ଚାକିରି ଆଶାୟୀ ଏସସି/ଏସଟି ଯୁବକଯୁବତୀଙ୍କ ପାଇଁ ଷ୍ଟାଇପେଣ୍ଡ ସହ କମ୍ପ୍ୟୁଟର ତାଲିମ ସୁଯୋଗ

ନେସନାଲ କ୍ୟାରିଅର ସର୍ଭିସ୍ ସେଣ୍ଟର ପକ୍ଷରୁ ମାଗଣା ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆବେଦନ ଆହ୍ୱାନ

May 21, 2026 - 07:39
 31
ଚାକିରି ଆଶାୟୀ ଏସସି/ଏସଟି ଯୁବକଯୁବତୀଙ୍କ ପାଇଁ ଷ୍ଟାଇପେଣ୍ଡ ସହ କମ୍ପ୍ୟୁଟର ତାଲିମ ସୁଯୋଗ

ଚାକିରି ଆଶାୟୀ ଏସସି/ଏସଟି ଯୁବକଯୁବତୀଙ୍କ ପାଇଁ ଷ୍ଟାଇପେଣ୍ଡ ସହ କମ୍ପ୍ୟୁଟର

ଭୁବନେଶ୍ବରସ୍ଥିତ ଏସସି/ଏସଟି ନେସନାଲ କ୍ୟାରିଅର ସର୍ଭିସ୍ ସେଣ୍ଡର ପକ୍ଷରୁ ଅନୁସୂଚିତ ଜାତି (ଏସସି) ଏବଂ ଅନୁସୂଚିତ ନୁସୂଚିତ ଜନ ଜନଜାତି (ଏସଟି) ଯୁବକଯୁବତୀଙ୍କ ପାଇଁ ମାଗଣା ଏବଂ ଷ୍ଟାଇପେଣ୍ଡ ଆଧାରିତ କମ୍ପ୍ୟୁଟର ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ଜୁଲାଇ ପହିଲା ୨୦୨୬ ଠାରୁ ଏହି ପାଠ୍ୟକ୍ରମ ଆରମ୍ଭ ହେବ । ଯୁକ୍ତ ଦୁଇ ପରୀକ୍ଷାରେ ପାସ୍ କରିଥ‌ିବା ୧୮ରୁ ୩୦ ବର୍ଷ ବୟସର ପର୍ଯ୍ୟନ୍ତ ଏସସି/ଏସଟି ଛାତ୍ରଛାତ୍ରୀ ଏହିସବୁ ପାଠ୍ୟକ୍ରମର ଲାଭ ନେଇପାରିବେ। ସ୍ବତନ୍ତ୍ର କୋଚିଂ ସ୍କିମ୍ କୋର୍ସ(୧୮ରୁ ୨୭ ବର୍ଷ), ଏନଆଇଇଏଲଆଇଟି ଜରିଆରେ 'ଓ' ଲେବୁଲ ପାଠ୍ୟକ୍ରମ, ‘ଓ' ଲେବୁଲ କମ୍ପ୍ୟୁଟର ହାର୍ଡୱେର ମେଣ୍ଟେନାନ୍ସ ତାଲିମ, ଅଫିସ ଅଟୋମେସନ, ଏକାଉଣ୍ଟିଂ ଏବଂ ପବ୍ଲିଶିଂ ଆସିଷ୍ଟାନ୍ନ ପାଠ୍ୟକ୍ରମ, କମ୍ପ୍ୟୁଟର ଆପ୍ଲିକେସନ ଓ ବିଜନେସ୍ ଏକାଉଣ୍ଟିଂ ଆସୋସିଏଟ୍ ପାଠ୍ୟକ୍ରମ, ସାଇବର ସୁରକ୍ଷିତ ୱେବ୍‌ ଡେଭଲପମେଣ୍ଟ ଆସୋସିଏଟ୍ ଆଦି କୋର୍ସରେ ଛାତ୍ରଛାତ୍ରୀ ଏକ ବର୍ଷ ଯାଏ ତାଲିମ ନେଇପାରିବେ । ଏସବୁ ପାଠ୍ୟକ୍ରମରେ ତାଲିମ ସମ୍ପୂର୍ଣ୍ଣ ମାଗଣା ହୋଇଥ‌ିବା ବେଳେ ବହି ଓ ଅନ୍ୟାନ୍ୟ ପାଠପଢ଼ା ଉପକରଣ ମଧ୍ୟ ମାଗଣାରେ ଯୋଗାଇ ଦିଆଯିବ। ଏଥିସହିତ ଏକ ବର୍ଷ ପର୍ଯ୍ୟନ୍ତ ମାସିକ ୧ ହଜାର ଟଙ୍କା ଲେଖାଏଁ ଷ୍ଟାଇପେଣ୍ଡ ମିଳିବ । ସେହିପରି ଦୁଇ ମାସିଆ କମ୍ପ୍ୟୁଟର କନସେପ୍ଟ କୋର୍ସରେ ମଧ୍ୟ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ। ତେବେ ଏଥିପାଇଁ କୌଣସି ଷ୍ଟାଇପେଣ୍ଡ ମିଳିବ ନାହିଁ । ବାର୍ଷିକ ୩ ଲକ୍ଷ ଟଙ୍କାରୁ କମ୍ ଆୟ ବର୍ଗର ଏସସି/ଏସଟି ପରିବାରର ପିଲାମାନେ ଏହାର ଲାଭ ନେଇପାରିବେ।

ଇଚ୍ଛୁକ ପ୍ରାର୍ଥୀମାନେ www.ncs.gov.in କିମ୍ବା www.dge.gov.in ରେ ବିସ୍ତୃତ ବିବରଣୀ ଦେଖ‌ିବା ସହିତ ଫର୍ମ ଡାଉନଲୋଡ୍ କରିପାରିବେ । ଛାତ୍ରଛାତ୍ରୀ ନିଜ ପସନ୍ଦର ପାଠ୍ୟକ୍ରମରେ ନାମ ଲେଖା ନିମନ୍ତେ ଆବଶ୍ୟକ କାଗଜପତ୍ର ସହିତ ନିର୍ଦ୍ଧାରିତ ଫର୍ମରେ ୮ ଜୁନ୍ ୨୦୨୬ ସୁଦ୍ଧା ଆବେଦନ କରିପାରିବେ। ଆବେଦନ ଏବଂ ଅନ୍ୟାନ୍ୟ ସୂଚନା ପାଇଁ ଛାତ୍ରଛାତ୍ରୀ ଭୁବନେଶ୍ବର ପୋଖରୀପୁଟ ଗଣ୍ଡମୁଣ୍ଡା ମଧୁସୂଦନ ପାର୍କ ସାମ୍ନାରେ ଥୂବା ନେସନାଲ କ୍ୟାରିଅର ସର୍ଭିସ ସେଣ୍ଟର ଏବଂ 6263761825 ମୋବାଇଲ ନମ୍ବରରେ ମଧ୍ଯ ଯୋଗାଯୋଗ କରିପାରିବେ । ପ୍ରତ୍ୟେକ ଛାତ୍ରଛାତ୍ରୀ କେବଳ ଗୋଟିଏ ପାଠ୍ୟକ୍ରମରେ ନାମ ଲେଖାଇପାରିବେ ।