କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା
ରାଜନଗର: ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ କଲେଜ ଛାତ୍ରୀଙ୍କ ଶବ ପଡିରହିଥିବା ଦେଖିବାକୁ ମିଳିଛି । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁପ୍ତିରା ଗ୍ରାମର ରୋହିତ ବାଇଙ୍କ ଝିଅ ଲକ୍ଷ୍ମୀପ୍ରିୟା ବାଇ(୧୮) ୟୁକେ ମହାବୀର ମହାବୀର ମହାବିଦ୍ୟାଳୟର ଛାତ୍ରୀ । ସେ କଲେଜକୁ ଆସି ଘରକୁ ଫେରିଥିଲେ । ଘରେ ପହଞ୍ଚି କବାଟ ବନ୍ଦ କରି ଦେଇଥିଲେ । ଦୀର୍ଘ ସମୟ ପରେ ତାଙ୍କ ମା’ କବାଟ ଖୋଲିବାକୁ ଡାକିଥିଲେ । କବାଟ ନଖୋଲିବାରୁ ସନ୍ଦେହ ହୋଇଥିଲା । ଝରକାରେ ଯାଇ ଦେଖିଲା ବେଳକୁ ଲକ୍ଷ୍ମୀ ବେକରେ ଫାଶି ଲଗାଇ ଝୁଲୁଛି । ପାଟି କରିବାରୁ ପଡ଼ୋଶୀମାନେ କବାଟ ଭାଙ୍ଗି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ସନ୍ଧ୍ୟା ପର୍ଯ୍ୟନ୍ତ ପଡିରହିବା ପରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୁଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।