ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବ୍ରହ୍ମପୁର : ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ପ୍ରଥମେ ଶେରଗଡ଼ ଅସ୍ଥାୟୀ ହେଲିପ୍ୟାଡ଼ ଠାରେ ୧୧.୧୫ ମିନିଟରେ ପହଞ୍ଚିବା ପରେ ସଭାସ୍ଥଳକୁ ଗସ୍ତ କରିବେ । ୧୧.୨୦ରେ ସଭାସ୍ଥଳରେ ପହଞ୍ଚି ବହୁ ଉନ୍ନୟନ ମୂଳକ କାର୍ୟ୍ୟର ଶୁଭ ଉଦଘାଟନ କରିବା ସହ ଭିତ୍ତି ପ୍ରସ୍ଥର ସ୍ଥାପନ କରିବା କାର୍ୟ୍ୟକ୍ରମ ସ୍ଥିର ହୋଇଛି । ପରେ ସାଧାରଣ ସଭାରେ ଯୋଗ ଦେଇ ଉଦବୋଧନ ଦେବା କାର୍ୟ୍ୟକ୍ରମ ରହିଛି । ୧୧.୪୫ରେ ଶେରଗଡ଼ କାର୍ୟ୍ୟକ୍ରମ ଶେଷ କରି ଶୀତଳପଲ୍ଲୀ ଗସ୍ତରେ ବାହାରିବେ ମୁଖ୍ୟମନ୍ତ୍ରୀ । ମଧ୍ୟାହ୍ନ ୧୨.୦୫ରେ ଶୀତଳାପଲ୍ଲୀ ପାରଳା ମହାରାଜ ଇଂଜିନିୟରିଙ୍ଗ କଲେଜ ଅସ୍ଥାୟୀ ହେଲିପ୍ୟାଡ଼ରେ ପହଂଚିବା ପରେ ସମ ହସ୍ପିଟାଲ ଅଭିମୁଖେ ଗସ୍ତ କରିବେ । ୧୨.୧୦ରେ ସମ ହସ୍ପିଟାଲରେ ପହଞ୍ଚି ନୂତନ ସମ ହସ୍ପିଟାଲକୁ ଉଦଘାଟନ କରିବେ । ପରେ ୧୨.୨୦ରେ ସମ ହସ୍ପିଟାଲରୁ ବାହାରି ପାରଳା ମହାରାଜ ଇଂଜିନିୟରିଙ୍ଗ ପଡିଆ ଠାରେ ଆୟୋଜିତ ସଭା ସ୍ଥଳରେ ୧୨.୨୫ରେ ପହଁଚିବେ । ସେଠାରେ ଘଟକେଶ୍ୱର ବହୁମୁଖି ପ୍ରକଳ୍ପ, ହରଭଙ୍ଗୀ ସମ୍ପ୍ରସାରଣ ପ୍ରକଳ୍ପ, ଛେଳିଗଡ଼ ଟ୍ୟୁନେଲ ଏବଂ ଡ୍ୟାମ, ଉଦଘାଟନ କରିବା କାର୍ୟ୍ୟକ୍ରମ ରହିଛି । ପରେ ଗଞ୍ଜାମ ଜିଲ୍ଲାର ବହୁ ଉନ୍ନୟନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ଭିତ୍ତି ପ୍ରସ୍ଥର ସ୍ଥାପନ କରିବା କାର୍ୟ୍ୟକ୍ରମ ରହିଛି ।ଏହାପରେ ଉପସ୍ଥିତ ଜନ ସାଧାରଣଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ । ୧.୦୫ରେ କାର୍ୟ୍ୟକ୍ରମ ଶେଷ କରି ଭୁବନେଶ୍ୱର ଫେରିଯିବା କାର୍ୟ୍ୟକ୍ରମ ସ୍ଥିର ହୋଇଛି ।

ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ