ନୂତନ ବିହନ ଆଇନ ସଂକ୍ରାନ୍ତିରେ ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ
ନୂତନ ବିହନ ଆଇନ ସଂକ୍ରାନ୍ତିରେ ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ
ନକଲି ବିହନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ: ପାରମ୍ପରିକ ବିହନ ପ୍ରଣାଳୀ ସୁରକ୍ଷିତ ରହିବ: ଶ୍ରୀ ଚୌହାନ
କୃଷକଙ୍କ ସହାୟତା ପାଇଁ ନକଲି ବିହନ ବିପଦର ସମ୍ପୂର୍ଣ୍ଣ ସମାଧାନ କରାଯିବ: କେନ୍ଦ୍ର କୃଷିମନ୍ତ୍ରୀ
କେନ୍ଦ୍ର କୃଷି ଏ ଏବଂ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଆଜି ନୂତନ ବିହନ ଅଧୂନିୟମ (ବିହନ ଅଧୂନିଯ ଧୂନିୟମ ୨୦୨୬)ର ବୈଶିଷ୍ଟ୍ୟ ৩০° ବଂ କୃଷକମାନଙ୍କ ଉପରେ ଏହାର ପ୍ରଭାବ ବିଷୟରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଛନ୍ତି। କେନ୍ଦ୍ର କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରସ୍ତାବିତ ଆଇନ ହେଉଛି ଏକ ଐତିହାସିକ ପଦକ୍ଷେପ ଯାହାର ଉଦ୍ଦେଶ୍ୟ ହେଉଛି କୃଷକଙ୍କ ସୁରକ୍ଷା, ବିହ ବିହନ ଗୁଣବତ୍ତା ଏବଂ ବ୍ୟବସ୍ଥାରେ ସ୍ବଚ୍ଛତା ସୁନିଶ୍ଚିତ କରିବା।
"କୃଷକମାନେ କମାନେ ଏବେ ପ୍ରତ୍ୟେକ ବିହନର ସମ୍ପୂର୍ଣ ବିବରଣୀ ଜାଣିପାରିବେ"
ଗଣମାଧ୍ଯମର ମର ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଚୌହାନ କହିଛନ୍ତି ଯେ, ଏବେ ଏକ ଦେଶବ୍ୟାପୀ ବିହନ ଚିହ୍ନଟ ବ୍ୟବସ୍ଥା ପ୍ରତିଷ୍ଠା କରାଯିବ। "ଆମେ ଏପରି ଏକ ବ୍ୟବସ୍ଥା ସୃଷ୍ଟି କରିବାକୁ ଚେଷ୍ଟା କରିଛୁ ଯାହା ମାଧ୍ୟମରେ ବିହନ କେଉଁଠାରେ ଉତ୍ପାଦିତ ହୋଇଥୂଲା, କେଉଁ ବ୍ୟବସାୟୀ ଏହାକୁ ଯୋଗାଇ ଦେଇଥିଲେ ଏବଂ କିଏ ଏହାକୁ ବିକ୍ରି କରିଥିଲେ ତାହା ଜାଣିହେବ"। ପ୍ରତ୍ୟେକ ବିହନ ପ୍ଯା ପ୍ୟାକେଟରେ ଏକ କ୍ୟୁଆର୍ କୋଡ୍ ରହିବ, ଯାହା ସ୍କାନ୍ କରିବା ପରେ କୃଷକମାନଙ୍କୁ ଏହାର ଉତ୍ପତ୍ତି ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇ ପାରି ପାରିବେ । ଏହା କେବଳ ନକଲି କିମ୍ବା ନିମ୍ନମାନର ବିହନ ବିକ୍ରି ରୋକିବ ନାହିଁ, ବରଂ ଯଦି ଏଭଳି ବିହନ ବଜାରରେ ପ୍ରବେଶ କରେ ରେ ତେବେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ମଧ୍ଯ ସମ୍ଭବ ହେବ।
ବିହନ ଆଦୌ ପ୍ରବେଶ କରିବ ନାହିଁ" "ନିମ୍ନମାନର ବିହ
କେନ୍ଦ୍ର କୃଷିମନ୍ତ୍ର ମନ୍ତ୍ରୀ କହିଛନ୍ତି ଯେ, ଥରେ ଚିହ୍ନଟ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ନକଲି କିମ୍ବା ଖରାପ ଗୁଣବତ୍ତା ବି ତୁରନ୍ତ ଚିହ୍ନଟ କର ନରାଯିବ। "ନିମ୍ନମାନର ବିହନ ବ୍ୟବସ୍ଥା ଭିତରକୁ ଆସିବ ନାହିଁ, ୯ ଧରାଯିବ। ଯେଉଁମାନେ ଏପରି ବିହନ ଯୋ ବିଭ୍ରାନ୍ତ କରୁଥ ବିଶିଷ୍ଟ ବିହନ ଏବଂ ଯଦି ଆସେ, ତେବେ ମଧ୍ୟ ସେଗୁଡ଼ିକ ସେ କହିଛନ୍ତି। ଏହା କୃଷକମାନଙ୍କୁ ଯୋଗାଇ ଦେବେ ସେମାନଙ୍କୁ ଦଣ୍ଡିତ କରାଯିବୋଲି ସେ କହି କରୁଥିବା କମ୍ପାନୀ ଏବ ଏବଂ ଡିଲରଙ୍କ ଲରଙ୍କ ମନମୁଖୀ ଅଭ୍ୟାସକୁ ସମାପ୍ତ କରିବ।
"ବିହନ କମ୍ପାନୀଗୁଡ଼ିକର ପଞ୍ଜୀକରଣ ବାଧ୍ୟତାମୂଳକ ହେବ"
ଶ୍ରୀ ଚୌହାନ ଚୌହାନ କହିଥିଲେ ଯେ, ଏବେ ପ୍ରତ୍ୟେକ ବିହନ କମ୍ପାନୀକୁ ପଞ୍ଜୀକୃତ ହେବାକୁ ପଡ଼ିବ, ଯାହା ଦ୍ବାରା କେଉଁ କମ୍ପାନୀଗୁଡ଼ିକାର୍ଯ୍ୟ ଗୁଡ଼ିକାର୍ଯ୍ୟ କରିବା ପାଇଁ ଅଧୂକୃତ ତାହା ସ୍ପଷ୍ଟ ହେବ। ପଞ୍ଜୀକୃତ କମ୍ପାନୀଗୁଡ଼ିକର ବିବରଣୀ ଉପଲବ୍ଧ ହେବ ଏବଂ କୌଣସି ଅନଧୂକୃତ ବିକ୍ରେତାଙ୍କୁ ମଞ୍ଜି ବିକ୍ରି କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ଏହାଦ୍ବାରା ବଜାରରୁ ନକଲି କମ୍ପାନୀଗୁଡ଼ିକୁ ହଟାଇ ଦିଆଯିବ ଏବଂ କୃଷକମାନେ କେବଳ ବିଶ୍ବସନୀୟ ଉତ୍ସରୁ ବିହନ ପାଇବା ସୁନିଶ୍ଚିତ ହେବ।
"ପାରମ୍ପରିକ ବିହନ ଉପରେ କୌଣସି କଟକଣା ନାହିଁ"
ନୂତନ ଆଇନ କୃଷକମାନଙ୍କ ଦ୍ବାରା ବ୍ୟବହୃତ ପାରମ୍ପରିକ ବିହନ ଉପରେ ପ୍ରତିବନ୍ଧକ ଲଗାଇବ ବୋଲି କେନ୍ଦ୍ରମନ୍ତ୍ରୀ ଚିନ୍ଧା ଦୂର କରିଥିଲେ। "କୃଷକମାନେ ନିଜ ବିହନ ନିଜେ ବୁଣି ପାରିବେ ଏବଂ ଅନ୍ୟ କୃଷକମାନଙ୍କ ସହ ବିହନ ସେୟାର କରିପାରିବେ। ସ୍ଥାନୀୟ ସ୍ବରରେ ପାରମ୍ପରିକ ବିହନ ବିନିମୟ ବ୍ୟବସ୍ଥା ବିନା କୌଣସି ସମସ୍ୟାରେ ଜାରି ରହିବ ବୋଲି ସେ କହିଛନ୍ତି। ସେ ଗ୍ରାମାଞ୍ଚଳର ଉଦାହରଣ ଦେଇଛନ୍ତି ଯେଉଁଠାରେ କୃଷକମାନେ ବୁଣିବା ସମୟରେ ବିହନ ବିନିମୟ କରନ୍ତି ଏବଂ ପରେ ଅତିରିକୁ ପରିମାଣ ସହିତ ଫେରସ୍ତ କରନ୍ତି, ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହିପରି ଅଭ୍ୟାସ ପ୍ରଭାବିତ ହେବ ନାହିଁ।
"ନିମ୍ନମାନର ମଞ୍ଜି ବିକ୍ରି କଲେ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଏବଂ ଦଣ୍ଡ"
ଶ୍ରୀ ଚୌହାନ କହିଥିଲେ ଯେ, ବିହନର ଗୁଣବତ୍ତାରେ ଅବହେଳା ପାଇଁ ଶୂନ୍ୟ ସହନଶୀଳତା ରହିବ। ପୂର୍ବରୁ ଏହି ଜୋରିମାନା ୫୦୦ ଟଙ୍କା ପର୍ଯ୍ୟନ୍ତ ଥିଲା । ବର୍ତ୍ତମାନ, ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରିବାର ପ୍ରସ୍ତାବ ରହିଛି, ଏବଂ ଯଦି କେହି ଜାଣିଶୁଣି କୌଣସି ଅପରାଧ କରନ୍ତି, ତେବେ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିବ ବୋଲି ସେ କହିଛନ୍ତି। ସମସ୍ତ କମ୍ପାନୀର ଦୋଷ ନାହିଁ ବୋଲି ସ୍ବୀକାର କରି ସେ ଗୁରୁତ୍ବାରୋପ କରିଥିଲେ ଯେ ଯେଉଁମାନେ କୃଷକମାନଙ୍କୁ ଠକିଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
"ଆଇସିଏଆର୍ ଏବଂ ଭାରତୀୟ କମ୍ପାନୀଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିବେ"
ମନ୍ତ୍ରୀ କହିଥିଲେ ଯେ, ବିହନ ଅଧୂନିୟମରେ ତିନୋଟି ସ୍ତରରେ ବ୍ୟବସ୍ଥା ରହିଛି: ସାର୍ବଜନୀନ କ୍ଷେତ୍ର (ଭାରତୀୟ କୃଷି ଗବେଷଣା ପରିଷଦ, କୃଷି ବିଶ୍ବବିଦ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ର), ଉଚ୍ଚମାନର ମଞ୍ଜି ଉତ୍ପାଦନ କରୁଥିବା ଘରୋଇ କମ୍ପାନୀ ଏବଂ ବିଦେଶୀ ମଞ୍ଜି ପାଇଁ ଉପଯୁକ୍ତ ମୂଲ୍ୟାଙ୍କନ ବ୍ୟବସ୍ଥା। "ବିଦେଶରୁ ଆମଦାନୀ କରାଯାଉଥିବା ବିହନକୁ ପୁଙ୍ଖାନୁପୁଙ୍ଖ ପରୀକ୍ଷଣ ଏବଂ ମୂଲ୍ୟାଙ୍କନ ପରେ ହିଁ ଅନୁମୋଦନ କରାଯିବ। ଆମର ସରକାରୀ ଅନୁଷ୍ଠାନ ଏବଂ ଘରୋଇ ଘରୋଇ କ୍ଷେତ୍ରକୁ ସୁଦୃଢ଼ କରାଯିବ, ଯାହାଦ୍ବାରା ଉନ୍ନତ ମାନର ବିହନ କୃଷକମାନଙ୍କ ନିକଟରେ ପହଞ୍ଚି ପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
"କୃଷକମାନଙ୍କ ପାଇଁ ବ୍ୟାପକ ସଚେତନତା ଅଭିଯାନ"
କୃଷକମାନଙ୍କ ମଧ୍ୟରେ ସଚେତନତାର ଅଭାବ ପ୍ରସଙ୍ଗରେ ଶ୍ରୀ ଚୌହାନ କହିଛନ୍ତି, ବୈଜ୍ଞାନିକ, ପ୍ରଶାସକ ଏବଂ ପ୍ରଗତିଶୀଳ କୃଷକମାନଙ୍କୁ ସଚେତନ କରିବା ପାଇଁ 'ବିକଶିତ କୃଷି ସଂକଳ୍ପ ଅଭିଯାନ' ଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସେ କହିଥିଲେ ଯେ ଦେଶର ସମସ୍ତ ୭୩୧ଟି କୃଷି ବିଜ୍ଞାନ କେନ୍ଦ୍ର (କେ.ଭି.କେ) କୃଷକମାନଙ୍କୁ ବିହନ ଗୁଣବତ୍ତା, ବିହନ ଚୟନ ଏବଂ ଅଭିଯୋଗ ସମାଧାନ ବ୍ୟବସ୍ଥା ବିଷୟରେ ପ୍ରଶିକ୍ଷିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ।
“ନକଲି ବିହନ ବିକ୍ରି କରୁଥିବା ଲୋକଙ୍କୁ କଠୋର ଦଣ୍ଡ "
ସରକାରଙ୍କ ଆଭିମୁଖ୍ୟକୁ ଦୋହରାଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଯିଏ ଜାଣିଶୁଣି ନିମ୍ନମାନର ବିହନ ଉତ୍ପାଦନ କିମ୍ବା ବିକ୍ରୟ କରନ୍ତି, ତାଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ। "ପୂର୍ବରୁ ଆଇନ ଦୁର୍ବଳ ଥିଲା। ବର୍ତ୍ତମାନ ଆମେ ଏହାକୁ ଫଳପ୍ରଦ କରୁଛୁ ଯାହା ଦ୍ବାରା କୃଷକମାନେ ନ୍ୟାୟ ପାଇବେ " ବୋଲି ସେ କହିଛନ୍ତି ।
"୧୯୬୬ ମସିହାର ପୁରୁଣା ଆଇନର ନବୀକରଣ କରାଯିବ"
ଶ୍ରୀ ଚୌହାନ କହିଥିଲେ ଯେ ବର୍ତ୍ତମାନର ୧୯୬୬ର ବୀଜ ଅଧୂନିୟମ ଏପରି ଏକ ଯୁଗର ଥିଲା, ଯେଉଁଥିରେ ଉନ୍ନତ ପ୍ରଯୁକ୍ତି ବିଦ୍ୟା କିମ୍ବା ଡାଟା ସିଷ୍ଟମ ନଥୁଲା। "ଆମେ ବର୍ତ୍ତମାନ ଚିହ୍ନଟ ପ୍ରକ୍ରିୟା, ଡିଜିଟାଲ୍ ରେକର୍ଡ ଏବଂ ଉତ୍ତରଦାୟିତ୍ବ ଉପରେ ଆଧାରିତ ଏକ ଉନ୍ନତ ଆଇନ ଆଣୁଛୁ, ଯାହା ଦ୍ବାରା ଭବିଷ୍ୟତରେ କୌଣସି କୃଷକ ପ୍ରତାରିତ ହେବେ ନାହିଁ", ବୋଲି ସେ କହିଛନ୍ତି।
"ରାଜ୍ୟଗୁଡ଼ିକର ଅଧିକାର ଅକ୍ଷୁର୍ଣ୍ଣ ରହିବ"
ନୂତନ ଆଇନ ରାଜ୍ୟଗୁଡ଼ିକର କ୍ଷମତାକୁ ଦୁର୍ବଳ କରିପାରେ ବୋଲି ଚିନ୍ତା ବ୍ୟକ୍ତି କରି କେନ୍ଦ୍ର ମନ୍ତ୍ରୀ କହିଲେ, "କୃଷି ହେଉଛି ରାଜ୍ୟର ଏକ ବିଷୟ। ରାଜ୍ୟ ସରକାରଙ୍କ ଅଧିକାର ଅକ୍ଷୁର୍ଣ୍ଣ ରହିବ। କେନ୍ଦ୍ର କେବଳ ସମନ୍ବୟ ରକ୍ଷା କରିବ ଏବଂ ରାଜ୍ୟଗୁଡ଼ିକର ସହଯୋଗରେ ଏହି ଆଇନ କାର୍ଯ୍ୟକାରୀ ହେବୋଲି ସେ କହିଛନ୍ତି।”
"ଆମର ଲକ୍ଷ୍ୟ ହେଉଛି ପ୍ରତ୍ୟେକ କୃଷକଙ୍କ ପାଇଁ ସଠିକ୍ ବିହନ ସୁନିଶ୍ଚିତ କରିବା"
ଶ୍ରୀ ଚୌହାନ ଏହା ମଧ୍ୟ କହିଥିଲେ ଯେ, ସରକାରଙ୍କ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ କୃଷକ ଯେପରି ଉନ୍ନତମାନର ବିହନ ପାଇବେ
ତାହା ସୁନିଶ୍ଚିତ କରିବା। "ଭଲ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହିତ କରାଯିବ, ଏବଂ ଯେଉଁମାନେ ଭୁଲ୍ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତାହା ହେଉଛି ଏହି ଆଇନର ସାରମର୍ମ" ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିହନ ଅଧୂନିୟମ ୨୦୨୬ ମାଧ୍ୟମରେ ସରକାର କୃଷକମାନଙ୍କୁ ନିରାପଦ, ବିଶ୍ବସନୀୟ ଏବଂ ଉତ୍ପାଦନକ୍ଷମ ବିହନ ଯୋଗାଣ କରିବା, ବିଶ୍ବାସକୁ ମଜବୁତ କରିବା ସହିତ ସାରା ଦେଶରେ କୃଷି ଉତ୍ପାଦକତା ବୃଦ୍ଧି ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରୁଛନ୍ତି।