ପେଟ୍ରୋଲିୟମ ସାମଗ୍ରୀ ଓ ଗ୍ୟାସ, ନିୟମାବଳୀକୁ ପାଳନ କରିବାକୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ନିର୍ଦ୍ଦେଶ...

Mar 26, 2026 - 20:26
 19
ପେଟ୍ରୋଲିୟମ ସାମଗ୍ରୀ ଓ ଗ୍ୟାସ, ନିୟମାବଳୀକୁ ପାଳନ କରିବାକୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ନିର୍ଦ୍ଦେଶ...

ପେଟ୍ରୋଲିୟମ ସାମଗ୍ରୀ ଓ ଗ୍ୟାସ, ନିୟମାବଳୀକୁ ପାଳନ କରିବାକୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ନିର୍ଦ୍ଦେଶ...

ଗୁଜବ ଓ ଅପପ୍ରଚାର କୁ ବିଶ୍ୱାସ ନ କରିବାକୁ ମନ୍ତ୍ରଣାଳୟର ଅନୁରୋଧ 

ଦେଶରେ ପେଟ୍ରୋଲିୟମ ଉତ୍ପାଦ ଏବଂ ଗ୍ୟାସର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ମନ୍ତ୍ରଣାଳୟର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। 

ଏହି ବୈଠକରେ ଆଭାସୀ ମାଧ୍ୟମରେ ଲୋକସେବା ଭବନରୁ ମୁଖ୍ୟ ଶାସନ ସଚିବ ଓଡିଶା,ଶ୍ରୀମତୀ ଅନୁ ଗର୍ଗ, ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶ୍ରୀଯୁକ୍ତ ସଂଜୟ କୁମାର ସିଂ ଏବଂ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଆଭାସୀ ବୈଠକର ମୁଖ୍ୟ ଆଲୋଚନା ଥିଲା ଗ୍ରାହକଙ୍କୁ ​ ଇନ୍ଧନ ଯୋଗାଣ। 

ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ପେଟ୍ରୋଲ, ଡିଜେଲ ଏବଂ ସିଏନଜି ଯୋଗାଣ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।​  

ଜାଳେଣି ଦର ବୃଦ୍ଧି କିମ୍ବା ଅଭାବ ନେଇ ଚାଲିଥିବା ଗୁଜବକୁ ସରକାର ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି। ତୈଳ ବିଶୋଧନାଗାରଗୁଡ଼ିକ ସମ୍ପୂର୍ଣ୍ଣ କ୍ଷମତାର ସହ କାର୍ଯ୍ୟ କରୁଥିବାରୁ ଖାଉଟିମାନଙ୍କୁ ଆତଙ୍କିତ ହୋଇ ଜାଳେଣି ସଂଗ୍ରହ ନକରିବାକୁ ଅନୁରୋଧ କରାଯାଇଛି।

ବ୍ୟବସାୟିକ ଅନୁଷ୍ଠାନ ଗୁଡିକରେ ଏଲପିଜି ବଦଳରେ ପିଏନଜି ଯୋଗାଣକୁ ପ୍ରାଥମିକତା ଦିଆଯିବ।  

ଜାଳେଣି ମହଜୁଦ ଏବଂ କଳାବଜାରୀ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ‘ଅତ୍ୟାବଶ୍ୟକ ସାମଗ୍ରୀ ଆଇନ’ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି।

ସାମାଜିକ ଗଣମାଧ୍ୟମରେ ଇନ୍ଧନ ଅଭାବକୁ ନେଇ ବ୍ୟାପୁଥିବା ଗୁଜବ ଏବଂ ଭୟରେ ଆତଙ୍କିତ ନ ହେବାକୁ ପାଇଁ ପ୍ରଶାସନ ପକ୍ଷରୁ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି।ବର୍ତ୍ତମାନ ସ୍ଥିତିର ତଦାରଖ ପାଇଁ ଜିଲ୍ଲା ଓ ରାଜ୍ୟ ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରିବା ଏବଂ ଦୈନିକ ରିପୋର୍ଟ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି।