ଖୋର୍ଦ୍ଧା, ଜିଲ୍ଲା ସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ...
ଖୋର୍ଦ୍ଧା ଖଣ୍ଡ, ଜଳ ନିଷ୍କାସନ ଖଣ୍ଡ, ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ସମବାୟ ସମିତି, ମତ୍ସ୍ୟ ବିଭାଗ, ସମସ୍ତ ବ୍ଲକ୍ ଓ ତହସିଲ କାର୍ଯ୍ୟାଳୟର ପେନସନ କେସ ର ଅଗ୍ରଗତି ସମୀକ୍ଷା କରିବାସହ ଯେଉଁ ମାନେ ପେନସନ ଅଦାଲତରେ ଯୋଗ ଦେଇ ନାହାନ୍ତି କୈଫତ୍ ତଲବ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ସୁଧାରିତ ନିଶ୍ଚିତ କ୍ୟାରିଆର ଅଗ୍ରଗତି (ଏମ ଏ ସି ପି) ମଞ୍ଜୁରୀ କରିବା ଯେଉଁମାନେ ଅବସର ଗ୍ରହଣ ତିନି ମାସ ପରେ ସରକାରୀ ବାସ ଭବନ ଛାଡୁ ନାହାନ୍ତି ସେମାନଙ୍କ ବିରୁଦ୍ଧରେ ଜିଲ୍ଲା ପାଳଙ୍କୁ ଚିଠି ଲେଖିବାକୁ ନିର୍ଦେଶ ଦେଇଥିଲେ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ପେନସନ ଅଦାଲତ ରେ ୧୯୩ ବିଭିନ୍ନ ବିଭାଗର ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କ ପେନସନ ଅଭିଯୋଗ ବିଚାର କରି ବିଭାଗୀୟ ଅଧିକାରୀ ମାନଙ୍କୁ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ପେନସନ ଅଦାଲତରେ ଡେପୁଟୀ କଲେକ୍ଟର, ନ୍ୟାୟିକ ସୃଷ୍ଟି ଅନନ୍ୟା ଶତପଥୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରସ୍ମିବାଳା ପରିଡ଼ା, ବାବୁଲି ପଟ୍ଟନାୟକ ପ୍ରମୁଖ ସହଯୋଗ ପ୍ରଦାନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଲକ୍ଷ୍ମଣ କୁମାର ବେହେରା, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସେମାନଙ୍କ କାର୍ଯ୍ୟାଳୟ ସଂସ୍ଥା ବିଭାଗ ଅଧିକାରୀ ଏବଂ କର୍ମଚାରୀ ଏବଂ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।