ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବିଜେପି ନେତାଙ୍କ ମୃତ୍ୟୁ

Oct 7, 2025 - 20:21
Oct 7, 2025 - 20:53
 3
ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବିଜେପି ନେତାଙ୍କ ମୃତ୍ୟୁ

ବ୍ରହ୍ମପୁର: ରେଶମ ସହରରେ ପୁଣି ଗୁଳି ଫୁଟିଛି। ଅନ୍ଧାର ରାତିରେ ରାଜରାସ୍ତା ଉପରେ ରକ୍ତର ଛିଟା ପଡ଼ିଛି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଆଇନଜୀବୀ ତଥା ବିଜେପି ନେତାଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ପୀତବାସ ପଣ୍ଡା। 

ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ପୀତବାସ ପଣ୍ଡା ଆଜି ରାତି ପ୍ରାୟ ୧୦ଟାରେ ବୈଦ୍ୟନାଥପୁର ଥାନା ଅଧୀନ ବ୍ରହ୍ମାନଗରସ୍ଥିତ ନିଜ ଘର ପାଖରେ ଛିଡ଼ା ହୋଇଥିଲେ। ରାତି ପ୍ରାୟ ୧୦ଟା ବେଳେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିମାଡ଼ର ଶିକାର ହେଲା ପରେ ପୀତବାସ ବେହୋସ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କର ଛାତିରେ ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।