ଚିରନ୍ତନ ସତ୍ୟ
ଚିରନ୍ତନ ସତ୍ୟ
ପାଣି ଠାକୁରଙ୍କ ପାଦରୁ ବହିଲେ ପାଦୁକା
ଆକାଶରୁ ପଡିଲେ ବର୍ଷା,
ତଳୁ ଉପରକୁ ଉଠିଲେ ବାଷ୍ପ
ଦେହରୁ ବହିଲେ ଝାଳ
ଆଖିରୁ ଗଡ଼ିଲେ ଲୁହ
ନଦୀରେ ପ୍ରବାହିତ ହେଲେ ପାଣି
କଠିନ ହେଲେ ବରଫ
ପାଣି ଗୋଟିଏ ଶବ୍ଦ କିନ୍ତୁ ଭିନ୍ନ
ଭିନ୍ନ ନାମ ପରିବର୍ତ୍ତନ କରେ
ଜୀବନକାଳରେ ଆମେ ବିଭିନ୍ନ ବ୍ୟକ୍ତି , ଅନୁଷ୍ଠାନ ସହ ମିଶିବା ଦ୍ୱାରା ଆମ ଜୀବନର ପରିବର୍ତ୍ତନ ହୋଇଥାଏ |
|| ଜୀବନରେ ରହିଥିବା 'ସ୍ୱଳ୍ପ ସମୟ'କୁ ହସ ଖୁସି ବିତାଇ ଅନ୍ୟମାନଙ୍କ ମନରେ ଆନନ୍ଦ ସୃଷ୍ଟି କରିବାର ପ୍ରୟାସ ଆଜିଠାରୁ ଆରମ୍ଭ କଲେ ଜୀବନ ହେବ ସୁଖମୟ ||