ଝାରପଡ଼ା ଜେଲ୍‌ରେ ପିଟାପିଟି ଘଟଣା: ଚାକିରିରୁ ନିଲମ୍ବିତ ହେଲେ ଜେଲ୍ ୱାର୍ଡର

ଝାରପଡ଼ା : ଝାରପଡ଼ା ଜେଲରେ ଗ୍ୟାଙ୍ଗୱାର ଘଟଣା । କାର୍ଯ୍ୟରେ ଅବହେଳା ପାଇଁ ୨ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୱାର୍ଡର ପ୍ରଭାତ ମହାରଣାଙ୍କୁ ସସ୍‌ପେଣ୍ଡ କଲେ ଜେଲ୍ କର୍ତ୍ତୃପକ୍ଷ। ରାତି ଡ୍ୟୁଟିରେ ଦାୟିତ୍ୱରେ ଥିବା ଚିଫ୍ ୱାର୍ଡର ମଙ୍ଗୁଳି ସେଠୀଙ୍କୁ ବଦଳି କରାଯାଇଛି। ସୂଚନା ଅନୁଯାୟୀ, ମାର୍ଚ୍ଚ ୧୯ ତାରିଖ ରାତିରେ ଝାରପଡ଼ା ଜେଲରେ ଗ୍ୟାଙ୍ଗୱାର ହୋଇଥିଲା। ଚକରା ଓ ଶମ୍ଭୁ ଗ୍ୟାଙ୍ଗ ମଧ୍ୟରେ ତୀବ୍ର ଗଣ୍ଡଗୋଳରୁ ରକ୍ତପାତ ହୋଇଥିଲା। ଘଟଣାକୁ ନେଇ ଜେଲ କର୍ତ୍ତୃପକ୍ଷଙ୍କ ଏତଲା ପରେ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଥିଲା। ମାର୍ଚ୍ଚ ୨୦ ତାରିଖରେ କମିଶନରେଟ୍ ପୁଲିସ ପକ୍ଷରୁ ଝାରପଡ଼ା ଜେଲରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ କମନ୍ ଏରିଆରୁ କିଛି ଗଂଜେଇ, ବିଡ଼ି, ସିଗାରେଟ ଓ ଲାଇଟର୍ ମିଳିଥିବା ଡିସିପି ସୂଚନା ଦେଇଥିଲେ।

Mar 22, 2024 - 17:26
 12
ଝାରପଡ଼ା ଜେଲ୍‌ରେ ପିଟାପିଟି ଘଟଣା: ଚାକିରିରୁ ନିଲମ୍ବିତ ହେଲେ ଜେଲ୍ ୱାର୍ଡର