କୃଷି କ୍ଷେତ୍ର ପାଇଁ ୩୫,୪୪୦ କୋଟି ମୂଲ୍ୟର ଦୁଇଟି ପ୍ରମୁଖ ଯୋଜନା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ଦେଶର ଆତ୍ମନିର୍ଭରଶୀଳତା ଏବଂ କୃଷକଙ୍କ କଲ୍ୟାଣ ପାଇଁ ଦୁଇଟି ନୂତନ ଯୋଜନା- ପିଏମ୍ ଧନ-ଧାନ୍ୟ କୃଷି ଯୋଜନା ଏବଂ ଡାଲି ଆତ୍ମନିର୍ଭରଶୀଳତା ମିଶନ ଆରମ୍ଭ କରାଯାଇଛି : ପ୍ରଧାନମନ୍ତ୍ରୀ
ଆମେ ଚାଷୀଙ୍କ ସ୍ବାର୍ଥ ପାଇଁ ବିହନ ଠାରୁ ବଜାର ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସଂସ୍କାର ଆଣିଛୁ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ ଯୋଜନା ପାଇଁ ୧୦୦ ଜିଲ୍ଲାର ଚୟନ ତିନୋଟି ମାନଦଣ୍ଡ ଉପରେ ଆଧାରିତ: ପ୍ରଧାନମନ୍ତ୍ରୀ
ଡାଲି ଆତ୍ମନିର୍ଭରଶୀଳତା ମିଶନ କେବଳ ଡାଲି ଉତ୍ପାଦନ ବୃଦ୍ଧି କରିବା ପାଇଁ ଏକ ମିଶନ ନୁହେଁ, ବରଂ ଆମର ଭବିଷ୍ୟତ ପିଢ଼ିକୁ ସଶକୁ କରିବା ପାଇଁ ଏକ ଅଭିଯାନ: ପ୍ରଧାନମନ୍ତ୍ରୀ
ଗତ ୧୧ ବର୍ଷ ଧରି, ଚାଷୀମାନଙ୍କୁ ସଶକ୍ତ କରିବା ଏବଂ କୃଷିରେ ନିବେଶ ବୃଦ୍ଧି କରିବା ଲାଗି ସରକାର ନିରନ୍ତର ଉଦ୍ୟମ କରିଚାଲିଛନ୍ତି : ପ୍ରଧାନମନ୍ତ୍ରୀ
ପଶୁପାଳନ, ମାଛଚାଷ ଏବଂ ମହୁମାଛି ପାଳନ କ୍ଷୁଦ୍ରଚାଷୀ ଏବଂ ଭୂମିହୀନ ପରିବାରକୁ ସଶକ୍ତ କରିଛି: ପ୍ରଧାନମନ୍ତ୍ରୀ
ଆଜି, ଗାଁଗୁଡ଼ିକରେ, ନମୋ ଡ୍ରୋନ୍ ଦିଦିମାନେ ସାର ଏବଂ କୀଟନାଶକ ସିଞ୍ଚନର ଆଧୁନିକ ପଦ୍ଧତିକୁ ଗ୍ରହଣ କରୁଛନ୍ତି : ପ୍ରଧାନମନ୍ତ୍ରୀ
ଗୋଟିଏ ପଟେ, ଆମକୁ ସ୍ବାବଲମ୍ବନ ହେବାକୁ ପଡିବ, ଏବଂ ଅନ୍ୟପଟେ, ଆମକୁ ବିଶ୍ବ ବଜାର ପାଇଁ ବି ଉତ୍ପାଦନ କରିବାକୁ ହେବ : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ଏକ ସ୍ବତନ୍ତ୍ର କୃଷି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସେ କୃଷକମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।
ପ୍ରଧାନମନ୍ତ୍ରୀ ୩୫,୪୪୦ କୋଟି ଟଙ୍କା ବ୍ୟୟ ଅଟକଳରେ କୃଷି କ୍ଷେତ୍ରରେ ଦୁଇଟି ପ୍ରମୁଖ ଯୋଜନାର ଶୁଭାରମ୍ଭ କରିଥିଲେ । ସେ ୨୪,୦୦୦ କୋଟି ଟଙ୍କା ବ୍ୟୟରେ ପି ପିଏମ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିଥିଲେ । ସେ ମଧ୍ୟ ୧୧,୪୪୦ କୋଟି ଟଙ୍କା ବ୍ୟୟରେ ଡାଲି ଆତ୍ମନିର୍ଭରଶୀଳତା ମିସନର ଶୁଭାରମ୍ଭ ( କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ଯ କୃଷି, ପଶୁପାଳନ, ମାଛଚାଷ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ ୫୪୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଜାତି ଶ୍ୟରେ ଉତ୍ସର୍ଗ କରିଥିଲେ । ଏହା ସହିତ ସେ ଅତିରିକ୍ତ ୮୧୫ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତପ୍ରସ୍ତର ସ୍ଥାପନ କରିଥିଲେ।
ଏହି ଅବସ ବସରରେ ଦେଶବାସୀଙ୍କୁ ସମ୍ବୋଧୂତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ହେଉଛି ଭାରତ ମାତାର ଦୁଇ ମହାନ ସୁପୁତ୍ରଙ୍କ ଜୟନ୍ତୀ । ଏହି ଦୁଇଜଣ ଭାରତର ଗଣତାନ୍ତ୍ରିକ ଢାଞ୍ଚା ଏବଂ ଗ୍ରାମୀଣ ବିକାଶକୁ ପୁନଃପରିଭାଷିତ କରିଥିଲେ। ଜୟପ୍ରକାଶ ନାରାୟଣଜୀ ଏବଂ ନାନାଜୀ ଦେଶମୁଖଜୀ ଗ୍ରାମୀଣ ଭାର ଭାରତର ସ୍ବର ଥିଲେ ଲ ଏବଂ ବଂ କୃଷକ ଏବଂ ଅବହେଳିତଙ୍କ ସଶକ୍ତିକରଣ ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ"।
ଏହି ଅବସ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଏବଂ ଡାଲି ଆତ୍ମନିର୍ଭରତା ମିଶନ, ଆତ୍ମନିର୍ଭରଶୀଳତା, ଗ୍ରାମୀଣ ସଶକ୍ତିକରଣ ଏବଂ କୃଷି ନବସୃଜନର ଏକ ନୂତନ ଯୁଗ ଆରମ୍ଭ କରିବା ପାଇଁ ଡିଜାଇନ୍ କରାଯାଇଛି, ଯାହା ଦେଶର କୋଟି କୋଟି ଚାଷୀଙ୍କୁ ସିଧାସଳଖ ଲାଭ ଦେବ। "ଭାରତ ସରକାର ଏହି ଯୋଜନାଗୁଡ଼ିକରେ ୩୫,୦୦୦ କୋଟିରୁ ଅଧୂକ ନିବେଶ କରିବେ, ଯାହାକି ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ଏବଂ ଦେଶ । ପାଇଁ ଖାଦ୍ୟ ଏବଂ ପୁଷ୍ଟି ସୁରକ୍ଷା ହାସଲ କରିବା ଦିଗରେ ସରକାରଙ୍କ ଅଟଳ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ", ଶ୍ରୀ ମୋଦୀ କହିଛନ୍ତି।