ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଭାରତ ଶକ୍ତି ସପ୍ତାହ ୨୦୨୬ ପାଇଁ ଏବେ ଗଣମାଧ୍ୟମ ପଞ୍ଜୀକରଣ
ଭାରତ ଶକ୍ତି ସପ୍ତାହ ୨୦୨୬ ପାଇଁ ଏବେ ଗଣମାଧ୍ୟମ ପଞ୍ଜୀକରଣ ଖୋଲା ଅଛି
ଜାନୁଆରୀ ୨୭ ରୁ ୩୦ ପର୍ଯ୍ୟନ୍ତ ଦକ୍ଷିଣ ଗୋଆର ବେତୁଲ ନିକଟସୁ ଓଏନଜିସି ଆଡଭାନ୍ସଡ୍ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ଅନୁଷ୍ଠିତ ହେବାକୁ ଥୂବା ଭାରତ ଶକ୍ତି ସପ୍ତାହ (ଆଇଇଡବ୍ଲ୍ୟୁ) ୨୦୨୬ ପାଇଁ ଏବେ ଗଣମାଧ୍ୟମ ପଞ୍ଜୀକରଣ ଖୋଲା ଅଛି। ଗଣମାଧ୍ୟମ ପ୍ରତିନିଧୂମାନେ งเด ศคด คดีเดิค: https://www.indiaenergyweek.com/media-center/media-registration/
ଆଇଇଡବ୍ଲ୍ୟୁ ୨୦୨୬ ଚଳିତ ବର୍ଷର ସର୍ବବୃହତ ଶକ୍ତି ସମାବେଶ ହେବାକୁ ଯାଉଛି, ଯେଉଁଠାରେ ୭୫,୦୦୦ ରୁ ଅଧୂକ ଶକ୍ତି କ୍ଷେତ୍ରର ପେଶାଦାର, ୫୫୦ ରୁ ଅଧୂକ ବିଶ୍ବ ବକ୍ତା ଏକତ୍ରିତ ହେବେ ଏବଂ ୧୨୦ରୁ ଅଧୂକ ସମ୍ମିଳନୀ ଅଧୂବେଶନ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବିଶ୍ବ ଶକ୍ତି ନେତୃତ୍ବଙ୍କ ସହିତ ଶକ୍ତି ସହଯୋଗ, ଇକ୍ୟୁଟି, ନେତୃତ୍ଵ, ନିବେଶ ଏବଂ ଡିଜିଟାଲ୍ ସୀମା ଉପରେ ରଣନୈତିକ ଆଲୋଚନା କରାଯିବ।
ପ୍ରଦର୍ଶନୀରେ ୭୦୦ରୁ ଅଧୂକ ଅନୁର୍ଜାତୀୟ ଏବଂ ସ୍ଥାନୀୟ ପ୍ରଦର୍ଶକ, ୧୨ରୁ ଅଧୂକ ଦେଶୀୟ ପାଭିଲିୟନ୍ ଏବଂ ୧୨ଟି ବିଷୟବସ୍ତୁ କ୍ଷେତ୍ର ପ୍ରଦର୍ଶିତ ହେବ, ଯାହା ଶକ୍ତି ମୂଲ୍ୟ ଶୃଙ୍ଖଳାରେ ନବସୃଜନର ଏକ ବ୍ୟାପକ ଦୃଶ୍ୟ ପ୍ରଦାନ କରିବ।
ଗଣମାଧ୍ଯମ ଅଂଶଗ୍ରହଣକାରୀମାନେ ୭୦ରୁ ଅଧିକ ରଣନୈତିକ ସମ୍ମିଳନୀ ଅଧୂବେଶନ, ପୂର୍ଣ୍ଣ ପ୍ରଦର୍ଶନୀ, ବିଶ୍ବ ନେତୃତ୍ବଙ୍କ ସହିତ ସାକ୍ଷାତକାର ସୁଯୋଗ, ଦୈନିକ ବ୍ରିଫି ଏବଂ ଏକ ଉତ୍ସର୍ଗୀକୃତ ମିଡିଆ କେନ୍ଦ୍ରର ସୁବିଧା ପାଇବେ।