ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧୂ ଦଳ ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

Feb 2, 2026 - 23:20
 7
ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧୂ ଦଳ ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧୂ ଦଳ ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

ତେଲଙ୍ଗାନା ହାଇଦ୍ରାବାଦରୁ ଏକ ଗଣମାଧ୍ୟମ ପ୍ରତିନିଧୂ ଦଳ ଓଡ଼ିଶା ଗସ୍ତରେ ଆସିଛି । ଆଜି ଏହି ପ୍ରତିନିଧୂ ଦଳ ଭୁବନେଶ୍ବରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପରିଦର୍ଶନ କରିଛି । ସେଠାରେ ପ୍ରତିନିଧୂ ଦଳର ସଦସ୍ୟମାନେ ପିଆଇବି ଏବଂ ସିବିସିର ଅତିରିକୁ ମହାନିର୍ଦ୍ଦେଶକ (ଏଡିଜି) ଅଖୂଳ କୁମାର ମିଶ୍ର ଏବଂ ଅନ୍ୟ ଅଧୂକାରୀମାନଙ୍କ ସହ ମତବିନିମୟ କରିଛନ୍ତି । ଏଡିଜି ଶ୍ରୀ ମିଶ୍ର ସେମାନଙ୍କୁ ଓଡ଼ିଶାରେ ଗଣମାଧ୍ୟମର ସ୍ଥିତି ଏବଂ ପିଆଇବି ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ପକ୍ଷରୁ କରାଯାଉଥିବା ବିଭିନ୍ନ କ୍ଷେତ୍ରୀୟ ପ୍ରଚାରପ୍ରସାର କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ଏହି ଅବସରରେ ପିଆଇବି ଭୁବନେଶ୍ବରର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ସହାୟକ ନିର୍ଦ୍ଦେଶକ ପ୍ରଦୀପ କୁମାର ଚୌଧୁରୀ, ମହେନ୍ଦ୍ର ପ୍ରସାଦ ଜେନା, ଗଣମାଧ୍ୟମ ଓ ଯୋଗାଯୋଗ ଅଧୂକାରୀ ସ୍ବାଧୀନ ଶକ୍ତିପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ । ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧୂ ଦଳ କେନ୍ଦ୍ର ସରକାରଙ୍କ ଅଧୀନରେ ଓଡ଼ିଶାରେ କାର୍ଯ୍ୟ କରୁଥିବା ବିଭିନ୍ନ ଗଣମାଧ୍ୟମ ପ୍ରତିଷ୍ଠାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ଗସ୍ତ ଅବସରରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧୂ ଦଳ ଭୁବନେଶ୍ବର ସ୍ଥିତ ସିଏସଆଇଆର-ଆଇଆଇଏମଟି ପରିସରରେ ବୈଜ୍ଞାନିକଙ୍କ ସ‌ହ ମତବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଏହାବ୍ୟତୀତ ସେମାନେ ଭୁବନେଶ୍ବରର କଳାଭୂମି-ହସ୍ତଶିଳ୍ପ ସଂଗ୍ରହାଳୟ, ଆଦିବାସୀ ସଂଗ୍ରହାଳୟ, ଆଇସିଏଆର ସିଫା ମଧ୍ଯ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେମାନେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିବେ। ଏହି ପ୍ରତିନିଧୂ ଦଳ ବିଶ୍ବପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ପୁରୀ, କୋଣାର୍କ, ଐତିହ୍ୟ ଗ୍ରାମ ରଘୁରାଜପୁର ବୁଲିବା ସହ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ବର ମନ୍ଦିର, ଧଉଳି ଶାନ୍ତିସ୍ତୁପ, ଖଣ୍ଡଗିରି, ଉଦୟଗିରି ଗୁମ୍ଫା ଆଦି ବୁଲି ଦେଖୂବାର କାର୍ଯ୍ୟକ୍ରମ ରହିଛି ।