ଶୀତରୁ ରକ୍ଷା ପାଇବାପାଇଁ ଜାଳିଥିଲେ କୋଇଲା; ଶ୍ୱାସରୁଦ୍ଧ ହୋଇ ଚାଲିଗଲା ବାପା-ଝିଅର ଜୀବନ
ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ନୋଏଡାରେ ଏକ ଦୁଃଖଦାୟକ ଘଟଣା ଘଟିଛି । ଏଠାରେ ଶ୍ବାସରୁଦ୍ଧ ହୋଇ ୩ ମାସର ଏକ କୁନି ଝିଅ ଓ ତା' ବାପାଙ୍କର ମୃତ୍ୟୁ ହୋଇଛି । ମା'ର ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଏହି ପରିବାର ଥଣ୍ଡାରୁ ରକ୍ଷା ପାଇବା ପାଇଁ ଘରେ କୋଇଲା ଜାଳି ଶୋଇଥିଲେ । ଏଥୁରୁ ଏହି ବଡ଼ ଦୁର୍ଘଟଣା ଘଟିଥିଲା । ଘଟଣା ନୋଏଡାର ସେକ୍ଟର-୬୩ ଅନ୍ତର୍ଗତ ଛିଜାରସୀ ଅଞ୍ଚଳରେ ଘଟିଛି । ପିଲିଭିତର ବାସିନ୍ଦା ୩୫ ବର୍ଷୀୟ ସପ୍ନ ଖାନ ନିଜ ପତ୍ନୀ ଏବଂ ୩ ମାସର ଝିଅ ସହିତ ଏଠାରେ ରହୁଥିଲେ । ଗତକାଲି ରାତିରେ ସଫ୍ଟ ପରିବାର ସହିତ କୋଇଲା ଜାଳି ଶୋଇଥିଲେ I ହେଲେ ଏହି କାରଣରୁ ଘର ଭିତର ସମ୍ପୂର୍ଣ୍ଣ ଧୂଆଁମୟ ହୋଇଯାଇଥିଲା, ଯାହାଫଳରେ ସଫ୍ଟ ଓ ତାଙ୍କ ଝିଅର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିଲା । ଏଥିରେ ସମ୍ମଙ୍କୁ ପନ୍ଥୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ପୋଲିସ ମୃତଦେହ ଦ୍ଵୟକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ଡାକ୍ତର କହିଛନ୍ତି, ୩ ଜଣଙ୍କୁ ଏମରଜେନ୍ସିରେ ଅଣାଯାଇଥିଲା। ଏଠାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ପୋଲିସ କହିଛି, ମାମଲାର ତଦନ୍ତ ଚାଲିଛି । ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।