ପୁଣି ଘର ଭାଙ୍ଗିଲା ଦନ୍ତା

ମୟୁରଭଞ୍ଜ ଜିଲ୍ଲା ସଦର ବ୍ଲକ ବାରିଗାଁ ଗ୍ରାମର ଭଗବାନ ପଲେଇଙ୍କ ଘରେ ଏକ ଦନ୍ତା ହାତୀ ପଶି ଘର ଭାଙ୍ଗି ଦେଇଛି। ଏପରିକି ଭଗବାନ ପଲେଇଙ୍କ ଘର କାନ୍ଥ ଭାଙ୍ଗି ଭିତରେ ରଖାଯାଇ ଥିବା ଧାନ ବସ୍ତାରୁ ଧାନ ଖାଇବା ସହ ଘରର ଆସବାପତ୍ର ଫିଙ୍ଗା ଫୋପୋଡା କରି ନଷ୍ଟ କରିଦେଇଛି ଦନ୍ତା। ତେବେ ପରିବାର ଲୋକେ ଅନ୍ୟ ଘରେ ରହୁଥିବାରୁ ଅଳ୍ପକେ ହାତୀ ଦାଉରୁ ରକ୍ଷା ପାଇଛନ୍ତି। ତେବେ ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଂଚି ହାତୀକୁ ଆୟତ କରିବାକୁ ଚେଷ୍ଟା କରୁଛି। ତେବେ ଦନ୍ତା କାରଣରୁ କ୍ଷତିଗ୍ରସ୍ଥଙ୍କୁ ବନ ଆଇନ ଅନୁଯାୟୀ କ୍ଷତିପୂରଣ ଦେବାକୁ ଦାବି ହୋଇଛି। ତେବେ ଦନ୍ତା ଗ୍ରାମରେ ପଶିବା ଫଳରେ ଗ୍ରାମବାସୀ ଖୁବ ଭୟଭୀତ ହୋଇପଡିଥିଲେ।

ପୁଣି ଘର ଭାଙ୍ଗିଲା ଦନ୍ତା