ପୃଥିବୀର ସର୍ବ ବୃହତ ଗଣତନ୍ତ୍ର ରାଷ୍ଟ୍ର ଭାରତ ବର୍ଷର ଉପରାଷ୍ଟ୍ରପତି ପଦବୀ ପାଇଁ ହେବ ନିର୍ବାଚନ

Sep 9, 2025 - 09:15
 9
ପୃଥିବୀର ସର୍ବ ବୃହତ ଗଣତନ୍ତ୍ର ରାଷ୍ଟ୍ର ଭାରତ ବର୍ଷର ଉପରାଷ୍ଟ୍ରପତି ପଦବୀ ପାଇଁ ହେବ ନିର୍ବାଚନ

ଆଜି ମଙ୍ଗଳବାର ସକାଳ ୧୦ ଟାରୁ ଅପରାହ୍ଣ ୫ ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ

ସନ୍ଧ୍ୟା ୬ ଟାରେ ଭୋଟ୍ ଗଣତି କରାଯାଇ ଫଳ ଘୋଷଣା କରାଯିବ

ଉପରାଷ୍ଟ୍ରପତି ପଦ ପାଇଁ ଏନ୍‌ଡିଏ ଓ ଇଣ୍ଡିମେଣ୍ଟ ମଧ୍ୟରେ ସିଧାସଳଖ ହେବ ଟକ୍କର

ଏନଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ VS ଇଣ୍ଡିମେଣ୍ଟର ବି. ସୁଦର୍ଶନ ରେଡ୍ଡୀ 

ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭା ସଦସ୍ୟମାନେ ଦେବେ ଭୋଟ୍

ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ୍ ବିଜେପି ନେତୃତ୍ୱାଧୀନ NDA ପ୍ରାର୍ଥୀ

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ବି. ସୁଦର୍ଶନ ରେଡ୍ଡୀ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିମେଣ୍ଟ ପ୍ରାର୍ଥୀ

ଉଭୟ ଲୋକସଭା ଓ ରାଜ୍ୟସଭାରେ ଏନଡିଏର ଅଧିକ ସଦସ୍ୟ ରହିଛନ୍ତି

ଲୋକସଭାରେ ଏନ୍‌ଡିଏର ୨୯୩ ଜଣ ସଦସ୍ୟ ରହିଛନ୍ତି

ଉପରାଷ୍ଟ୍ରପତି ନିର୍ବାଚନର ଇଲେକ୍ଟୋରାଲ୍‌ କଲେଜରେ NDAର ସଂଖ୍ୟା ଗରିଷ୍ଠତା ଅଛି

ରାଜ୍ୟସଭାର ୨୩୯ ଆସନ ମଧ୍ୟରୁ NDA ର ୧୩୨ ଜଣ ସମର୍ଥକ ଅଛନ୍ତି

ବିଜେଡିର ୭ ଓ ବିଆର୍‌ଏସ୍‌ର ୪ ରାଜ୍ୟସଭା ସଭ୍ୟଙ୍କ ମତଦାନରୁ ବିରତ ରହିବେ

ଉପରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ୩୮୬ ସଭ୍ୟଙ୍କ ସମର୍ଥନ ଆବଶ୍ୟକ

ଉଭୟ ଲୋକସଭା ଓ ରାଜ୍ୟସଭାରେ NDA ର ୪୨୫ ସଭ୍ୟ ରହିଛନ୍ତି ; ଏଥି ସହିତ

ଜଗନମୋହନ ରେଡ୍ଡୀଙ୍କ ୱାଇଏସ୍‌ଆରସିପି ସମର୍ଥନ ଦେବ

ଜଗଦୀପ ଧନଖଡ଼ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜୁଲାଇ ୨୧ ରେ ଇସ୍ତଫା ଦେବା ପରେ ଉପରାଷ୍ଟ୍ରପତି ପଦବି ଖାଲି ପଡ଼ିଥିଲା