ନୂଆଦିଲ୍ଲୀର କୃଷି ଭବନରେ ନଡ଼ା ପରିଚାଳନା ଉପରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ

Oct 8, 2025 - 09:13
 8
ନୂଆଦିଲ୍ଲୀର କୃଷି ଭବନରେ ନଡ଼ା ପରିଚାଳନା ଉପରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ

କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଏବଂ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବଙ୍କ ମଧ୍ୟରେ ମିଳିତ ଭାବେ ଆଜି ନୂଆଦିଲ୍ଲୀର କୃଷି ଭବନରେ ନଡ଼ା ପରିଚାଳନା ଉପରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପଞ୍ଜାବର କୃଷି ମନ୍ତ୍ରୀ ଶ୍ରୀ ଗୁରମିତ ସିଂ ଖୁଦିଆନ୍, ହରିୟାଣାର କୃଷି ମନ୍ତ୍ରୀ ଶ୍ରୀ ଶ୍ୟାମ ସିଂ ରାଣା, ଉତ୍ତର ପ୍ରଦେଶର କୃଷି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ପ୍ରତାପ ଶାହୀ ଏବଂ ଦିଲ୍ଲୀର ପରିବେଶ ମନ୍ତ୍ରୀ ଶ୍ରୀ ମଞ୍ଜିନ୍ଦର ସିଂ ସିରସା ଭର୍ତୁଆଲ ମାଧ୍ୟମରେ ଯୋଗ ଦେଇଥିଲେ। ଏହି ବୈଠକରେ ନଡ଼ା ପୋଡ଼ିବାରୁ ବାୟୁ ପ୍ରଦୂଷଣ ହ୍ରାସ କରିବା ଏବଂ ଧାନ ନଡ଼ା ଉନ୍ନତ ଉପଯୋଗ ପାଇଁ ସକ୍ରିୟ ପଦକ୍ଷେପ ନେବା ଉପରେ ବ୍ୟାପକ ଆଲୋଚନା ହୋଇଥିଲା, ଯେଉଁଥିରେ କୃଷକମାନଙ୍କ ମଧ୍ୟରେ ସଚେତନତା, ଆର୍ଥିକ ସହାୟତା, ପ୍ରଭାବଶାଳୀ ତଦାରଖ, ଫସଲ ପରିଚାଳନା ଏବଂ ବିବିଧତା ଅନ୍ତର୍ଭୁକ୍ତ ଥିଲା ।

ଏହି ବୈଠକରେ ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶର କୃଷି ମନ୍ତ୍ରୀମାନେ ପ୍ରଥମେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଶିବରାଜ ସିଂହଙ୍କୁ ନିଜ ନିଜ ରାଜ୍ୟରେ ନଡ଼ା ପରିଚାଳନାର ସ୍ଥିତି ବିଷୟରେ ଅବଗତ କରାଇଥିଲେ ଏବଂ ସୂଚନା ଦେଇଥିଲେ, ଯେ ନଡ଼ା ପରିଚାଳନା ଯୋଜନାକୁ ସମ୍ପୂର୍ଣ୍ଣ ଶକ୍ତି ଏବଂ ସତର୍କତାର ସହ କାର୍ଯ୍ୟକାରୀ କରାଯାଉଛି। ସେ କହିଛନ୍ତି ଯେ ଅଧିକାରୀ, କର୍ମଚାରୀଙ୍କ ସମେତ ସମଗ୍ର ବିଭାଗ ମଧ୍ୟ ଏହି କାର୍ଯ୍ୟରେ ଗମ୍ଭୀରତାର ସହ ନିୟୋଜିତ ଅଛନ୍ତି।

ଏହି ବୈଠକରେ ହରିୟାଣା କୃଷିମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଆର୍ଥିକ ସହାୟତା ମାଧ୍ୟମରେ ରାଜ୍ୟରେ ନଡ଼ା ନ ଜାଳିବା ପାଇଁ କୃଷକମାନଙ୍କୁ ପ୍ରୋତ୍ସାହିତ କରାଯାଉଛି, ଯାହାର ପ୍ରଭାବ ବ୍ୟାପକ ହୋଇଛି। ଏହାଦ୍ବାରା କୃଷକମାନେ ନଡ଼ା ପରିଚାଳନା ପାଇଁ ବିକଳ୍ପ ପଦକ୍ଷେପ ଆଡ଼କୁ ଅଗ୍ରସର ହେଉଛନ୍ତି।

ରାଜ୍ୟଗୁଡ଼ିକର ପ୍ରୟାସକୁ ପ୍ରଶଂସା କରି କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ନଡ଼ା ପରିଚାଳନା କ୍ଷେତ୍ରରେ ଭଲ କାର୍ଯ୍ୟ କରାଯାଉଛି, କିନ୍ତୁ ନିରନ୍ଧର ପ୍ରୟାସର ଆବଶ୍ୟକ‌ତା ରହିଛି। ସେ କହିଥିଲେ ଯେ କୃଷକମାନଙ୍କ ମଧ୍ୟରେ ଜନ ସଚେତନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଯଦି ପଞ୍ଚାୟତ ଏବଂ ଗ୍ରାମ ସ୍ବରରେ ଜନ ପ୍ରତିନିଧୂ ଏବଂ ନୋଡାଲ ଅଧିକାରୀଙ୍କ ଅଂଶଗ୍ରହଣ ମଧ୍ୟ ସୁନିଶ୍ଚିତ କରାଯାଏ, ତେବେ ଉନ୍ନତ ଫଳାଫଳ ହାସଲ କରାଯାଇପାରିବ।

ଶ୍ରୀ ଚୌହାନ ଏହି ବୈଠକରେ ଫସଲ ପରିଚାଳନା, ସିଧା ବିହନ ବୁଣିବା, ବିବିଧକରଣ, ରାଜ୍ୟଗୁଡ଼ିକ ଦ୍ବାରା କାର୍ଯ୍ୟ ଯୋଜନା ପାଣ୍ଠିର ଉପଯୁକ୍ତ ଉପଯୋଗ, ପ୍ରଭାବଶାଳୀ ତଦାରଖ ତଥା ଲକ୍ଷ୍ୟବଦ୍ଧ ଢଙ୍ଗରେ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଉପରେ ମଧ୍ୟ ଆଲୋଚନା କରିଥିଲେ। କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସମୟରେ ମିଳିତ ଭାବେ କାର୍ଯ୍ୟ କରିବା ଦ୍ବାରା ନିଶ୍ଚିତ ଭାବେ ଫଳପ୍ରଦ ସୁଫଳ ମିଳିବ।

ନିଜ ନିଜ ରାଜ୍ୟରେ ସିଧାସଳଖ ବିହନ ବୁଣିବାକୁ ପ୍ରୋତ୍ସାହିତ କରିବା ଲାଗି ଶ୍ରୀ ଚୌହାନ କୃଷି ମନ୍ତ୍ରୀମାନଙ୍କୁ ଅନୁରୋଧ କରିଥିଲେ। ସେ କ୍ଷେତରେ ସିଧାସଳଖ ବୁଣିବା ବିଷୟରେ କହିଛନ୍ତି, ଯାହା ଫଳସ୍ବରୂପ ନଡାର ଉପଯୁକ୍ତ ପରିଚାଳନା ଏବଂ ଉପ‌ଯୋଗ ହେବ। ଅକ୍ଟୋବର ୧୨ ତାରିଖରେ ମୁଁ ନିଜ କ୍ଷେତରୁ ଏହାର ଶୁଭାରମ୍ଭ କରିବି ବୋଲି ଶ୍ରୀ ଚୌହାନ କହିଛନ୍ତି। ମୁଁ ମୋ କ୍ଷେତର ଧାନ ଅମଳ କରିବା ପରେ ସିଧା ଗହମ ବୁଣିଦେବି। ସେ କହିଥିଲେ ଯେ ଏପରି କରିବା ଦ୍ବାରା କୃଷକମାନେ ମଧ୍ଯ ସିଧାସଳଖ ବୁଣିବା ପାଇଁ ପ୍ରେରିତ ହେବେ। କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ରୋଟାଭେଟର ହେଲିକପ୍ଟର, ବାୟୋ ଡି-କମ୍ପୋଜର, ମଲଚିଙ୍ଗ ଇତ୍ୟାଦି ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ। ଶ୍ରୀ ଚୌହାନ ଜୈବ ସିଏନଜି ଇଥାନଲ ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ଉପକରଣର ବ୍ୟବହାରକୁ ପ୍ରୋତ୍ସାହିତ କରିବା ବିଷୟରେ ମଧ୍ୟ କହିଥିଲେ।

କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ରାଜ୍ୟଗୁଡ଼ିକ ସୁନିଶ୍ଚିତ କରିବା ଉଚିତ ଯେ ନଡ଼ା ପରିଚାଳନା ପାଇଁ ଉପଲବ୍ଧ ପାଣ୍ଠି ଯେପରି ଖର୍ଚ୍ଚ ହୁଏ, ଯାହାଦ୍ବାରା ମେସିନ୍ଗୁଡ଼ିକର ଉପଲବ୍ଧତା ଏକ ସମସ୍ୟା ହେବ ନାହିଁ। ଫସଲ ବିବିଧିକରଣ ଏକ ସୁଦୂରପ୍ରସାରୀ ପ୍ରୟାସ ବୋଲି ସେ ଉଲ୍ଲେଖ କରିଥିଲେ। ଶ୍ରୀ ଚୌହାନ କହିଥିଲେ ଯେ ନଡ଼ା ଆଧାରିତ ବାୟୋ ସି. ଏନ୍. ଜି. ପେଲେଟ ଚାହିଦା ଥ‌ିବା କମୋଷ୍ଟ ୟୁନିଟ ଏବଂ ଶିଳ୍ପ ଏବଂ ତାପଜ ପ୍ଲାଣ୍ଡଗୁଡ଼ିକୁ ସଂଯୋଗ କରିବା ଲାଗି ପ୍ରୟାସ କରାଯିବା ଉଚିତ, ଯାହାଦ୍ବାରା ନଡ଼ା ଗୁଡ଼ିକର ଉପଯୁକ୍ର ନିଷ୍କାସନ କରାଯାଇପାରିବ।

ଶେଷରେ, ଶ୍ରୀ ଚୌହାନ ତାଲିମ ସଚେତନ‌ତା ସହିତ କ୍ଷମତା ନିର୍ମାଣ ଏବଂ ନିରନ୍ଧର ତଦାରଖ ଉପରେ ପୁନର୍ବାର ଗୁରୁତ୍ବାରୋପ କରିଥିଲେ। କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ମୋର ବିଶ୍ବାସ ଯେ କେନ୍ଦ୍ର ଏବଂ ରାଜ୍ୟର ସମନ୍ବିତ ପ୍ରୟାସ ଦ୍ବାରା ଆଗାମୀ ସମୟରେ ନଡ଼ା ପୋଡ଼ିବାର ଘଟଣା ନିଶ୍ଚିତ ଭାବେ ଆହୁରି ହ୍ରାସ ପାଇବ। ରିଅଲ୍ ଟାଇମ୍ ମନିଟରିଂ ଅର୍ଥାତ୍ ଆଖୁ ସାମ୍ନାରେ ମନିଟରିଂ ଜରୁରୀ। ମୁଁ ଆଶା କରୁଛି ଯେ, ଆଗକୁ ଆହୁରି ଭଲ କାମ ହେବ ଏବଂ ଆମେ ପରିବେଶ ଏବଂ ଜଳବାୟୁର ସଂରକ୍ଷଣ କରିବାରେ ସଫଳ ହେବୁ।

ଏହି ବୈଠକରେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ମଧ୍ୟ ସମ୍ବୋଧୂତ କରିଥିଲେ ଏବଂ ନଡ଼ା ପରିଚାଳନା ଦିଗରେ ରାଜ୍ୟଗୁଡ଼ିକର ପ୍ରୟାସକୁ ପ୍ରଶଂସା କରିଥିଲେ। ଆଗାମୀ ୧୦ ଦିନ ମଧ୍ୟରେ କୃଷି ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ପାଇଁ ସେ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ ନଡ଼ା ସଂଗ୍ରହ ଏବଂ ସଂରକ୍ଷଣ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଯାହାଦ୍ବାରା ଏହାକୁ ଶିଳ୍ପ ୟୁନିଟରେ ଉପଯୁକ୍ତ ଭାବେ ବ୍ୟବହାର କରାଯାଇପାରିବ। ଇଟାଭାଟି, ତାପଜ ବିଦ୍ୟୁତ କେନ୍ଦ୍ରରେ ନଡ଼ାର ସଂରକ୍ଷଣ କ୍ଷମତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

କୃଷି ସଚିବ ଶ୍ରୀ ଦେବେଶ ଚତୁର୍ବେଦୀ, ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ଏମ୍.ଏଲ୍. ଜାଟ ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବଚ୍ଛତାକୁ ସଂସ୍ଥାଗତ କରିବା ଏବଂ ସରକାରୀ କାମ ହ୍ରାସ କରିବା ଦୃଷ୍ଟିକୋଣରୁ ଅନୁପ୍ରାଣିତ ହୋଇ, କେନ୍ଦ୍ର ଗୃହମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଗୃହ ମନ୍ତ୍ରଣାଳୟ ଏକ ସକ୍ରିୟ ଅଂଶୀଦାର ଭାବରେ ଏକ ସ୍ବତନ୍ତ୍ର ଅଭିଯାନ ଚଳାଉଛି ।

ଗୃହ ମନ୍ତ୍ରଣାଳୟ ଏବଂ ଏହାର ସଂଗଠନଗୁଡ଼ିକ ନଭେମ୍ବର ୨୦୨୪ ରୁ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ମାସିକ ଭିତ୍ତରେ ବିଚାରାଧୀନ ମାମଲା ହ୍ରାସ କରିବା ପାଇଁ ସକ୍ରିୟ ଭାବରେ ସ୍ବତନ୍ତ୍ର ଅଭିଯାନ ଚଳାଇଛନ୍ତି।

ଏହି ସମୟ ମଧ୍ୟରେ ପ୍ରମୁଖ ସଫଳତା ଗୁଡ଼ିକ ହେଲା :

କ୍ଷେତ୍ର/ବାହ୍ୟ କାର୍ଯ୍ୟାଳୟ ସମେତ ମନ୍ତ୍ରଣାଳୟ ଦ୍ବାରା ବିଭିନ୍ନ ସ୍ଥାନରେ ୨୪୦୫ଟି ସ୍ବଚ୍ଛତା ଅଭିଯାନ ପରିଚାଳିତ ହୋଇଛି

ସାଂସଦମାନଙ୍କ ଦ୍ବାରା ୪୯୩ଟି ସନ୍ଦର୍ଭ, କ୍ୟାବିନେଟ ଦ୍ବାରା ୨ଟି ପ୍ରସ୍ତାବ, ରାଜ୍ୟ ସରକାରଙ୍କ ଦ୍ବାରା ୧୦୪ଟି ସନ୍ଦର୍ଭ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଦ୍ବାରା ୩୦ଟି ସନ୍ଦର୍ଭର ସମାଧାନ ।

ନଭେମ୍ବର ୨୦୨୪ ରୁ ଅଗଷ୍ଟ ୨୦୨୫ ମଧ୍ୟରେ ପ୍ରାପ୍ତ ମୋଟ ୪୦,୮୮୦ ଟି ସାଧାରଣ ଅଭିଯୋଗ (ପିଜି) ଏବଂ ୧,୮୬୪ ଟି ศิล ପି ଜି ଆବେଦନ ମନ୍ତ୍ରଣାଳୟ ଦ୍ବାରା ସମାଧାନ କରାଯାଇଛି ।

ଗୃହ । ମନ୍ତ୍ରଣାଳୟ/କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଏକବାହିନୀ (ସି. ଏ. ପି. ଏଫ୍.) କାର୍ଯ୍ୟାଳୟଗୁଡ଼ିକରେ ୭୯,୭୭୪ ବର୍ଗଫୁଟ ସ୍ଥାନ ଖାଲି କରାଯାଇଛି।

ସହଜ ଭାବେ ବେ ତଥ୍ୟ ସଂଗ୍ରହ କରିବା ଏବଂ ସଠିକତା ସୁନିଶ୍ଚିତ କରିବା ପାଇଁ, ଗୃହ ମନ୍ତ୍ରଣାଳୟ ଏକ ଆନ୍ତଃ-ମନ୍ତ୍ରଣାଳୟ ପୋର୍ଟାଲର ଉପଯୋଗ କରୁଛି, ଯେଉଁଥ୍ରେ ମନ୍ତ୍ରଣାଳୟର ସମସ୍ତ ବିଭାଗ ତଥା କେନ୍ଦ୍ରଶାସିତ ଅଞ୍ଚଳ/ଦିଲ୍ଲୀ ପୋଲିସ ଏହି ଅଭିଯାନ ସହ ଜଡ଼ିତ ତଥ୍ୟ ଅପଲୋଡ କରୁଛନ୍ତି। ଏହା ଡିଭିଜନ/କାର୍ଯ୍ୟାଳୟଗୁଡ଼ିକ ସହିତ ଦକ୍ଷତାର ସହ ସମନ୍ବୟ ରକ୍ଷା କରିବାରେ ସହାୟକ

ହୋଇଛି, ଯାହାଦ୍ବାରା ବିନା ବିଳମ୍ବରେ ସଠିକ୍ ତଥ୍ୟ ହାସଲ କରିବାରେ ସୁବିଧା ହୋଇଛି।

ପ୍ରଶାସନିକ ସଂସ୍କାର ଏବଂ ଜନ ଅଭିଯୋଗ ବିଭାଗ (ଡିଏଆରପିଜି) ଦ୍ବାରା ପରିଚାଳିତ ଚାଲିଥିବା ସ୍ବତନ୍ତ୍ର ଅଭିଯାନ ୫.୦ ପାଇଁ, ଗୃହ ମନ୍ତ୍ରଣାଳୟ ସକ୍ରିୟ ଭାବେ ସ୍ବତନ୍ତ୍ର ଅଭିଯାନ ହାତକୁ ନେଉଛି, ଯେଉଁଥିରେ ସ୍ଥାୟୀ ଏବଂ ପରିବେଶ ଅନୁକୂଳ କାର୍ଯ୍ୟସ୍ଥଳୀ ଉପରେ ଧ୍ୟାନ ଦେବା ସହିତ ସାଂସଦମାନଙ୍କ ଠାରୁ ବିଚାରାଧୀନ ସନ୍ଦର୍ଭ, ରାଜ୍ୟ ସରକାରଙ୍କ ସନ୍ଦର୍ଭ, ସଂସଦ ଆଶ୍ବାସନା, ଆନ୍ତଃ-ମନ୍ତ୍ରୀସ୍ତରୀୟ ପରାମର୍ଶ, ଜନ ଅଭିଯୋଗ/ଅପିଲ ଏବଂ ଉନ୍ନତ ରେକର୍ଡ ମ୍ୟାନେଜମେଣ୍ଟର ସମାଧାନ କରାଯାଉଛି।

ସ୍ବତନ୍ତ୍ର ଅଭିଯାନ ୫.୦ ଉପରେ ମନ୍ତ୍ରଣାଳୟର ସର୍ବୋଚ୍ଚ ସ୍ତରରେ ନଜର ରଖାଯାଇଛି। କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସି.ଏ.ପି.ଏଫ୍.) ଏବଂ କେନ୍ଦ୍ରୀୟ ପୁଲିସ ସଙ୍ଗଠନ (ସି.ପି.ଓ.) ଗୁଡ଼ିକ ସ୍ବତନ୍ତ୍ର ଅଭିଯାନ ଉପରେ ଗୁରୁତ୍ବାରୋପ କରିଛନ୍ତି ଏବଂ ଚିହ୍ନଟ କରାଯାଇଥିବା ମାନଦଣ୍ଡ ଅନୁଯାୟୀ ସର୍ବୋତ୍ତମ ହାସଲ କରିବା ପାଇଁ ସେମାନେ ଅତିରିକୁ ପ୍ରୟାସ କରିବ କରିବାକୁ ପ୍ରସ୍ତୁତ ଅଛନ୍ତି।