ଦେଶରେ ବଢୁଥୁବା ଧର୍ମାନ୍ତରୀକରଣ ମାମଲାକୁ ନେଇ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି ଯେଉଁଥ୍ରେ ସ୍ପଷ୍ଟ କରାଯାଇଛି
ଦେଶରେ ବଢୁଥୁବା ଧର୍ମାନ୍ତରୀକରଣ ମାମଲାକୁ ନେଇ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି ଯେଉଁଥ୍ରେ ସ୍ପଷ୍ଟ କରାଯାଇଛି
ଯେ ହିନ୍ଦୁ, ଶିଖ୍ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମ ଆପଣାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଅନୁସୂଚିତ ଜାତି ବା ଏସସି ମାନ୍ୟତା ତୁରନ୍ତ ରଦ୍ଦ ହୋଇଯିବା ଆନ୍ଧ୍ରପ୍ରଦେଶର ଜଣେ ପାଦ୍ରୀଙ୍କ ଏଫଆଇଆରକୁ ଖାରଜ କରି ସର୍ବୋଚ୍ଚ ଅଦାଲତ ଏହି କଡ଼ା ନିଷ୍ପତ୍ତି ନେଇଛନ୍ତି।
ଅଦାଲତ କହିଛନ୍ତି ଯେ ଧର୍ମ ପରିବର୍ତ୍ତନ କରିଥିବା ବ୍ୟକ୍ତି ଆଉ ସାମ୍ବିଧାନିକ ସଂରକ୍ଷଣ କିମ୍ବା ଏସସି/ଏସଟି ଆଇନର ସୁବିଧା ପାଇବା ପାଇଁ ହକଦାର ନୁହନ୍ତି।
ବ୍ୟବସ୍ଥା ଶେଷ ହୋଇଯିବ । ଏବଂ ଉକ୍ତ ବ୍ୟକ୍ତି ଅନୁସୂଚିତ ଜାତି ଏବଂ ଜନଜାତି ଆକ୍ଟର ଲାଭଉଠାଇପାରିବେନି । ଏଥିସହ ଆନ୍ଧ୍ରପ୍ରଦେଶର ଜଣେ ପାଦ୍ରୀ ଅନୁସୂଚିତ ଜାତି ଏବଂ ଜନଜାତି ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲେ । ଅଭିଯୋଗ କରିଥିଲେ ଯେ, କିଛି ଲୋକ ତାଙ୍କୁ ଜାତିଆଣ ଆକ୍ଷେପ କରୁଛନ୍ତି । ମାରପିଟ କରିବା ସହ ଧମକ ମଧ୍ଯ ଦେଉଛନ୍ତି ।
ଅନ୍ୟପଟେ ଅଭିଯୁକୁ କହିଥିଲେ ଯେ, ପାଦ୍ରୀ ହୋଇଥିବାରୁ SC/ST ମାନ୍ୟତା ମିଳିବା ଅନୁଚିତ । ଏନେଇ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଶୁଣାଣୀ କରି ଅଭିଯୁକ୍ତିଙ୍କ ସମର୍ଥନରେ ରାୟ ଶୁଣାଇଥିଲେ । ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସୁ ହୋଇଥିଲେ ଅଭିଯୋଗକାରୀ ପାଦ୍ରୀ । ତେବେ ସୁପ୍ରିମକୋର୍ଟ ମଧ୍ୟ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ ।