ଦିପାବଳୀ ଓ ଧନତ୍ରୟୋଦଶୀ ଓ ଧନତେରସ ପାଳନର ଵିଧି ବ୍ୟବସ୍ଥା ଓ ଫଳା ଫଳ...

Oct 19, 2025 - 11:18
 7
ଦିପାବଳୀ ଓ ଧନତ୍ରୟୋଦଶୀ ଓ ଧନତେରସ  ପାଳନର ଵିଧି ବ୍ୟବସ୍ଥା ଓ ଫଳା ଫଳ...

ଆମର ବାରମାସରେ ତେର ପର୍ବ ମଧ୍ୟରୁ ଆଲୋକର ପର୍ବ ଦୀପାବଳୀକୁ ନେଇ ଘରେ ଘରେ ଆନନ୍ଦ ପରିଲକ୍ଷିତ ହୋଇଥାଏ। 

ତେବେ ଦୀପାବଳି ପୂର୍ବରୁ ଧନତେରସ ପାଳନ କରାଯିବାର ଏକ ବିଧି ରହିଛି | 

କାର୍ତ୍ତିକ ଶୁକ୍ଳ ତ୍ରୟୋଦଶିରେ ଧନତେରସ ପାଳନ କରାଯାଇଥାଏ। ଏହିଦିନ ଧନ୍ବନ୍ତ୍ରରୀଙ୍କ ଜନ୍ମ ହୋଇଥିଲା ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଏହାକୁ ଧନତେରସ କୁହାଯାଏ। 

ଏହିଦିନ ମା’ ଲକ୍ଷ୍ମୀ ଓ କୁବେରଙ୍କ ପୂଜା କରାଯାଏ। ଏପରି କଲେ ଘରେ ଅଭାବ ରୁହେନାହିଁ ବୋଲି ବିଶ୍ୱାସ ରହିଛି। 

ତେବେ ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ, ଭଗବାନ ଧନ୍ବନ୍ତରୀ ଏହିଦିନ ସମୁଦ୍ର ମନ୍ଥନ ସମୟରେ ସୁନା କଳସ ନେଇ ପ୍ରକଟ ହୋଇଥିଲେ। ଆଉ ସେହି କଳସରେ ଥିବା ଅମୃତ ପାନ କରି ଦେବାତାମାନେ ଅମର ହୋଇ ଯାଇଥିଲେ। ଏହାର ୨ଦିନ ପରେ ମା’ଲକ୍ଷ୍ମୀଙ୍କର ପ୍ରକଟ ହୋଇଥିବା କୁହାଯାଏ। ତେଣୁ ଦୀପାବଳିର ୨ ଦିନ ପୂର୍ବରୁ ଧନତେରସ ପାଳନ କରାଯାଇଥାଏ। ଆହୁରି ମଧ୍ୟ କୁହାଯାଏ ଧନ୍ବନ୍ତରୀ ଦେବତାଙ୍କର ବୈଦ୍ୟ ଥିଲେ। ତେଣୁ ଧନ୍ବନ୍ତରୀଙ୍କୁ ପୂଜାକଲେ ଶରୀର ସୁସ୍ଥ ରହିଥାଏ।

ଧନତେରସ ଦିନ ଯମ ଦୀପଦାନ କରିବାର ମହତ୍ତ୍ୱ ହେଉଛି ଏହିଦିନ 

ଯମଙ୍କୁ ପୂଜା କରାଯାଇଥାଏ। 

ଏହି ଦୀପ ମଣିଷ ଜୀବନର ଅକାଳ ମୃତ୍ୟୁର ଭୟକୁ ଦୂର କରେ ଏବଂ ପରିବାରର ସ୍ୱାସ୍ଥ୍ୟ ଓ ଆୟୁ ଶୁଭ କରେ। 

ଜ୍ୟୋତିଷ ଓ ପାରମ୍ପରିକ ମାନ୍ୟତା ଅନୁଯାୟୀ, ଯମ ଦୀପଦାନକୁ କେବେ ମଧ୍ୟ ଖାଲି ରଖି ଜଳାଇବା ଉଚିତ୍ ନୁହେଁ। ଏହାର ଭିତରେ ଗୋଟେ ସୁପାରି (ଗୁଆ), ଗୋଟେ ହଳଦିଆ କଉଡ଼ି, ଏବଂ ଗୋଟେ (ପଇସା) ରଖାଯାଏ। ଏହି ତିନିଟି ଜିନିଷ ସମୃଦ୍ଧି, ଆୟୁ ଓ ଶୁଭ ଫଳର ପ୍ରତୀକ ବୋଲି ମନାଯାଇଥାଏ। 

ଏହି ଦୀପଦାନ ମାନବ ଜୀବନରୁ ଅକାଳ ମୃତ୍ୟୁକୁ ଦୂର କରେ। ତା ସହିତ ଯମରାଜଙ୍କ ନିକଟରେ ଘରେ ସମସ୍ତଙ୍କ ଦୀର୍ଘାୟୁ ଓ ଭଲ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରାଯାଏ। ଏହି ଦୀପ ଜଳାଇଲେ ଅଶୁଭ ଦୃଷ୍ଟି ଓ ଅଶୁଭ ଶକ୍ତି ଘର ପାଖ ମାଡ଼ିବେ ନାହିଁ। ଧନବନ୍ତରୀ ଦେବ ଆୟୁର୍ବେଦର ଜନକ ଭାବେ ପରିଚିତ। 

ସୁସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ନିମନ୍ତେ ଏହି ପୂଜା କରାଯାଏ।  

ଧନତେରସ କେବଳ ଧନ କିମ୍ବା ସୁନା କିଣିବା ଦିନ ନୁହେଁ, ଏହା ଆମକୁ ଶିଖାଏ ଯେ ସତ୍ୟ ଧନ ହେଉଛି ସ୍ୱାସ୍ଥ୍ୟ, ସଦାଚାର ଓ ସମ୍ପୂର୍ଣ୍ଣ ଜୀବନ।ଏହି ଦିନ ଆମେ ଆଲୋକ ଦ୍ୱାରା ଅନ୍ଧକାରକୁ ଦୂର କରି, ନିଜ ମନରେ ଶୁଭଚିନ୍ତା ଓ ସମୃଦ୍ଧି ଆଣିବା ଶିଖିଥାଉ।

ପୁରାଣ ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଶ୍ରୀ ଧନବନ୍ତରୀ ଦେବ ଅମୃତ ଘଟ ସହିତ ଉପସ୍ଥିତ ହେଇଥିଲେ। ସେ ଦେବତାମାନଙ୍କୁ ଜୀବନ ଓ ସ୍ୱାସ୍ଥ୍ୟ ଦାନ କରିଥିଲେ। 

ତେଣୁ ଧନତେରସ ଦିନରେ ଧନବନ୍ତରୀ ଦେବଙ୍କ ପୂଜା କରି ସୁସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ନିମନ୍ତେ ଅନେକ ଜଣ ପ୍ରାର୍ଥନା କରନ୍ତି। ଅନ୍ୟ ଦିଗରୁ, ଏହି ଦିନ ଲକ୍ଷ୍ମୀ ଦେବୀଙ୍କୁ ମଧ୍ୟ ସମ୍ପଦ ଓ ଧନର ପ୍ରତୀକ ଭାବେ ପୂଜା କରାଯାଏ। ମନେ କରାଯାଏ ଯେ ଯେଉଁ ଘରେ ଏହି ଦିନ ଲକ୍ଷ୍ମୀ ପୂଜା କରାଯାଏ, ସେଠି ଧନ ସମୃଦ୍ଧି ରହେ ଓ ଦୁର୍ଭିକ୍ଷ ଦୂର ହୁଏ। 

ତେବେ ଅନ୍ୟ କିଛି ଶାସ୍ତ୍ର ଅନୁଯାଇ ଧନତେରଶ ରେ ୧୩ ଦୀପ ଜଳାଇବା ଦ୍ୱାରା ଧନ, ସମୃଦ୍ଧି ଓ ସ୍ୱାସ୍ଥ୍ୟ ପ୍ରାପ୍ତି ହୋଇଥାଏ, ଏହା ଗୋଟିଏ ପାରମ୍ପରିକ ଉପାୟ ଏହା କରିବା ଦ୍ୱାରା ମା ଲକ୍ଷ୍ମୀ ଓ କୁବେର ଦେବତା ସନ୍ତୁଷ୍ଟ ହୁଅନ୍ତି। 

କୁବେରଙ୍କୁ ଦୀପ ଅର୍ପଣ କରିବା ପରେ ଗୋଟା ଗୁଆ , ଗୋଟା ନଡ଼ିଆ, ଧୂପ, ଦୀପ, ଚନ୍ଦନ ସିନ୍ଦୁର ଓ ପଦ୍ମ ଫୁଲ ଦେଇ ବିଧି ବିଧାନ ଭାବରେ ପୂଜା କରାଯାଇଥାଏ l 

ଘରର ମୁଖ୍ୟ ଦ୍ୱାରରେ ହଳଦୀ ଓ ଚାଉଳର ମିଶ୍ରଣ ପ୍ରସ୍ତୁତ କରି ଓଂ ଲେଖି , ଏବଂ ମା ଲକ୍ଷ୍ମୀଙ୍କୁ ସ୍ୱାଗତ କରାଯାଏ l ଏହାଦ୍ୱାରା ସୁଖ ସମୃଦ୍ଧିର ଆଗମନ ହୋଇଥାଏ ବୋଲି ବିଶ୍ଵାସ ରହିଛି l ଏବଂ ଏହା ସହିତ ଦକ୍ଷିଣ ବର୍ତି ଶଙ୍ଖକୁ ଜଳ ଭରି ରଖାଯାଏ ଓ ନାଲି କପଡାଟିଏ ଘୋଡାଇ ତା ଉପରେ ତୁଳସୀ, ଚାଉଳ, ହଳଦୀ ଏବଂ ଫୁଲ ଅର୍ପଣ କରାଯାଏ l ଏହା ଦ୍ଵାରା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୁଏ ବୋଲି ମଧ୍ୟ ବିଶ୍ଵାସ ରହିଛି। 

ଏହି ଦିନ ସୁନା, ଚାନ୍ଦି କିମ୍ବା ନୂତନ ପାତ୍ର କିଣିବାକୁ ଶୁଭ ମନାଯାଏ। ଏହା ଧନ ଲାଭ ଓ ସମୃଦ୍ଧିର ପ୍ରତୀକ। 

ଅନେକ ଲୋକ ଏହି ଦିନ ଗାଡ଼ି, ଜମି କିମ୍ବା ନୂତନ ବସ୍ତୁ କିଣି ସେଗୁଡ଼ିକୁ ଲକ୍ଷ୍ମୀ ଦେବୀଙ୍କ ପାଖରେ ଅର୍ପଣ କରନ୍ତି। 

ଧନତେରସ ମଧ୍ୟ ବ୍ୟବସାୟୀ ମାନଙ୍କ ପାଇଁ ଗୁରୁତ୍ୱ, କାରଣ ଏହି ଦିନ ଅନେକ ବ୍ୟବସାୟୀମାନେ ତାଙ୍କର ନୂତନ ବର୍ଷ ଆରମ୍ଭ କରନ୍ତି। ବହୁଜଣ ନୂତନ ହିସାବ ଖାତା ଆରମ୍ଭ କରି “ଶୁଭ ଲାଭ” ଲେଖନ୍ତି। ଧନତେରସ ହେଉଛି ଧନ, ସଫଳତା ଓ ବ୍ୟବସାୟିକ ସମୃଦ୍ଧିର ଦିନ।

ଧାର୍ମିକ ଗ୍ରନ୍ଥ ଅନୁଯାୟୀ, ଧନ୍ଵନ୍ତରୀ ସମୁଦ୍ର ମନ୍ଥନ ସମୟରେ ଉତ୍ପନ୍ନ ହୋଇଥିଲେ । 

କିମ୍ବଦନ୍ତୀ ଅନୁଯାୟୀ, ଧନ୍ଵନ୍ତରୀ ହିଁ ଅମୃତ କଳସ ନେଇ ବାହାରକୁ ଆସିଥିଲେ ଯେଉଁଥି ପାଇଁ ସମୁଦ୍ର ମନ୍ଥନ କରାଯାଇଥିଲା । 

ସେ ଆୟୁର୍ବେଦର ମୁଖ୍ୟ ତଥା ଚିକିତ୍ସା କ୍ଷେତ୍ରରେ ଦେବତାମାନଙ୍କର ଚିକିତ୍ସକ ଭାବରେ ଜଣାଶୁଣା । ତେଣୁ ଧନ୍ଵନ୍ତୀଙ୍କୁ ଆରୋଗ୍ୟତା ପ୍ରଦାନ କରୁଥିବା ଦେବତା ଭାବରେ ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ ତାଙ୍କୁ ପୂଜା କଲେ ସମସ୍ତ ରୋଗରୁ ମୁକ୍ତି ମିଳିଥାଏ ଏବଂ ଆରୋଗ୍ୟତା ପ୍ରାପ୍ତ ହୁଏ । 

ଯେତେବେଳେ ଧନ୍ଵନ୍ତରୀ ହେଉଛନ୍ତି ଆରୋଗ୍ୟର ଦେବତା ଯିଏ ଦେବତାଙ୍କୁ ଆରୋଗ୍ୟତା ପ୍ରଦାନ କରନ୍ତି ତେବେ ତାଙ୍କୁ ଧନତେରସ ଦିନ କାହିଁକି ପୂଜା କରାଯାଏ ? 

କିମ୍ବଦନ୍ତୀ ଅନୁଯାୟୀ, ଅମୃତ କଳସ ପାଇଁ ଦେବତା ଏବଂ ରାକ୍ଷସମାନଙ୍କ ମଧ୍ୟରେ ସମୁଦ୍ର ମନ୍ଥନ ହୋଇଥିଲା । 

ସମୁଦ୍ର ମନ୍ଥନରୁ ଗୋଟିଏ ପରେ ଗୋଟିଏ ୧୪ ଟି ରତ୍ନ ବାହାରିଥିଲା, ସେଥିମଧ୍ୟରୁ ଶେଷଟି ଅମୃତ କଳସ ଥିଲା ଯେଉଁଥିରେ ଧନ୍ଵନ୍ତରୀ ଉତ୍ପନ୍ନ ହୋଇଥିଲେ । 

ଯେଉଁ ଦିନ ଧନ୍ଵନ୍ତରୀ ଅମୃତ କଳସ ସହିତ ଉତ୍ପନ୍ନ ହେଲେ ସେହି ଦିନ କାର୍ତ୍ତିକ କୃଷ୍ଣ ପକ୍ଷ ତ୍ରୟୋଦଶୀ ଥିଲା ଏବଂ ପରେ ଏହି ଦିନ ଧନତେରସ ପାଳିତ ହେଲା । ତେଣୁ ଧନତେରସ ଦିନ ଧନ୍ଵନ୍ତରୀଙ୍କୁ ପୂଜା କରାଯାଏ । 

ଏହି ତିଥିରେ ଧନ୍ଵନ୍ତରୀ ଉତ୍ପନ୍ନ ହୋଇଥିବାରୁ ଧନତେରସକୁ ଧନତ୍ରୟୋଦଶୀ କିମ୍ବା ଧନ୍ଵନ୍ତରୀ ଜୟନ୍ତୀ ଭାବରେ ପାଳନ କରାଯାଏ