କୂଅରୁ ଯୁବକଙ୍କ ମୃତ ଦେହ ଉଦ୍ଧର
ବଲାଙ୍ଗିର : ୩ ଦିନ ହେଲା ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ ସ୍ୱାମୀ। ହେଲେ କୂଅରୁ ମିଳିଲା ମୃତ ଦେହ। ଏପରି ଏକ ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଲାରମ୍ଭା ଥାନା ଫଟାମୁଣ୍ଡା ଗାଁରେ ଘଟିଛି। ମୃତକ ହେଲେ ଫଟାମୁଣ୍ଡା ଗାଁର ଉଜ୍ୱଳ ବରିହା ।ସୂଚନା ଅନୁଯାୟୀ, ଉଜ୍ୱଳ ବରିହା ଗତ ୭ ତାରିଖରେ ଗାଁ ନିକଟରେ ହେଉଥିବା ଏକ ବିବାହ ଉତ୍ସବକୁ ଯାଇଥିଲେ। ସେଠାରୁ ସେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ଚାରି ଆଡ଼େ ଖୋଜିବା ପରେ ବି ତାଙ୍କର କୌଣସି ସନ୍ଧାନ ପାଇ ନ ଥିଲେ। ଏନେଇ ପରିବାର ପକ୍ଷରୁ ପୁଲିସ୍କୁ ବି ଅବଗତ କରାଯାଇଥିଲା। ପୁଲିସ୍ ବିଭିନ୍ନ ଆଡ଼େ ଖୋଜାଖୋଜି କରିବା ପରେ ଗତକାଲି ଗାଁରେ ଥିବା ବିରାଟ ସାହୁଙ୍କ କୂଅରୁ ମୃତଦେହ ଉଦ୍ଧାର ହୋଉଛି । ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।ଉଜ୍ୱଳ ବରିହାଙ୍କୁ ହତ୍ୟା ପରେ କୂଅରେ ଫିଙ୍ଗା ଯାଇଥିବା ତାଙ୍କ ପତ୍ନୀ ମହନୀ ବରିହା ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଗତ ୭ ତାରିଖରେ ଗାଁର ୩ ଜଣ ଘରକୁ ଆସି ମୋ’ ସ୍ୱାମୀଙ୍କୁ ବିବାହକୁ ଯିବାକୁ ଡାକିଥିଲେ। ମୋ’ ସ୍ୱାମୀ ମନା କରିବା ପରେ ବି ସେମାନେ ଜୋରଜବରଦସ୍ତ ତାଙ୍କୁ ବାଇକ୍ ଯୋଗେ ନେଇ ଯାଇଥିଲେ। ଏହାପରେ ମୋ’ ସ୍ୱାମୀଙ୍କ ପତ୍ତା ମିଳି ନ ଥିଲା। ସେମାନେ ହିଁ ମୋ’ ସ୍ୱାମୀଙ୍କୁ ଜୋରଜବଦସ୍ତ ମଦ ପିଆଇ ହତ୍ୟା କରି ଫୋପାଡ଼ି ଦେଇଥିବା ଜଣାପଡ଼ୁଛି। କାରଣ ଉକ୍ତ ୩ ଜଣଙ୍କ ସହ ଆମ ପରିବାରର ପୂର୍ବରୁ ବିବାଦ ଲାଗି ରହିଥିଲା। ସେମାନେ ରାଗ ରଖି ମୋ’ ସ୍ୱାମୀଙ୍କୁ ମାରି ଦେଇଛନ୍ତି। ପୁଲିସ୍ ଖାନତଲାସୀ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରି ନ ଥିବା ଜଣାଯାଇଛି।