ଜୁଆ ଆଡ୍ଡାରେ ପୋଲିସର ଚଢଉ : ୬ ଗିରଫ
ସମ୍ବଲପୁର : ଜୁଆ ଆଡ୍ଡାରେ ପୋଲିସର ଚଢଉ । 6 ଜୁଆଡ୍ଡିଙ୍କୁ ଗିରଫ କରି ପୋଲିସ ଚାଲଣ କରିଛି ପୋଲିସ । ସମ୍ବଲପୁର ବରେଇପାଲି ଟ୍ରକ ୟୁନିୟନ ନିକଟରେ ଚାଲିଥିଲା ଜୁଆ ଖେଳ । ପୋଲିସ ଆଖିରେ ଚକମା ଦେଇ ଚାଲିଥିଲା ଜୁଆ ଖେଳ । ତେବେ ପୁଲିସ ବିଶେଷ ସୁତ୍ରରୁ ଖବର ପାଇ ବେଆଇନ ଜୁଆ ଖେଳର ପର୍ଦ୍ଦାଫାଶ କରିଛି । ତେବେ ସୂଚନା ଅନୁସାରେ ପୁଲିସ ଘଟଣା ସ୍ଥଳରୁ ୯୧୦୦ ନଗଦ ଟଙ୍କା,୨ ଟି ମୋବାଇଲ ଫୋନ, କିଛି ତାସ ମୁଠା ଜବତ କରିଛି। ଏହି ଘଟଣାରେ ପୁଲିସ ନୂଆପଡାର ସନ୍ତୋଷ କୁମାର ଅଗ୍ରୱାଲ, ଦେବଗଡ଼ର ଦାମୋଦର ପ୍ରଧାନ, କ୍ଷେତରାଜପୁରର ରିତେଶ ଶର୍ମା, ଧନୁପାଲି ର ସୁରେନ୍ଦ୍ର କୁମାର , ଦୁଆନପାଲିର ମାୟା ସିଂ ଓ ସୁରଜ ପ୍ରଧାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।