ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଜାରି ରହିଛି ହିଂସା ; ମମତା ସରକାର ଲାଗୁ କଲେ ୧୪୪ ଧାରା

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଜାରି ରହିଛି ହିଂସା। ଏହାକୁ ଦୃଷ୍ଟିରେ ରଖି ଏଠାରେ ପୁଣି ଥରେ ମମତା ସରକାର ୧୪୪ ଧାରା ଲାଗୁ କରିଛନ୍ତି। ଏକାଧିକ ଲୋକ ରୁଣ୍ଡ ହେବା ନେଇ କଟକଣା ଲାଗୁ କରାଯାଇଛି। ଏହାକୁ ନେଇ ବିଜେପି ନେତା ବିରୋଧ କରିଛନ୍ତି। ବିଜେପି ନେତା ସୁକାନ୍ତ ମୁଜମଦାରଙ୍କ କହିବା ଅନୁଯାୟୀ କେବଳ ବିଜେପି ନେତାଙ୍କ ପାଇଁ ଏହି ୧୪୪ ଧାରା ଲାଗୁ କରାଯାଇଛି, ଟିଏମ୍‌ସି ନେତାମାନେ ଏଠାରେ ବେଶ୍‌ ଆରାମରେ ବୁଲୁଛନ୍ତି। ତେବେ ଶୁକବ୍ରାର ସନ୍ଦେଶଖାଲିରେ ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଜୋରଦାର କରିଥିଲେ। ବିଭିନ୍ନ ସ୍ଥାନରେ ନିଆଁ ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ସେଠାରେ ସ୍ଥିତି ଅଶାନ୍ତ ହୋଇ ଉଠିଥିଲା। କେବଳ ସେତିକି ନୁହେଁ ବିକ୍ଷୋଭକାରୀମାନେ ଟିଏମ୍‌ସି ନେତାଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଏହାପରେ ପୁଲିସ ମହାନିର୍ଦ୍ଦେଶକ ରାଜୀବ କୁମାର ସମେତ ବରିଷ୍ଠ ପୁଲିସ ଅଧିକାରୀ ସନ୍ଦେଶଖାଲିରେ ପହଞ୍ଚି ଲୋକଙ୍କୁ ଶାନ୍ତ ବଜାୟ ରଖିବା ପାଇଁ ଅପିଲ କରିଥିଲେ। ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ସ୍ଥାନୀୟ ଲୋକଙ୍କୁ ଆଶ୍ୱାସନା ଦେଇଥିଲେ।

Feb 24, 2024 - 16:52
 14
ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଜାରି ରହିଛି ହିଂସା ; ମମତା ସରକାର ଲାଗୁ କଲେ ୧୪୪ ଧାରା