ଖୁବ ଶୀଘ୍ର ବଢିବ BMC ର କଳେବର...
ଭୁବନେଶ୍ବର : ବଢିବ ଭୁବନେଶ୍ବର ମହାନଗର ନିଗମର
ପରିସର । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଆସିଥିଲା । ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରସ୍ତାବ ଆସିଛି ବୋଲି କହିଛନ୍ତି ବିଏମସି କମିଶନର ଚଞ୍ଚଳ ରଣା କହିଛନ୍ତି । ଭୁବନେଶ୍ବର ସହ ସଂଲଗ୍ନ ପଞ୍ଚାୟତର କିଛି କିଛି ଗାଆଁ ବିଏମସି ରେ ସାମିଲ ହୋଇପାରନ୍ତି ।
ଏନେଇ ବିଚାରବିମର୍ଶ ଚାଲିଛି । ଏଥିପାଇଁ ଅନେକ ଗାଁ ନିଜ ନିଜର ସମସ୍ତ ତଥ୍ୟ ଭୁବନେଶ୍ବର ମହାନଗର ନିଗମକୁ ପ୍ରଦାନ କରିଛନ୍ତି । ଏହାକୁ ନେଇ ଏବେ ବିଏମସି ସ୍ତରରେ ବିଚାରବିମର୍ଶ କରାଯାଉଛି । କେତେ ଏରିଆ ଯୋଡ଼ିହେବ, ମେଣ୍ଟେନାନ୍ସ ଓ ସର୍ଭିସ୍ ପାଇଁ କେତେ ଖର୍ଚ୍ଚ ହେବ ତାକୁ ନେଇ ବୈଠକ ହେବ ।
ଏହି ହେବ ତାକୁ ନେଇ ଆଲୋଚନା ହେବ । ତାହାପରେ ବିଏମସି ପକ୍ଷରୁ ସବୁ ତଥ୍ୟ ସରକାରଙ୍କୁ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ମହାନଗର ନିଗମ କମିଶନର ଚଞ୍ଚଳ ରଣା । ସେହିଭଳି ଭୁବନେଶ୍ବରରେ ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖ୍ ୩ ୱାର୍ଡକୁ ବ୍ୟାପକ କରାଯିବ । ଆଗକୁ ଆହୁରି ନୂଆ ୩ ୱାର୍ଡକୁ ପ୍ରସ୍ତୁତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏକ୍ସଟେନସନ୍ ଯୋଗୁ ବାର୍ଷିକ କେତେ ଅଧୂକ ଖର୍ଚ୍ଚ
ଗତ ୨୦୨୨ ରେ ୩ ଜୋନ କୁ ୬ ଜୋନ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା ବିଏମସି । ଏହାକୁ ଅନୁମୋଦନ ମଧ୍ୟ ମିଳିଛି । ସମୟ ସୀମା ମଧ୍ୟରେ ଏଥିପାଇଁ ମାନବ ସମ୍ବଳ ବଢେଇବା ଲାଗି ବ୍ୟବସ୍ଥା କରାଯାଉଛି । ସରକାରଙ୍କୁ ଏନେଇ ଅବଗତ କରାଯାଇଛି । ଖୁବ୍ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି ବିଏମସି କମିଶନର କହିଛନ୍ତି ।