କଟକ ବାଲିଯାତ୍ରା ରେ ମସଲା ଓ ହାଇଜିନିକ ଫୁଡ୍ 'ଭାରତ ମସଲା'...
କଟକର ସାଂସଦ ଭତ୍ତୃହରି ମହତାବ ବାଲିଯାତ୍ରାରେ ଅତିଥି ଭାବେ ଯୋଗ ଦେଇ ଷ୍ଟଲ ଉଦ୍ଘାଟନ କରିବା ସହ ବାଲିଯାତ୍ରାକୁ ସମୃଦ୍ଧ କରିବାରେ ଭାରତ ମସଲା ଆଜି ମୁଖ୍ୟ ପୃଷ୍ଠ ପୋଷାକ ସାଜିଥିବା ବୋଲି ମତ ଦେଇଥିଲେ ।
ତଳ ପଡ଼ିଆରେ ଭାରତ ମସଲାର ୪ଟି ଷ୍ଟଲ ଖୋଲିଛି । ମୁଖ୍ୟ ଷ୍ଟଲ୍ ଟି ବୈଷ୍ଟମ୍ୱ ପାଣି ମଞ୍ଚ ପାଖରେ ରହିଥିବା ବେଳେ ୨ୟ ଟି ପାଭିଲିୟନ୍ ପାର୍ଶ୍ଵରେ ରହିଛି।
ସେହିପରି ତୃତୀୟ ଟି ଡିସିପି ଗଡା ଓ ଚତୁର୍ଥ ଟି କଟକ ଇନ୍ କଟକ ପାଖକୁ ରହିଛି |
ସବୁଥର ଭଳି ଏଥର ମଧ୍ୟ ଗୋଟିଏ ମସଲା କିଣିଲେ ଆଉ ଗୋଟିଏ ମାଗଣା ରେ ଉପଲବ୍ଧ ହେଉଛି ।
ଏତଦ୍ ବ୍ୟତୀତ ଷ୍ଟଲରେ ପ୍ରତିଦିନ ଲକି ଡ୍ର ହେବ । ମସଲା କିଣିବା ସହ ଗ୍ରାହକମାନେ କୁପନ୍ଟିଏ ପାଇବେ । ଭାଗ୍ୟଶାଳୀ ବିଜେତାଙ୍କୁ ଉପହାର ସ୍ୱରୂପ ଅନେକ ଦାମୀ ସାମଗ୍ରୀ ଦିଆଯିବ ।
ସବୁଠାରୁ ବଡ କଥା ହେଉଛି ମସଲା ଓ ହାଇଜିନିକ୍ ଫୁଡ୍ ପ୍ରସ୍ତୁତ କରୁଥିବା ଭାରତ ମସଲା ତାର ଉତ୍ପାଦିତ ସାମଗ୍ରୀରେ ଏଥର ଏକ ନୂଆ ପ୍ରଡକ୍ଟ ଲଞ୍ଚ କରିଛି।
ମହୁ ଓ ଲେମ୍ବୁ ସ୍ୱାଦ ରେ ଏକ ଇନଷ୍ଟାନ୍ଟ ଲିକୁଇଡ ଚାହା ର ବଜାର ପ୍ରଵେଶ କରାଇଛି। ଯାହାର ବ୍ରାଣ୍ଡ ନେମ୍ ରହିଛି ‘ହନି ଲେମନ ଟି’। ପତ୍ର ଚା, ଲେମ୍ବୁ,ମହୁ, କଳାଲୁଣ,ଅଦା ,ତୁଳସୀ,ଅଶ୍ୱଗନ୍ଧା,ଗୋଲମରିଚ, ଜିରା, ଅଁଳା, ପୁଦିନାର ସମ୍ମିଶ୍ରଣରେ ପ୍ରସ୍ତୁତ ହୋଇଥିବାରୁ ଏହା ସ୍ଵାସ୍ଥ୍ୟ ପକ୍ଷେ ହିତକର ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏଡିଏମ୍ ଦିବ୍ୟଲୋଚନ ମହାନ୍ତ ,ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା, ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା, ନିର୍ଦ୍ଦେଶକ ସୁମନ୍ତ କୁମାର ପଣ୍ଡା, ଦିଗନ୍ତ କୁମାର ପଣ୍ଡା, ଆଶୁତୋଷ ପଣ୍ଡା, ଏସଏନ ମିଲେନିୟମ,ଅରୁଣ କୁମାର ନାୟକ(ଜିଏମ ଅପରେସନ), ନବକୃଷ୍ଣ ପ୍ରଧାନ(ଜିଏମ ପ୍ରଡକ୍ସନ) , ଓ ଭାରତ ମସଲା କମ୍ପାନୀର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।