ଦିଲ୍ଲୀ ବିସ୍ଫୋରଣକୁ ନେଇ କ୍ୟାବିନେଟର ଗୁରୁତ୍ବପୂର୍ଣ ପଦକ୍ଷେପ...

Nov 13, 2025 - 10:59
 16
ଦିଲ୍ଲୀ ବିସ୍ଫୋରଣକୁ ନେଇ କ୍ୟାବିନେଟର ଗୁରୁତ୍ବପୂର୍ଣ ପଦକ୍ଷେପ...

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ 10 ନଭେମ୍ବର 2025 ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ଏକ ଆତଙ୍କବାଦୀ କାର ବିସ୍ଫୋରଣ ଘଟଣାରେ ପ୍ରାଣହାନି ପାଇଁ ଗଭୀର ଶୋକ ପ୍ରକାଶ କରିଛି। ଏଥିରେ ଜୀବନ ହରାଇଥିବା ନିଘୋଷ ଲୋକଙ୍କ ସ୍ମୃତିଚାରଣ କରି କ୍ୟାବିନେଟ୍ ଦୁଇ ମିନିଟ୍ ନିରବତା ଅବଲମ୍ବନ କରିଛି।

କ୍ୟାବିନେଟ୍ ମଧ୍ୟ ନିମ୍ନଲିଖୂତ ପ୍ରସ୍ତାବ ଗ୍ରହଣ କରିଛି:

10 ନଭେମ୍ବର 2025 ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ଏକ କାର ବିସ୍ଫୋରଣ ମାଧ୍ୟମରେ ଦେଶ ବିରୋଧୀ ଶକ୍ତିମାନେ ଏକ ଜଘନ୍ୟ ଆତଙ୍କବାଦୀ ଘଟଣା ଘଟଣାଇଛନ୍ତି । ଏହି ବିସ୍ଫୋରଣରେ ବହୁ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଲୋକ ଆହତ ହୋଇଛନ୍ତି ।

ଏହି ହିଂସାରେ ପୀଡିତଙ୍କ ପ୍ରତି କ୍ୟାବିନେଟ୍ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ଏବଂ ଶୋକସନୃପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛି।

କ୍ୟାବିନେଟ୍ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛି ଏବଂ ପୀଡିତଙ୍କୁ ସହାୟତା ଏବଂ ସେବା ପ୍ରଦାନ କରୁଥିବା ସ୍ବାସ୍ଥ୍ୟକର୍ମୀ ଏବଂ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମୀଙ୍କ ତ୍ବରିତ ପ୍ରୟାସକୁ ପ୍ରଶଂସା କରୁଛି।

କ୍ୟାବିନେଟ୍ ନିଘୋଷ ଜୀବନ ହାନିର କାରଣ ହୋଇଥିବା ଏହି ଘୃଣ୍ୟ ଏବଂ କାପୁରୁଷତାପୂର୍ଣ୍ଣ କାର୍ଯ୍ୟକୁ ଦୃଢ଼ ଭାବରେ ନିନ୍ଦା କରୁଛି।

ସମସ୍ତ ପ୍ରକାର ଏବଂ ସ୍ବରୂପରେ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତାର ନୀତି ପ୍ରତି ଭାରତର ଅଟଳ ପ୍ର ପ୍ରତିବଦ୍ଧତାକୁ କ୍ୟାବିନେଟ୍ ଦୋହରାଇଛି।

ବିଶ୍ବର ! ଅ ଅନେକ ସରକାରଙ୍କ ଏକଜୁଟତା ଏବଂ ସମର୍ଥନପୂର୍ଣ୍ଣ ବିବୃତିକୁ କ୍ୟାବିନେଟ୍ ମଧ୍ୟ ପ୍ରଶଂସା କରିଛି।

ପ୍ରତିକୂଳ ପରି ପରିସ୍ଥିତିରେ ସାହସ ଓ କରୁଣା ସହିତ କାର୍ଯ୍ୟ କରିଥିବା କର୍ତ୍ତୃପକ୍ଷ, ସୁରକ୍ଷା ସଂସ୍ଥା ଏବଂ ନାଗରିକଙ୍କ ରିକଙ୍କ ସମୟୋଚିତ ଓ ସମନ୍ବିତ ପ୍ରତିକ୍ରିୟାକୁ କ୍ୟାବିନେଟ୍ ପ୍ରଶଂସା କରୁଛି। ସେମାନଙ୍କର ସମର୍ପଣ ଏବଂ ବଂ କର୍ତ୍ତବ୍ୟନିଷ୍ଠା ଗଭୀର ପ୍ରଶଂସନୀୟ।

କ୍ୟାବିନେଟ୍ ନିର୍ଦ୍ଦେଶ ଦେଇଛି ଯେ ଘଟଣାର ତଦନ ଦନ୍ତି ଅତ୍ଯନୁ ଜରୁରୀ ଏବଂ ପେସାଦାର ଆଭିମୁଖ୍ୟ ସହି ସହିତ ଏହା କରାଯିବା ଉଚିତ ଯାହା ହା ଦ୍ବାରା ଅପରାଧୀ, ସେମାନଙ୍କର ସହ‌ଯୋଗୀ

ଏବଂ ସେମାନଙ୍କ ପ୍ରାୟୋଜକମାନଙ୍କୁ ଚିହ୍ନଟ କରାଯାଇ ଅବିଳମ୍ବେ ଶାସୁବିଧାନ କରାଯାଇପାରିବ। ସରକାରଙ୍କ ସର୍ବୋଚ୍ଚ ସ୍ବରରେ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। କ୍ୟାବିନେଟ୍ ସମସ୍ତ ଭାରତୀୟଙ୍କ ଜୀବନ ଏବଂ କଲ୍ୟାଣକୁ ସୁରକ୍ଷା ଦେବା ଚବା ପାଇଁ ସରକାର ଦୃଢ଼ ସଂକଳ୍ପକୁ ଦୋହରାଉଛି । ଜାତୀୟ ସୁରକ୍ଷା ଏବଂ ପ୍ରତ୍ୟେକ ନାଗରିକ ରିକଙ୍କ ସୁରକ୍ଷା ଷା ପ୍ରତି ସରକାର ଦୀର୍ଘସ୍ଥାୟୀ ରୂପେ ସଂକଳ୍ପବଦ୍ଧ ରହିଛନ୍ତି ।