ନୂଆଦିଲ୍ଲୀରେ ଭାରତ ଓ ଇସ୍ରାଏଲ ସରକାରଙ୍କ ମଧ୍ୟରେ ଦ୍ବିପାକ୍ଷିକ ନିବେଶ ଚୁକ୍ତିନାମା ସ୍ବାକ୍ଷରିତ
ଭାରତ ସରକାର ଏବଂ ଇସ୍ରାଏଲ ସରକାର ଆଜି ନୂଆଦିଲ୍ଲୀରେ ଏକ ଦ୍ବିପାକ୍ଷିକ ନିବେଶ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଏହି ଚୁକ୍ତିନାମାରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ଇସ୍ରାଏଲର ଅର୍ଥମନ୍ତ୍ରୀ ଶ୍ରୀ ବେଜାଲେଲ୍ ସ୍ମୋଟ୍ରିଚ୍ ସ୍ବାକ୍ଷର କରିଥିଲେ। ଇସ୍ରାଏଲ ଏବଂ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଗଠିତ ଏକ ଇସ୍ରାଏଲୀ ପ୍ରତିନିଧୂମଣ୍ଡଳଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା।
ଏହି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଏକ ଐତିହାସିକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଚୁକ୍ତିନାମା ନିବେଶକୁ ବୃଦ୍ଧି କରିବ, ନିବେଶକମାନଙ୍କୁ ଅଧୂକ ନିଶ୍ଚିତତା ଏବଂ ସୁରକ୍ଷା ପ୍ରଦାନ କରିବ, ଆଚରଣର ସର୍ବନିମ୍ନ ମାନଦଣ୍ଡ ସୁନିଶ୍ଚିତ କରି ବାଣିଜ୍ୟ ଏବଂ ପାରସ୍ପରିକ ନିବେଶକୁ ପ୍ରୋତ୍ସାହିତ କରିବ ଏବଂ ମଧ୍ୟସୁତା ମାଧ୍ୟମରେ ଏକ ନିରପେକ୍ଷ ବିବାଦ ସମାଧାନ ବ୍ୟବସ୍ଥା ପ୍ରତିଷ୍ଠା କରିବା ଆଶା କରାଯାଉଛି। ଏହି ଚୁକ୍ତିନାମାରେ ନିବେଶକୁ ବ୍ୟାଜ୍ୟାପ୍ତ ହେବାରୁ ସୁରକ୍ଷା ଦେବ, ସ୍ବଚ୍ଛତା ଏବଂ ସୁଗମ ହସ୍ତାନ୍ତର ଏବଂ କ୍ଷତି ପାଇଁ କ୍ଷତିପୂରଣ ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା ମଧ୍ୟ ଅନୁର୍ଭୁକ୍ତ। ସେହି ସମୟରେ, ଏହା ନିବେଶକ ସୁରକ୍ଷାକୁ ନିୟାମକ ଅଧିକାର ସହିତ ସତର୍କତାର ସହିତ ସନ୍ତୁଳିତ କରେ, ଯାହା ଦ୍ବାରା ସାର୍ବଭୌମ ଶାସନ ପାଇଁ ପର୍ଯ୍ୟାପ୍ତ ନୀତିଗତ ସ୍ଥାନ ବଜାୟ ରଖେ।
ଏହି ଚୁକ୍ତିନାମା ସ୍ବାକ୍ଷର ଅର୍ଥନୈତିକ ସହଯୋଗ ବୃଦ୍ଧି କରିବା ଏବଂ ଅଧୂକ ଦୃଢ଼ ଏବଂ ସ୍ଥିର ନିବେଶ ପରିବେଶ ନିର୍ମାଣ କରିବା ପାଇଁ ଦୁଇ ଦେଶର ସହଭାଗୀ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଏହି ଚୁକ୍ତିନାମା ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ନିବେଶ ବୃଦ୍ଧି ପାଇଁ ପଥ ପ୍ରଶସ୍ତ କରିବ ବୋଲି ଆଶା କରାଯାଉଛି, ଯାହା ବର୍ତ୍ତମାନ ମୋଟ ୮୦୦ ନିୟୁତ ଆମେରିକୀୟ ଡଲାର ରହିଛି । ଏହା ଉଭୟ ଦେଶର ବ୍ୟବସାୟ ଏବଂ ଅର୍ଥନୀତିକୁ ଲାଭଦାୟକ କରିବ। ଏହି ପରିପ୍ରେକ୍ଷୀରେ, ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଥିଲେ ଯେ ଉଭୟ ପକ୍ଷ ନିବେଶ ସୁଯୋଗ ଅନୁସନ୍ଧାନ କରିବା ଏବଂ ଚୁକ୍ତିନାମାରୁ ଲାଭ ପାଇବା ପାଇଁ ଅଧୂକ ବ୍ୟବସାୟିକ ସମ୍ପର୍କ ସ୍ଥାପନ କରିବା ଉଚିତ।
ସେ ଗତ ୧୦ ବର୍ଷ ମଧ୍ୟରେ ଭାରତ ଦ୍ବାରା କରାଯାଇଥିବା ବିଭିନ୍ନ ସଂସ୍କାର ବିଷୟରେ ସୂଚନା ଦେଇଥିଲେ ଯାହା ଭାରତକୁ ବିଶ୍ବର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ କରିଛି ଏବଂ ଦେଶରେ ନିବେଶ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଛି।
ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଇସ୍ରାଏଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜୀବନ ହରାଇଥିବା ନିଘୋଷ ଲୋକମାନଙ୍କ ପାଇଁ ଶୋକ ପ୍ରକାଶ କରିଥିଲେ। ଉଭୟ ବିଶ୍ବ ଶାନ୍ତି ପାଇଁ ଦୁଇ ଦେଶର ସହଭାଗୀ ସଭ୍ୟତା ମୂଲ୍ୟବୋଧକୁ ମଧ୍ୟ ଉଲ୍ଲେଖ କରିଥିଲେ। ଦୁଇ ମନ୍ତ୍ରୀ ଉଭୟ ଦେଶ ପ୍ରତି ଆତଙ୍କବାଦ ଦ୍ବାରା ସୃଷ୍ଟି ହୋଇଥିବା ବିପଦକୁ ସ୍ବୀକାର କରିଥିଲେ ଏବଂ ପରସ୍ପର ସହିତ ଏକାତ୍ମକତା ପ୍ରକାଶ କରିଥିଲେ।
ସୁରକ୍ଷା ଚ୍ୟାଲେଞ୍ଜ ସତ୍ତ୍ବେ ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବାରେ ଇସ୍ରାଏଲର ଅର୍ଥମନ୍ତ୍ରୀ ଦୁଇ ଦେଶର ଦୃଢ଼ ସହଭାଗୀ ପୃଷ୍ଠଭୂମି ଉଲ୍ଲେଖ କରିଥିଲେ। ଇସ୍ରାଏଲର ଅର୍ଥମନ୍ତ୍ରୀ ସାଇବର ସୁରକ୍ଷା, ପ୍ରତିରକ୍ଷା, ନବସୃଜନ ଏବଂ ଉଚ୍ଚ-ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ବର୍ଷିତ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଆର୍ଥକ ପ୍ରଯୁକ୍ତିବିଦ୍ୟା ନବସୃଜନ, ଭିତ୍ତିଭୂମି ବିକାଶ, ଆର୍ଥକ ନିୟନ୍ତ୍ରଣ ଏବଂ ଡିଜିଟାଲ୍ ପେମେଣ୍ଟ ସଂଯୋଗ କ୍ଷେତ୍ରରେ ଆର୍ଥିକ ସହଯୋଗକୁ ଆହୁରି ବୃଦ୍ଧି କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତା ଉପରେ ଗୁରୁତ୍ବାରୋପ କରିଥିଲେ। ସେମାନେ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଏବଂ ଆର୍ଥିକ ସହଯୋଗ ବୃଦ୍ଧି କରିବାକୁ ଏବଂ ପାରସ୍ପରିକ ଆଧାରରେ ନିବେଶକୁ ପ୍ରୋତ୍ସାହିତ ଏବଂ ସୁରକ୍ଷା କରିବାକୁ ସହମତ ହୋଇଥିଲେ। ଇସ୍ରାଏଲ ଅର୍ଥମନ୍ତ୍ରୀ ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଇସ୍ରାଏଲ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ।