ଜାତୀୟ ଖାଉଟି ସୁରକ୍ଷା ଦିବସ ପାଳିତ ଉତ୍ତମ ଗୁଣବତ୍ତାସଂପନ୍ନ ସାମଗ୍ରୀ ଓ ସେବା ପାଇବା ପ୍ରତ୍ୟେକ ଖାଉଟିର ଅଧୂକାର -ମନ୍ତ୍ରୀ ଶ୍ରୀ ପାତ୍ର

Dec 25, 2025 - 15:43
Dec 25, 2025 - 15:43
 8
ଜାତୀୟ ଖାଉଟି ସୁରକ୍ଷା ଦିବସ ପାଳିତ ଉତ୍ତମ ଗୁଣବତ୍ତାସଂପନ୍ନ ସାମଗ୍ରୀ ଓ ସେବା ପାଇବା ପ୍ରତ୍ୟେକ ଖାଉଟିର ଅଧୂକାର -ମନ୍ତ୍ରୀ ଶ୍ରୀ ପାତ୍ର

ଭୁବନେଶ୍ବର ୨୪/୧୨/୨୦୨୫:

ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉ ଖାଉଟି କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆଜି ‘ଜାତୀୟ ଖାଉଟି ସୁରକ୍ଷା ଦିବସ-୨୦୨୫' ପାଳିତ ହୋଇଯାଇଛି । ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୂ ଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ

ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଲେ ଯେ ଖାଉଟି ସଚେତନତା ହେଉଛି ଏହି ଉପଭୋକ୍ତା ଦିବସ ପାଳନର ମୂଳ ଉଦ୍ଦେଶ୍ୟ । ଖାଉଟି ଅଦାଲତ ଓ ନ୍ୟାୟ ନ ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟେକ ବ୍ୟକ୍ତି ଅବଗତ ହେବା ଆବଶ୍ୟକ । ଉତ୍ତମ ଗୁଣବତ୍ତାସଂପନ୍ନ ସାମଗ୍ରୀ ଓ ସେବା ପାଇବା ପ୍ରତ୍ୟେକ ଖାଉଟିର ଅଧୂକାର । ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ରୋକିବା ଦିଗରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ବିଭିନ୍ନ ସମୟରେ ଚଢ଼ାଉ କରାଯିବା ସହ ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ଯ ଗ୍ରହଣ କରାଯାଉଛି । କିନ୍ତୁ ଜନସାଧାରଣ ସଚେତନ ହେଲେ ହିଁ ନିଜ ଅଧୂକାରର ସୁରକ୍ଷା କରିପାରିବେ ଏବଂ ଆବଶ୍ୟକ ସ୍ଥଳେ ଖାଉର୍ଟି ଅଦାଲତର ଦ୍ବାରସ୍ଥ ହେବାକୁ ମନ୍ତ୍ରୀ ଶ୍ରୀ ପାତ୍ର ମତପ୍ରକାଶ କରିଥିଲେ ।

ସମ୍ମାନିତ ଅତିଥ୍‌ ଭାବେ ଯୋଗଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ କହିଲେ ଯେ ବରିଷ୍ଠ ଅଧୂକାରୀମାନେ ନିୟମିତ ଭାବେ ବିଭିନ୍ନ ଜିଲ୍ଲାଗସ୍ତ କରି ଅଧୂକାରୀଙ୍କ ସହଯୋଗରେ ତୃଣମୂଳ ସ୍ତରରେ ଖାଦ୍ୟ ସାମଗ୍ରୀର ଗୁଣବତ୍ତା ଯାଞ୍ଚ କରୁଛନ୍ତି । ପ୍ରତ୍ୟେକ ଲୋକ ଭାରତ ସରକାରଙ୍କ ଦ୍ବାରା ଜାରି ହୋଇଥ‌ିବା ଗୁଣବତ୍ତା ମାନକର ପ୍ରମାଣପତ୍ର ବାବଦରେ ଅବଗତ ହେବା ଆବଶ୍ୟକ । ସୁନାର ଶୁଦ୍ଧତା ପାଇଁ ବିଆଇଏସ୍ ହାଲ୍‌ମାର୍କ ଏବଂ ଉପଭୋକ୍ତା ସାମଗ୍ରୀର ଗୁଣବତ୍ତା ଓ ନିରାପତ୍ତା ପାଇଁ ଆଇଏଆଇ ପ୍ରମାଣପତ୍ର ଭାରତ ସରକାରଙ୍କ ଦ୍ବାରା ଜାରି କରାଯାଇଛି । ଖାଉଟିମାନେ ସାମଗ୍ରୀ କ୍ରୟ ବେଳେ ଏହିସବୁ ପ୍ରମାଣପତ୍ର ସହ ପ୍ୟାକେଟ୍ ସାମଗ୍ରୀ ଉପରେ ଥ‌ିବା ମୂଲ୍ୟ, ପ୍ରସ୍ତୁତି ଓ ବୈଧତା ତାରିଖ ଆଦି ଯାଞ୍ଚ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍)ର ମୁଖ୍ୟ ତଥା ବରିଷ୍ଠ ନିର୍ଦ୍ଦେଶକ ଶ୍ରୀ ଅକ୍ଷୟ କୁମାର ପୁ ପୁରୋହିତ ମୁଖ୍ୟବକ୍ତା ଭା ଭାବେ ଯୋଗଦେଇ ଖାଉଟିମାନଙ୍କ ସୁରକ୍ଷା ପାଇଁ ସରକାର ସରକାରଙ୍କ ପକ୍ଷ କ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ଖାଉଟି ଅଦାଲତର କାର୍ଯ୍ୟ ଲତିର କାର୍ଯ୍ୟଧାରା ଓ ଖାଉଟିମାନଙ୍କ ପାଇଁ ଥୂବା ବିଭିନ୍ନ ସୁବିଧା ଉପରେ ଆଲୋକପାତ କରିଥ ରିଥିଲେ । ସେ କହିଥିଲେ ଯେ ବିଭିନ୍ନ ସମୟରେ ଖାଉଟିମାନେ ଠକାମିର ଶିକାର ହେଉଥିବା ଦୃଷ୍ଟିରୁ ସରକାର ଏହାକୁ ରୋକି ରାକିବା ପାଇଁ ବିଆଇଏସ୍ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରମାଣପତ୍ର ଜାରି କରୁଛନ୍ତି ଛନ୍ତି । ଗ୍ରାହକମାନେ ସାମଗ୍ରୀ କିଣିବାବେଳେ ଏହି ପ୍ରମାଣପତ୍ର ଦେଖୁ ସାମଗ୍ରୀ କ୍ରୟ କରିବାକୁ ସେ କହିଥିଲେ ।

ଖାଉଟି ବ୍ୟାପାର ନିର୍ଦ୍ଦେଶକ ତ‌ଥା ସ୍ବତନ୍ତ୍ର ଶାସନ ସଚିବ ଶ୍ରୀ ବିଶିକେଶନ ଦେହୁରୀ ଅତିଥ୍‌ମାନଙ୍କୁ ସ୍ବାଗତ କରି ‘ଜାତୀୟ ଖାଉଟି ସୁରକ୍ଷା ଦିବସ' ପାଳନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ସାରା ସାରା ଭ ଭାରତରେ ଖାଉଟିମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଥିବା ସେ ପ୍ରକାଶ କରିଥିଲେ । ‘ଜାତୀୟ ଖାଉଟି ସୁରକ୍ଷା ରକ୍ଷା ଦିବସ' ଉପଲକ୍ଷେ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ପୁରସ୍କୃତ କରିଥିଲେ । ମନ୍ତ୍ରୀ ଶ୍ରୀ । ପାତ୍ର ମଧ୍ଯ ମାସିକ ପତ୍ରିକା 'ଖାଉଟି ବାତ୍ତା'ର ଉନ୍ମୋଚନ କରିଥିଲେ । ଏହି ଅବସରରେ ବିଭାଗ ପକ୍ଷରୁ କ୍ଷୁଦ୍ର ନାଟିକା ‘ଇ-ନ୍ୟାୟ: ସମୟର ସ୍ବର’ ପରିବେଷିତ ହୋଇଥିଲା । ଅନୁଶାସନ ସଚିବ ଶ୍ରୀ ମନୋଜ କୁମାର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । ।