ଖ୍ରୀଷ୍ଟମାସ (ବଡ଼ଦିନ)ର ଆଧ୍ୟାତ୍ମିକ ରହସ୍ୟ...

Dec 26, 2025 - 21:29
 6
ଖ୍ରୀଷ୍ଟମାସ (ବଡ଼ଦିନ)ର ଆଧ୍ୟାତ୍ମିକ ରହସ୍ୟ...

ଖ୍ରୀଷ୍ଟମାସ ପ୍ରକୃତରେ କଳିଯୁଗର ଅନ୍ତିମ ସମୟ ଅର୍ଥାତ୍ ଏହି ସଙ୍ଗମଯୁଗରେ ପରମାତ୍ମା ଶିବଙ୍କ ଅବତରଣ, ଶିବରାତ୍ରି ମହାପର୍ବର ଏକ ସ୍ମୃତି ଚିହ୍ନ ( _ୟାଦ୍‌ଗାର_ ) ମାତ୍ର...

ଠିକ୍ ସମୟ ଚକ୍ର ଶେଷ ହେବା ପୂର୍ବରୁ ଯେମିତି *ସଙ୍ଗମଯୁଗ* ଆସି ପହଞ୍ଚେ, ସେହିପରି ଖ୍ରୀଷ୍ଟମାସ ମଧ୍ୟ ବର୍ଷର ଶେଷ ପୂର୍ବରୁ ଟିକିଏ ଆଗୁଆ ଆସେ...

ଖ୍ରୀଷ୍ଟମାସରେ ବିଶ୍ଵାସ କରାଯାଏ ଯେ, ସାନ୍ତାକ୍ଲଜ୍ ନାମକ ଜଣେ ବୃଦ୍ଧ ଦେହଧାରୀ ମାନବ ନାଲି ଏବଂ ଧଳା ରଙ୍ଗର ପୋଷାକ ପରିଧାନ କରନ୍ତି... ଯିଏକି ସ୍ବର୍ଗରୁ ଆସିଥାନ୍ତି...। 

ନାଲି ରଙ୍ଗ ପରମଧାମ ଅର୍ଥାତ୍ ମୂଳବତନ ( *ପରମାତ୍ମା ଶିବଙ୍କ ନିବାସ ସ୍ଥାନ* )ର ପ୍ରତୀକ... ଧଳାରଙ୍ଗ ସୂକ୍ଷ୍ମବତନ ( *ଦେବପୁରୀ/ଫରିସ୍ତା ମାନଙ୍କ ନଗରୀ* )ର ପ୍ରତୀକ... ଠିକ୍ ସେହିପରି ଭାବରେ, ନିରାକାର ପରମାତ୍ମା ଶିବ ଜଣେ ବୃଦ୍ଧ ମାନବ ଶରୀର ( _ଯାହାଙ୍କ କର୍ତ୍ତବ୍ୟ ବାଚକ ନାମ_ – ' *ବ୍ରହ୍ମା* ')ର ଆଧାର ନେଇ ଧରାବତରଣ କରନ୍ତି...

ସାନ୍ତାକ୍ଲଜ୍ ଗୁପ୍ତ ରୀତିରେ, ମଧ୍ୟରାତ୍ର ସମୟରେ ଚିମିନିର ପଥ ଦେଇ ଆସିଥାଏ... 

ପରମାତ୍ମା ଶିବ ମଧ୍ୟ... ଏମିତି ଚୁପଚାପ୍... ଗୁପ୍ତ ଭାବରେ ଆସନ୍ତି, ସେହି ସମୟରେ ଯେତେବେଳେ କି... ଦୁନିଆର ଅବସ୍ଥା ଏକଦମ୍ ଖରାପ ହୋଇଯାଏ ! ସେତେବେଳେ ସେ ( *ବିଶ୍ଵନାଥ ପରମାତ୍ମା ଶିବ* ) ବିଶ୍ୱର ପରିବର୍ତ୍ତନ ପାଇଁ... ପତିତ ଦୁନିଆରେ ଅବତରଣ କରନ୍ତି 

ସାନ୍ତା କେବଳ ପିଲାମାନଙ୍କୁ ତାଙ୍କର ପୂର୍ବ ବର୍ଷ ଗୁଡ଼ିକର ଅତିବାହିତ ପାଇଁ ଅର୍ଥାତ୍ କାର୍ଯ୍ୟଦକ୍ଷତା ଅନୁଯାୟୀ ଅନେକ ଉପହାର ବାଣ୍ଟିଥାନ୍ତି...

ଏଠାରେ ଭାଗ୍ୟ ବିଧାତା ଭଗବାନ ଶିବ ମଧ୍ୟ ତାଙ୍କର ସନ୍ତାନମାନଙ୍କୁ ସେମାନଙ୍କ ପୁରୁଷାର୍ଥର କ୍ରମ ଅନୁଯାୟୀ ବରଦାନ ଏବଂ ସମସ୍ତ ଦୈବୀ ଶକ୍ତି, ଅତିନ୍ଦ୍ରିୟ ସୁଖ ତଥା ସ୍ୱର୍ଗୀୟ ସମ୍ପତ୍ତିର ଉପହାର ପ୍ରଦାନ କରନ୍ତି...

ବୃକ୍ଷର ଶୀର୍ଷ ଭାଗରେ ଚିକିମିକି କରୁଥିବା ଏକ ଉଜ୍ୱଳ ତାରକା ରହିଛି ।

ସେହିପରି ଆମର ପ୍ରିୟ ଶିବ ବାବା ସବୁଠାରୁ ବଡ଼ ତାରକା ଅର୍ଥାତ୍ ପ୍ରକାଶରପୁଞ୍ଜ ଚୈତନ୍ୟ ଜ୍ୟୋତିବିନ୍ଦୁ ସ୍ବରୂପ ଅଟନ୍ତି... ଏବଂ ଆମେ ସମସ୍ତେ ବ୍ରହ୍ମାବତ୍ସ ଛୋଟ ଛୋଟ ତାରକା ରୂପେ, ନିଜ ନିଜର ପବିତ୍ରତା ଅନୁଯାୟୀ ଆଲୋକିତ ହେଉଛୁ l

       

ଖ୍ରୀଷ୍ଟମାସ ବୃକ୍ଷ ମଧ୍ୟ ମନୁଷ୍ୟ ଆତ୍ମା ରୂପୀ କଳ୍ପ ବୃକ୍ଷର ପ୍ରତୀକ ଅଟେ... ଏହି ବୃକ୍ଷଟି ଏକ ପିରାମିଡ୍ ଆକାରର ହୋଇଥାଏ , ଯାହା ଦର୍ଶାଏ ଯେ, କିପରି ସୃଷ୍ଟିର ଆରମ୍ଭ ( *ସତ୍ୟଯୁଗ* )ରେ ଜନସଂଖ୍ୟା କମ୍ ଥିଲା ଏବଂ ପରେ ( *କଳିଯୁଗର ଅନ୍ତିମ ବେଳକୁ* ) ଧିରେ ଧିରେ ବୃଦ୍ଧି ପାଇଲା... ||

       

ଆଉ ସେଥିପାଇଁ ସମସ୍ତେ କହନ୍ତି ,‘???????? *ବାଃ ମୋ'ର ଭାଗ୍ୟ* ... ( _ମେରୀ କିସ୍ମତ୍ ≈ ମେରୀ କ୍ରିସ୍‌ମସ୍_ )????