ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଜଳ ସଂପଦ ବିଭାଗ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା

Dec 9, 2025 - 09:12
 4
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଜଳ ସଂପଦ ବିଭାଗ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା

ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଦୃଷ୍ଟିକୋଣକୁ ଲକ୍ଷ୍ୟ ରଖ୍ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ପରାମର୍ଶ

ସକ୍, -୮.୯୧.୧୦୧୪:

ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଆଜି ଜଳ ସମ୍ପଦ ବିଭାଗରେ ବଜେଟ୍ ଅନୁମୋଦନ ମୁତାବକ ଖର୍ଚ୍ଚ, ଆଗାମୀ ବର୍ଷ ପାଇଁ ଆର୍ଥିକ ପ୍ରସ୍ତାବନା ସଂପର୍କରେ ଏକ ବୈଠକରେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆ ଆଲୋଚନା କରିଥିଲେ । ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ହାସଲ ଦୃଷ୍ଟିକୋଣକୁ ଆଖ୍ ଆଗରେ ରଖ୍ ରାଜ୍ୟରେ ଜଳ ସଂପଦର ବିକାଶ, ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବା ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଜଳ ସଂପଦ ବିଭାଗରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ଯକ୍ଷତା କରି ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ରାଜ୍ୟର ସମସ୍ତ ପ୍ରମୁଖ ଜଳ ଳସମ୍ପଦ ପ୍ରକଳ୍ପଗୁଡ଼ିକର ସଠିକ୍ ଭାବରେ ଏବଂ ସହଜରେ କାର୍ଯ୍ୟ ତ୍ବରାନ୍ବିତ ସୁନିଶ୍ଚିତ କରିବା ଏବଂ ପ୍ରକଳ୍ପ କାର୍ଯ୍ୟକାରିତାରେ ଆର୍ଥିକ ଯୋ ଯୋଜନା ଉପରେ ଗୁରୁତ୍ବ ଦେଇଥିଲେ । ସେ ପ୍ରକଳ୍ପଗୁଡ଼ିକ ସମୟାନୁସାରେ କାର୍ଯ୍ୟାନ୍ଵୟନ, ସଠିକ୍ ପୂର୍ବାନୁମାନ ଏବଂ ଆର୍ଥିକ ବ୍ୟବସ୍ଥାର ର ସର୍ବୋତ୍ତମ ଉପଯୋଗ କରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବିଭାଗର ସମସ୍ତ ଶାଖାଗୁଡ଼ିକର ସମନ୍ବଯ ସ୍ୱୟ ଓ ସମ୍ମିଳିତ ପ୍ରୟାସରେ ଲକ୍ଷ୍ୟ ସାଧନ କରାଯାଇପାରିବ ବୋଲି ସେ ପ୍ରକାଶ କରିଥିଲେ ।

ସମୀକ୍ଷା ବୈଠକରେ ପ୍ରକଳ୍ପ ଶେଷ କରିବା ପାଇଁ ଆଗାମୀ ଆର୍ଥିକ ବର୍ଷକୁ ଦୃଷ୍ଟିରେ ରଖ୍ ଏକ ଧ୍ୟାନକୈନ୍ଦ୍ରିକ ଏବଂ ଫଳାଫଳଢି ଳଭିଭିକ ରୋଡମ୍ୟାପ୍ ପ୍ରସ୍ତୁତି କରିବା ଯାହାକି, ରାଜ୍ୟ ସରକାରଙ୍କ ରହିଥ‌ିବା ଦୀର୍ଘକାଳୀନ ରାଜ୍ୟ ଏବଂ ଜାତୀୟ ବିକାଶ ପ୍ରାଥମିକତାର ପ୍ରତିବଦ୍ଧତାକୁ ହାସଲ କରିବାରେ ସଫଳ ହୋଇପାରିବ ବୋଲି ଉନ୍ନୟନ କମିଶନର ପ୍ରକାଶ କରିଥିଲେ ।