ଡି.ଏ.ଭି. ପବ୍ଲିକ୍ ସ୍କୁଲ, କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ...
ପବିତ୍ର ରକ୍ଷାବନ୍ଧନ ଉତ୍ସବ ଡି.ଏ.ଭି. ପବ୍ଲିକ୍ ସ୍କୁଲ, କଳିଙ୍ଗ ନଗର ପରିସରରେ ଅତ୍ୟନ୍ତ ଆଡମ୍ବର ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି ।
ଏହି ଅବସରରେ ନିକଟବର୍ତ୍ତୀ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀମାନଙ୍କ ସହିତ ସେହି ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନେ ଯୋଗଦେଇ ଏହି ଉତ୍ସବଟିକୁ ଆନନ୍ଦ ଓ ଉଲ୍ଲାସ ମୟ ପରିବେଶ ମଧ୍ୟରେ ପାଳନ କରିଥିଲେ ।