୃଦ୍ଧି ପାଇ 5.45 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଭାରତ ବିଶ୍ବର ଦ୍ବିତୀୟ ବୃହତ୍ତମ ମୋବାଇଲ୍ ଫୋନ୍ ନିର୍ମାତା ହୋଇପାରିଛି। ଭାରତର ମୋବାଇଲ୍ ନିର୍ମାଣ ଶିଳ୍ପ ଦ୍ରୁତ ଗତିରେ ବୃଦ୍ଧି ପାଇଛି - 2014 ରେ ମାତ୍ର 2ଟି ୟୁନିଟ୍ ଥୂବା ବେଳେ ଆଜି ଏହା 300 ରୁ ଅଧୂକ ୟୁନିଟ୍‌ରେ ପହଞ୍ଚିଛି। ଦେଶବ୍ୟାପୀ ପ୍ରାୟ 100 କୋଟି ମୋବାଇଲର ସକ୍ରିୟ ବ୍ୟବହାର ସହିତ ବାର୍ଷିକ ପ୍ରାୟ 330 ନିୟୁତ ମୋବାଇଲ୍ ଫୋନ୍ ଉତ୍ପାଦିତ ହେଉଛି । ରପ୍ତାନି 127 ଗୁଣ ବୃଦ୍ଧି ପାଇଛି, 2014-15ରେ 1,500 କୋଟି ଟଙ୍କାରୁ 2024-25 ରେ 2 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଭାରତ ମୋବାଇଲ୍ ଉତ୍ପାଦନରେ ପ୍ରାୟ ଆତ୍ମନିର୍ଭରଶୀଳତା ହାସଲ କରିଛି । 2014-15ରେ ଏହାର ଆବଶ୍ୟକତାଗୁଡ଼ିକର 78 ପ୍ରତିଶତ ଆମଦାନୀ କରିବା ଠାରୁ ଆରମ୍ଭ କରି ଆଜି ପ୍ରାୟ ସମସ୍ତ ଉପକରଣ ଘରୋଇ ଭାବରେ ଉତ୍ପାଦନ କରିବା ପର୍ଯ୍ୟନ୍ତ ଭାରତ ସ୍ବଦେଶୀ ମୋବାଇଲ ଉତ୍ପାଦନରେ ସଫଳତା ହାସଲ କରିଛି ।

ନିକଟରେ ଭାରତରେ ଇଣ୍ଡିଆ ମୋବାଇଲ କଂଗ୍ରେସ 2025କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ। ଏଥିରେ 150ରୁ ଅଧୂକ ଦେଶରୁ 1.5 ଲକ୍ଷରୁ ଅଧୂକ ପରିଦର୍ଶନ ପରିଦର୍ଶନ ସାମିଲ ହୋଇଥିଲେ। ସେହିପରି 7ହଜାରରୁ ଅଧୂକ ପ୍ରତିନିଧ, 800ରୁ ଅଧୂକ ବକ୍ତା ଏବଂ 400 କମ୍ପାନୀ ସାମିଲ ହୋଇଥିଲେ । ଏଥିରେ 1600ରୁ ଅଧୂକ ମୋବାଇଲ ପ୍ରଯୁକ୍ତି, 5ଜି, 6ଜି, ଏଆଇ, ସ୍ମାର୍ଟ ମୋବିଲିଟି, ସାଇବର ସୁରକ୍ଷା, କ୍ଵାଣ୍ଟମ କମ୍ପ୍ୟୁଟିଂ, ସବୁଜ ପ୍ରଯୁକ୍ତି ଆଦି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନୀ, ଆଲୋଚନା ଅଧୂବେଶନ