ଏନଏଚ ୫୫ରେ ବନ୍ୟା ଜଳ ପ୍ରବାହିତ ନେଇ ବିଜେଡି ର ବିଜେପି ସରକାରଙ୍କୁ ପ୍ରଶ୍ନ...

Jul 17, 2026 - 07:58
 6
ଏନଏଚ ୫୫ରେ ବନ୍ୟା ଜଳ ପ୍ରବାହିତ ନେଇ ବିଜେଡି ର ବିଜେପି ସରକାରଙ୍କୁ ପ୍ରଶ୍ନ...

ଢେଙ୍କାନାଳ ଓ ଅନୁଗୁଳର ବିଭିନ୍ନ ସ୍ଥାନରେ ଜଳ ପ୍ରବାହିତ ଯୋଗୁଁ ଗମନାଗମନ ଠପ୍ 

ଜାତୀୟ ରାଜପଥ ନିର୍ମାଣ ଡିଜାଇନ୍ ନେଇ ପ୍ରଶ୍ନବାଚି

ସମସ୍ୟା ସମାଧାନ କରି ନିରବଚ୍ଛିନ୍ନ ଯୋଗାଯୋଗ ବ୍ୟବସ୍ଥା ପାଇଁ ଦାବି

ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ୫୫ନମ୍ବର ଜାତୀୟ ରାଜପଥରେ ବନ୍ୟା ଜଳ ପ୍ରବାହିତ ହେଉଛି। ଯାହା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। 

ଢେଙ୍କାନାଳ ଜିଲ୍ଲାର ନିମବହାଲି, ଇଟପା ଏବଂ ଅନୁଗୁଳ ଜିଲ୍ଲାର ଗରହସାନ୍ତ୍ରି- ନୂଆହାଟ ଓ ବଡକେରା ଆଦି ସ୍ଥାନରେ ଜାତୀୟ ରାଜପଥରେ ବନ୍ୟା ଜଳ ପ୍ରବାହିତ ହେଉଛି। ଜାତୀୟ ରାଜପଥ ନମ୍ୱର ୫୫ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ ଅଟେ। ବନ୍ୟା ଜଳ ପ୍ରବାହିତ ଯୋଗୁଁ ଗମନା ଗମନରେ ବାଧକ ସୃଷ୍ଟି ହୋଇଛି। 

ଏକ ଜାତୀୟ ରାଜପଥ ବିଶେଷ କରି ଜରୁରୀ ସମୟରେ ନିରବଚ୍ଛିନ୍ନ ଯୋଗାଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ନିର୍ମିତ ହୋଇଥାଏ। କିନ୍ତୁ ଯାତ୍ରୀ ମାନେ ଜଳ ପ୍ରବାହିତ ରାସ୍ତା ଦେଇ ଯାତାୟାତ କରିବାରେ ବାଧ୍ୟ ସୃଷ୍ଟି ହୋଇଛି। 

ଯାହା ଜୀବନ ବିପନ୍ନ କରିବା ସହ ସମୟ ମଧ୍ୟ ବିଳମ୍ବ କରୁଛି। ଏହା କେବଳ ଏକ ଅସୁବିଧା ନୁହେଁ ଏହା ଏକ ଗମ୍ଭୀର ସମସ୍ୟା ମଧ୍ୟ ଅଟେ ବୋଲି ବିଜେଡି ପକ୍ଷରୁ କ୍ଷୋଭ ପ୍ରକାଶ କରିଛନ୍ତି। 

ବିଜୁ ଜନତା ଦଳର ଗଣମାଧ୍ୟମ ସଂଯୋଜକ ତଥା ପ୍ରବୋକ୍ତା ଡ ଲେନିନ ମହାନ୍ତି କହିଛନ୍ତି ଯେ, ଜାତୀୟ ରାଜପଥ ଆମର ଦୈନନ୍ଦିନ ଗମନା ଗମନର ମାଧ୍ୟମ ଅଟେ। ପ୍ରତିଟି ଜାତୀୟ ରାଜପଥ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିର୍ଭରଶିଲ ଅଟେ। 

କିନ୍ତୁ ଜାତୀୟ ରାଜପଥରେ ଏହିପରି ସ୍ଥିତି ଯୋଗୁଁ ଯାତାୟାତ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ୫୫ନମ୍ବର ଜାତୀୟ ରାଜପଥ ଦେଇ ଅନେକ ଖଣିଜ ପଦାର୍ଥ ଯାତାୟତ ହୋଇଥାଏ। 

ଜନସ୍ୱାସ୍ଥ୍ୟ, ସୁରକ୍ଷା ସମସ୍ୟା, ଆମ୍ବୁଲାନ୍ସ, ସ୍କୁଲ୍ ବସ୍, ଯାତ୍ରୀ ଯାନ, ପରିବହନ ଟ୍ରକ୍ ଏବଂ ଅନ୍ୟାନ୍ୟ ଜରୁରୀ ସେବା ଗୁଡ଼ିକ ଉକ୍ତ ଜାତୀୟ ରାଜପଥ ଉପରେ ନିର୍ଭର କରନ୍ତି। ଏହିପରି ବନ୍ୟା ଜଳ ପ୍ରବାହିତ ଯୋଗୁଁ ଗମନା ଗମନରେ ବାଧା ସୃଷ୍ଟି ହେଉଛି। ଯାହାକୁ ନେଇ ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ଡିଜାଇନକୁ ନେଇ ପ୍ରଶ୍ନବାଚି ସୃଷ୍ଟି କରିଛି ବୋଲି ଡ ମହାନ୍ତି କହିଛନ୍ତି? 

ଜାତୀୟ ରାଜପଥ ସଠିକ୍ ଭାବରେ ନିର୍ମାଣ ନେଇ ଡିଜାଇନ୍ ହୋଇଥାନ୍ତା, ତେବେ ଏହିପରି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା। ତ୍ରୁଟି ପୂର୍ଣ୍ଣ ଡିଜାଇନ, ଡ୍ରେନେଜ୍ ଯୋଜନା, ରକ୍ଷଣାବେକ୍ଷଣ ଆଦିରେ ତ୍ରୁଟି ରହିଛି। 

ଯାହା ଫଳରେ ଏହିପରି ସମସ୍ୟା ବାରମ୍ୱାର ସୃଷ୍ଟି ହେଉଛି। ଉକ୍ତ ସମସ୍ୟାର ତୁରନ୍ତ ସମାଧାନ ନେଇ ପଦକ୍ଷେପ ଗ୍ରହଣ କରିବାକୁ ବିଭଗୀୟ କର୍ତ୍ତୁପକ୍ଷଙ୍କୁ ନିବେଦନ କରିଛନ୍ତି। 

ଜାତୀୟ ରାଜପଥର କର୍ତ୍ତୃପକ୍ଷ ଏହାର ଡିଜାଇନ୍ ଆଦି ତୁରନ୍ତ ଯାଞ୍ଚ କରି ଜଳ ନିଷ୍କାସନ କରି ଗମନା ଗମନ ବ୍ୟବସ୍ଥା ସୁଗମ କରିବା ନେଇ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। 

ବନ୍ୟା କାରଣ ଚିହ୍ନଟ କରି ସମସ୍ୟାର ସମାଧାନ ପାଇଁ ଦୀର୍ଘକାଳୀନ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ଅଟେ। 

ଯାହା ଦ୍ୱାରା ଜାତୀୟ ରାଜପଥରେ ବର୍ଷତମାମ ସୁରକ୍ଷିତ ଭାବେ ଯାତାୟାତ ସମ୍ଭବ ହେବ। ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।