ଓଡିଶା ହେବ ସମ୍ପୂର୍ଣ ଜବର ଦଖଲ ମୁକ୍ତ ରାଜ୍ୟ...
ଓଡିଶା ହେବ ସମ୍ପୂର୍ଣ ଜବର ଦଖଲ ମୁକ୍ତ ରାଜ୍ୟ...
ଓଡ଼ିଶାରୁ ଖୁବ୍ଶୀଘ୍ର ସମସ୍ତ ପ୍ରକାରର ଜମି ଜବରଦଖଲ ମୁକ୍ତ କରାଯିବ
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ଦିନ ଘୋଷଣା କରିଛନ୍ତି
ଉଚ୍ଛେଦ ଅଭିଯାନ ଧନୀ ବ୍ୟକ୍ତିମାନଙ୍କ ଦ୍ୱାରା ଜବରଦଖଲ ହଟାଇବା ପାଇଁ ପ୍ରାଥମିକତା ଦିଆଯିବ।
ଯେଉଁ କ୍ଷେତ୍ରରେ ଆର୍ଥିକ ଦୁର୍ବଳ ପରିବାର ଲିଜ୍ ଯୋଗ୍ୟ ସରକାରୀ ଜମି ଦଖଲ କରିଛନ୍ତି, ରାଜ୍ୟ ସେମାନଙ୍କୁ ଜମି ପ୍ରଦାନ କରିବାକୁ ବିଚାର କରିବ।
ବର୍ତ୍ତମାନ ଭୁବନେଶ୍ୱର ଏବଂ ସମ୍ବଲପୁରରେ ଉଚ୍ଛେଦ କାର୍ଯ୍ୟ ଚାଲିଛି।
କୌଣସି କ୍ଷେତ୍ରରେ ସାଲିସ ର ପ୍ରଶ୍ନ ନାହିଁ ବୋଲି ମନ୍ତ୍ରୀସୁରେଶ ପୂଜାରୀ ସୂଚନା ଦେଇଛନ୍ତି
ମନ୍ତ୍ରୀ ପୂଜାରୀ ଆହୁରି କହିଛନ୍ତି ଯେ ଏହି ପ୍ରକ୍ରିୟାରେ କିଛି ସମୟ ଲାଗିପାରେ, କିନ୍ତୁ ସରକାର ଓଡ଼ିଶାକୁ ସମ୍ପୂର୍ଣ୍ଣ ଜବରଦଖଲ ମୁକ୍ତ କରିବାକୁ ପ୍ରତିବଦ୍ଧ।