ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନକୁ କେହି ରୋକି ପାରିବେନି : ରାଜନାଥ ସିଂ

ବହ୍ମପୁର : ବହ୍ମପୁରରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ବ୍ରହ୍ମପୁରସ୍ଥ ଆମ୍ବପୁଆ ଠାରେ ଆୟୋଜିତ ସଂକଳ୍ପ ସମାବେଶରେ ଯେ ଯୋଗଦେଇ ଉପସ୍ଥିତ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି ।ସେ କହିଛନ୍ତି ଯେ ବ୍ରହ୍ମପୁରରେ କର୍ମୀଙ୍କ ଜୋଶକୁ ଦେଖିଲେ ଜଣାପଡ଼ୁଛି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନକୁ କେହି ରୋକି ପାରିବେନି । ଆଜି ସାରା ଦୁନିଆ ଭାରତକୁ ସମ୍ମାନ ଦୃଷ୍ଟିରେ ଦେଖୁଛି । ୨୦୧୪ ଓ ୨୦୧୯ ଠାରୁ ଅଧିକ ଉତ୍ସାହ କର୍ମୀଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଏଥର ୪୦୦ରୁ ଅଧିକ ସିଟ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଲକ୍ଷ୍ୟକୁ ପୂରଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ରାଜନାଥ ସିଂ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ପୁଲୱାମା ଘଟଣା ପରେ ଆମେ ସୀମା ଡେଇଁ ଜବାବ ଦେଇଥିଲୁ । ଆମେ କେବଳ ସୀମା ଏପଟେ ନୁହେଁ, ସୀମା ସେପଟେ ବି ଜବାବ ଦେବୁ । ୯ ବର୍ଷରେ ୧୧ ସ୍ଥାନରୁ ୫ସ୍ଥାନକୁ ଅର୍ଥନୀତିକୁ ନେଇପାରିଛୁ । ଆଗାମୀ ୩ ବର୍ଷରେ ଆମେ ତୃତୀୟ ବଡ଼ ଅର୍ଥନୀତି ହେବୁ । ଓଡ଼ିଶାର ବିକାଶ ପାଇଁ କଂଗ୍ରେସ ସରକାର କିଛି କରିନାହିଁ । ଓଡ଼ିଶାର ବିକାଶ ପାଇଁ କେବଳ ମୋଦୀ ହିଁ ଚିନ୍ତା କରୁଛନ୍ତି ।

Feb 22, 2024 - 16:53
 11
ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନକୁ କେହି ରୋକି ପାରିବେନି :  ରାଜନାଥ ସିଂ