ତୃତୀୟ-ପକ୍ଷ ଆପ୍ଲିକେସନ୍ ଆବଶ୍ୟକ ନକରି ଗ୍ରାହକଙ୍କ ମୋବାଇଲ୍ ନମ୍ବର ଏବଂ ଫୋନ୍ ଡାଏଲର୍ ବ୍ୟବହାର କରି କଲ୍ କରାଯାଏ।
ତୃତୀୟ-ପକ୍ଷ ଆପ୍ଲିକେସନ୍ ଆବଶ୍ୟକ ନକରି ଗ୍ରାହକଙ୍କ ମୋବାଇଲ୍ ନମ୍ବର ଏବଂ ଫୋନ୍ ଡାଏଲର୍ ବ୍ୟବହାର କରି କଲ୍ କରାଯାଏ। ଏହି ସେବା ବିଶେଷ ଭାବରେ ମୋବାଇଲ୍ କଭରେଜ୍ ସୀମିତ ଥୂବା ଗ୍ରାମୀଣ ଏବଂ ଦୁର୍ଗମ ଅଞ୍ଚଳରେ ଲାଭଦାୟକ ହେବ। VoWiFi ନେଟୱାର୍କ ଭିଡ଼ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ ଏବଂ Wi-Fi କଲ୍ ପାଇଁ କୌଣସି ଅତିରିକ୍ତ ଶୁକ୍ଳ ବିନା ମାଗଣାରେ ପ୍ରଦାନ କରିଥାଏ। VoWiFiର ଶୁଭାରମ୍ଭନେଟୱାର୍କ ଆଧୁନିକୀକରଣ ଏବଂ ସାରା ଦେଶରେ ସଂଯୋଗକୁ ଉନ୍ନତ କରିବା ଦିଗରେ BSNLର ଏକ ଗୁରୁତ୍ବପୂର୍ଣ ପଦକ୍ଷେପ। ବିଶେଷକରି ଅନୁନ୍ନତ ଅଞ୍ଚଳରେ ଏହା ସହାୟକ ହେବ।