ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କଏକ ନୂଆ ପଦକ୍ଷେପ...
୨,୨୪,୮୮୪ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ₹୧୧୭.୧୨ କୋଟି ଟଙ୍କା ସୁଧ ଫେରସ୍ବ
ଆଜି ମିଶନ ଶକ୍ତି ଭବନ, ଭୁବନେଶ୍ବରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ କରକମଳରେ ₹୧୧୭.୧୨ କୋଟି ଟଙ୍କା ସୁଧ ରାଶିକୁ ୨,୨୪,୮୮୪ ଗୋଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଖାତାକୁ ଫେରସ୍ବ କରାଯାଇଛି।
କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ ଓ ଓଡିଶା ଜୀବିକା ମିଶନର ବରିଷ୍ଠ ଅଧୂକାରୀଗଣ ଏବଂ ବିଭିନ୍ନ ବ୍ୟାଙ୍କର ପ୍ରତିନିଧୂମାନେ ଉପସ୍ଥିତ ଥିଲେ।
ଓଡିଶା ସରକାରଙ୍କ ଏହି ପଦକ୍ଷେପ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଆର୍ଥିକ ଭାର କମାଇବା ସହିତ ବ୍ୟାଙ୍କ ଋଣ ସହାୟତା ଓ ମହିଳା-ନେତୃତ୍ବାଧୀନ ଉଦ୍ୟୋଗ ଓ ଜୀବିକାମୂଳକ ଅର୍ଥନୈତିକ କାର୍ଯ୍ୟକଳାପକୁ ସୁଦୃଢ କରିବ ବୋଲି ଆଶା କରୁଛୁ