ପରିବା ମାର୍କେଟରେ ରସୁଣ ଚଡକ, ଦର ଟପିଲା ୪୦୦

ଭୁବନେଶ୍ୱର : ପରିବା ମାର୍କେଟରେ ରସୁଣ ଚଡକ । ଖାଉଟିଙ୍କୁ କନ୍ଦାଉଛି ରସୁଣ । ସବୁ ରୋଷେଇରେ ଛୁଙ୍କ ଦେଉଥିବା ରସୁଣ କେଜି ଏବେ ୪୦୦ ଟଙ୍କା। ଶହେ ଗ୍ରାମ୍ କିଣିଲେ ୫୦ ଟଙ୍କା ନେଉଛନ୍ତି ବ୍ୟବସାୟୀ। ରସୁଣର ଏଭଳି ଅହେତୁକ ଦରବୃଦ୍ଧି ପୂର୍ବରୁ କେବେ ହୋଇନଥିଲା। ଦୁଇ ସପ୍ତାହ ତଳେ ରସୁଣ କିଲୋ ପିଛା ୧୫୦ରୁ ୨୦୦ ଟଙ୍କାରେ ବିକ୍ରି କରିଥିଲେ ଚାଷୀ । ରସୁଣର ଦର ଅଚାନକ ବୃଦ୍ଧି ପଛରେ କଳାବଜାରୀଙ୍କ ହାତ ଥିବା ଅନୁମାନ କରାଯାଉଛି । ଅନ୍ୟପଟେ ବ୍ୟବସାୟୀ କହିଛନ୍ତି, ବଜାରରେ ରସୁଣର ଆବଶ୍ୟକତା ପୂରଣ କରିବାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବାରୁ ଦର ବଢିଯାଇଛି । ସେପଟେ ନୂଆ ରସୁଣ ଅମଳ ହୋଇ ବଜାରକୁ ଆସିଲେ ଦର ସ୍ୱାଭାବିକ ହେବ ବୋଲି ଆଶା କରାଯାଉଥିଲା । ହେଲେ ସେ ଆଶା ବି ପାଣି ଫାଟି ଯାଇଛି । କହିଛନ୍ତି, ନୂଆ ରସୁଣ ବଜାରକୁ ଆସିବା ପରେ ବି ଦର କମିବା ପରିବର୍ତେ ପାଖାପାଖି ୫୦ ପ୍ରତିଶତ ବଢ଼ିଯାଇଛି । ଦର ନିୟନ୍ତ୍ରଣ ପାଇଁ ସରକାର ହସ୍ତକ୍ଷେପ କରିବା ପାଇଁ ଦାବି ହେଉଛି ।

Feb 2, 2024 - 20:40
 1
ପରିବା ମାର୍କେଟରେ ରସୁଣ ଚଡକ, ଦର ଟପିଲା ୪୦୦