ନିର୍ବାଚନ କାରଣରୁ ଘୁଞ୍ଚିଲା ୟୁପିଏସସି ସିଭିଲ୍ ସର୍ଭିସ୍ ପରୀକ୍ଷା

ନୂଆଦିଲ୍ଲୀ : ଘୁଞ୍ଚିଲା ୟୁପିଏସସି ସିଭିଲ୍ ସର୍ଭିସ୍ ପରୀକ୍ଷା। ମେ ୨୬ରେ ହେବନି ପ୍ରିଲିମନାରୀ ଟେଷ୍ଟ। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ଜୁନ୍ ୧୬ ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଛି। ଏନେଇ ୟୁନିଅନ ପବ୍ଲିକ ସର୍ଭିସ କମିସନ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପରୀକ୍ଷା ବିଳମ୍ବରେ ହେବ। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମେ ୨୫ରେ ହେବାକୁ ଥିବା ପରୀକ୍ଷାସୂଚିକୁ ବଦଳା ଯାଇଛି। ନିର୍ବାଚନ ସରିବା ପରେ ପରୀକ୍ଷା ତାରିଖ ଘୋଷଣା କରିବେ ଆୟୋଗ। ନିକଟରେ ହୋଇଥିବା ୟୁପିଏସସି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଚଳିତ ବର୍ଷର ପରୀକ୍ଷା ମାଧ୍ୟମରେ ପ୍ରାୟ ୧,୦୫୫ଟି ପଦବୀ ପୂରଣ ହେବ। ଏପ୍ରିଲ ୧୯ରୁ ସାତୋଟି ପର୍ୟ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଫଳାଫଳ ଜୁନ୍ ୪ରେ ଘୋଷଣା କରାଯିବ। ଅନ୍ୟ ପର୍ୟ୍ୟାୟଗୁଡିକ ଏପ୍ରିଲ୍ ୨୬, ମେ ୭, ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍ ୧ରେ ହେବ।

Mar 20, 2024 - 16:37
 3
ନିର୍ବାଚନ କାରଣରୁ ଘୁଞ୍ଚିଲା ୟୁପିଏସସି ସିଭିଲ୍ ସର୍ଭିସ୍ ପରୀକ୍ଷା