ପୂର୍ତ୍ତ ବିଭାଗର ପ୍ରକଳ୍ପ ୱାରୀ ଖର୍ଚ୍ଚର ସମୀକ୍ଷାରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ...

Feb 18, 2026 - 08:17
 56
ପୂର୍ତ୍ତ ବିଭାଗର ପ୍ରକଳ୍ପ ୱାରୀ ଖର୍ଚ୍ଚର ସମୀକ୍ଷାରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ...

ପୂର୍ତ୍ତ ବିଭାଗର ପ୍ରକଳ୍ପ ୱାରୀ ଖର୍ଚ୍ଚର ସମୀକ୍ଷାରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ...

ଚାଲୁଥିବା ପ୍ରକଳ୍ପ ଶୀଘ୍ର ଶେଷ ଉପରେ ଗୁରୁତ୍ୱ 

ଅନ୍ୟ ବିଭାଗରୁ ନିର୍ମାଣ ବିଭାଗ ଅଧୀନକୁ ଆସିଥିବା ନୂତନ ରାସ୍ତାର ହେବ ଉନ୍ନୟନ ଏବଂ ସମ୍ପ୍ରସାରଣ 

ଏକାମ୍ର, ସମଲେଇ, ଅବଢ଼ା ସମେତ ବିଭିନ୍ନ ରାସ୍ତା, କୋଠାବାଡି ଓ ସେତୁ ପ୍ରକଳ୍ପ ଉପରେ ଆଲୋଚନା

ରାଜ୍ୟର ବିକାଶକୁ ତ୍ୱରିତ ଗତିରେ ଆଗେଇ ନେବାକୁ ହେଲେ ବିଭିନ୍ନ ଭିତ୍ତଭୂମି ପ୍ରକଳ୍ପକୁ ଧାର୍ଯ୍ୟ ସମୟ ମଧ୍ୟରେ ସାରିବା ଏବଂ ନୂତନ ପ୍ରକଳ୍ପ ଲାଗି ଯୋଜନା ପ୍ରସ୍ତୁତ କରିବା ଜରୁରୀ I 

ବିଗତ ବର୍ଷରେ ପୂର୍ତ୍ତ ବିଭାଗ ପ୍ରକଳ୍ପ ଗୁଡିକୁ ନିର୍ଧାରିତ ସମୟ ଅବଧି ମଧ୍ୟରେ ସାରିବା ଏବଂ ବଜେଟ ଅର୍ଥକୁ ସଠିକ ଭାବେ ଖର୍ଚ୍ଚ କରିବା କ୍ଷେତ୍ରରେ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିଥିଲା I  

ସେହିଭଳି ଚଳିତ ବର୍ଷ ମଧ୍ୟ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବିଭାଗ ଯେପରି ଭଲ ପ୍ରଦର୍ଶନ କରିବ ସେଥିନେଇ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଭାଗର ପ୍ରକଳ୍ପ ୱାରୀ ଖର୍ଚ୍ଚର ସମୀକ୍ଷା କରିଛନ୍ତି I 

ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧ୍ୟକ୍ଷତା କରିବା ସହ ରାଜ୍ୟର ପ୍ରମୁଖ ପ୍ରକଳ୍ପ ଗୁଡିକର ଅଗ୍ରଗତି ଓ ବଜେଟର ଖର୍ଚ୍ଚ ସମୀକ୍ଷା କରିବା ସହ ବ୍ୟୟକୁ ତ୍ବରାନ୍ବିତ କରିବା ପାଇଁ ନିର୍ଦେଶ ଦେଇଥିଲେ I 

ଏଥି ସହିତ ପ୍ରକଳ୍ପର ଗୁଣବତ୍ତା ଯାଞ୍ଚ ନେଇ ନିର୍ଦ୍ଦେଶ ଦେବା ସହ ଅନ୍ୟ ବିଭାଗରୁ ନିର୍ମାଣ ବିଭାଗ ଅଧୀନକୁ ଆସିଥିବା ନୂତନ ରାସ୍ତାର ଉନ୍ନୟନ ଏବଂ ସମ୍ପ୍ରସାରଣ, ଏକାମ୍ର, ସମଲେଇ, ଅବଢ଼ା ପ୍ରକଳ୍ପ ସମେତ ବିଭିନ୍ନ ରାସ୍ତା, କୋଠାବାଡି ଓ ସେତୁ ପ୍ରକଳ୍ପକୁ ଶୀଘ୍ର ଶେଷ କରିବା ଉପରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ I

ଏହି ବୈଠକରେ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ ଲକ୍ଷ୍ମୀକାନ୍ତ ପାଢ଼ୀ, ଇଆଇସି ସିଭିଲ ଇଂ ସତ୍ୟବ୍ରତ ବେହେରା, ଇଆଇସି ରୋଡ୍ସ ଇଂ ଧ୍ୟାନଚାନ୍ଦ ନାୟକ, ଅର୍ଥପରାମର୍ଶଦାତା ରତିକାନ୍ତ ମହାପାତ୍ରଙ୍କ ସମତେ ବିଭାଗୀୟ ଅଧିକାରୀ ଓ ମୁଖ୍ୟଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ I