କଂଗ୍ରେସ ସେବାଦଳ ପକ୍ଷରୁ 'ସମର୍ଥ' ପ୍ରଶିକ୍ଷଣ ଶିବିର...

Oct 10, 2026 - 09:00
 16
କଂଗ୍ରେସ ସେବାଦଳ ପକ୍ଷରୁ 'ସମର୍ଥ' ପ୍ରଶିକ୍ଷଣ ଶିବିର...

ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଯାଜପୁର ଜିଲ୍ଲାର ଓଳାଶୁଣୀ ଠାରେ ଏକ ବିଶାଳ 'ସମର୍ଥ' ପ୍ରଶିକ୍ଷଣ ଶିବିର ଓଡିଶା ସେବାଦଳ ମୁଖ୍ୟ ଶୁଭେନ୍ଦୁ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା l

ଏହି ଶିବିରରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ, ଏଆଇସିସି ଓଡିଶା ପ୍ରଭାରୀ ନରେନ୍ଦ୍ର ସିଂ ଭଟ୍ଟୀ, ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ, ବିଧାୟକ ଅଶୋକ ଦାସ ଏବଂ ସେବାଦଳର ଅନେକ ନେତୃବୃନ୍ଦ ଓ ବହୁସଂଖ୍ୟାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା କାର୍ଯ୍ୟକର୍ତ୍ତା ଭାଗ ନେଇଥିଲେ l

ପ୍ରଶିକ୍ଷଣ ଶିବିରରେ ସେବାଦଳ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇ ସଭାପତି ଶ୍ରୀ ଦାସ କହିଥିଲେ ଯେ, କଂଗ୍ରେସ ହେଉଛି ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶ ଦ୍ୱାରା ପରିଚାଳିତ l ଅହିଂସା, ସେବା ଓ ପରୋପକାର କଂଗ୍ରେସ ଦଳର ମୂଳପିଣ୍ଡ l 

ଗତ ବନ୍ୟା ବିତ୍ପାତରେ ସେବାଦଳ ପକ୍ଷରୁ ପ୍ରତିକୂଳ ପରିସ୍ଥିତିରେ ବିପନ୍ନଙ୍କୁ ସାହାଯ୍ୟ ସହଯୋଗ କରିଥିବା ଯୋଗୁଁ, ନିସ୍ଵାର୍ଥପର ମନୋବୃତ୍ତି ଯୋଗୁଁ ପ୍ରତ୍ୟେକ ସେବାଦଳର ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଉଛି l 

ସେବାଦଳର ଏଭଳି ସେବାକାର୍ଯ୍ୟ ଯୋଗୁଁ କଂଗ୍ରେସ ଦଳର ମର୍ଯ୍ୟାଦା ବୃଦ୍ଧି ହେବାରେ ସହାୟକ ହେଉଛି l ଆଗାମୀ ଦିନରେ କଂଗ୍ରେସ ଆସୁଛି ତେଣୁ କଂଗ୍ରେସ ଦଳର ପ୍ରତ୍ୟେକ ସଂଗଠନକୁ ଅଣ୍ଟା ଭିଡ଼ିବାକୁ ପଡ଼ିବ l 

ସମସ୍ତଙ୍କୁ ମୋର ଆହ୍ୱାନ ଆସନ୍ତୁ କଂଗ୍ରେସକୁ ସମସ୍ତେ ମିଶି ଶକ୍ତିଶାଳୀ କରି ଗଢିବା ଏବଂ ଏହି ଅପାରଗ ଓ ଲୁଟ ତରାଜର ସରକାରକୁ ବିତାଡିତ କରିବା ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ l