ପ୍ରଗତି ପଥରେ ଅଗ୍ରସର ହେଉଥୁବା ଓଡ଼ିଶା ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ ଡ. ହରି ବାବୁ କମ୍ଭମପାର୍ଟି

Feb 6, 2026 - 20:47
 28
ପ୍ରଗତି ପଥରେ ଅଗ୍ରସର ହେଉଥୁବା ଓଡ଼ିଶା ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ ଡ. ହରି ବାବୁ କମ୍ଭମପାର୍ଟି

ପ୍ରଗତି ପଥରେ ଅଗ୍ରସର ହେଉଥୁବା ଓଡ଼ିଶା ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ ଡ. ହରି ବାବୁ କମ୍ଭମପାର୍ଟି

ତେଲଙ୍ଗାନାରୁ ଆସିଥିବା ଗଣମାଧ୍ୟମ ପ୍ରତିନିଧୂ ଦଳ ଆଜି ଭୁବନେଶ୍ବର ଲୋକଭବନଠାରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ସାକ୍ଷାତ କରିଛନ୍ତି । ରାଜ୍ୟପାଳ ଗଣମାଧ୍ୟମ ପ୍ରତିନିଧୂମାନଙ୍କୁ ସ୍ବାଗତ କରିବା ସହିତ ସେମାନଙ୍କୁ ଓଡ଼ିଶାର ପ୍ରଗତି ଏବଂ ଦେଶର ବିକାଶରେ ରାଜ୍ୟର ଯୋଗଦାନ ବିଷୟରେ ଅବଗତ କରାଇଛନ୍ତି।

ମତବିନିମୟ କାର୍ଯ୍ୟକ୍ରମ ଅବସରରେ ରାଜ୍ୟପାଳ କହିଛନ୍ତି, ଗତ କିଛି ବର୍ଷ ହେବ ଓଡ଼ିଶାର ବିକାଶ ଧାରା ଜାରି ରହିଛି । ଓଡ଼ିଶାର ଆର୍ଥିକ ସ୍ଥିତି ସୁଦୃଢ଼ ରହିଛି ଏବଂ ଏହା ରାଜସ୍ବ ବଳକା ରାଜ୍ୟ ଭାବେ ଦେଶରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ରାଜ୍ୟର ବିକାଶରେ କେନ୍ଦ୍ର ସରକାର ମଧ୍ୟ ଆବଶ୍ୟକ ସହଯୋଗ ଯୋଗାଇ ଦେଉଛନ୍ତି। ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାକୁ ରେଳ ସଂ ସଂଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି। ଅନେକ ଗୁରୁ ଗୁରୁତ୍ଵପୂର୍ଣ୍ଣ ଜାତୀୟ ରାଜପଥ ଓଡ଼ିଶା ଦେଇ ଅତିକ୍ରମ କରିଛି। ରାଜ୍ୟରେ ବର୍ତ୍ତମାନ 1 ଲକ୍ଷ 30 ହଜାର କୋଟି ଟଙ୍କାରୁ ଅଧୂକ ମୂଲ୍ୟର ରାଜପଥ ଏବଂ ବଂ ରେଳ ପ୍ରକ ପ୍ରକଳ୍ପ କାମ ଜାରି ରହିଥ‌ିବା ରାଜ୍ୟପାଳ ସୂଚନା ଦେଇଥିଲେ। ନିକଟରେ ଓଡ଼ିଶା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ସେମିକଣ୍ଡକ୍ଟର ପ୍ରକଳ୍ପ ଏବଂ ଜାତୀୟ ଜଳମାର୍ଗ-୫ ରାଜ୍ୟର ବିକାଶକୁ ତ୍ବରାନ୍ବିତ କରିବ ବୋଲି ସେ କହିଥିଲେ ।

ରାଜ୍ୟପାଳ ଆହୁରି କହିଥିଲେ, ଓଡ଼ିଶାରେ ସୁଦୀର୍ଘ ଉପକୂଳ ଓ ପାରାଦୀପ, ଧାମରା ଏବଂ ଗୋପାଳପୁର ଭଳି ପ୍ରମୁଖ ବନ୍ଦର ରହିଛି । ଏସବୁ ବନ୍ଦରକୁ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ବେଶ୍ ଉନ୍ନତ ରହିଛି। କୋଇଲା, ଲୁହାପଥର, ବକ୍ସାଇଟ, ମାଙ୍ଗାନିଜ, କ୍ରୋମାଇଟ୍ ଭଳି ଅନେକ ଗୁରୁତ୍ଵପୂର୍ଣ୍ଣ ଖଣିଜ ଦ୍ରବ୍ୟ ରାଜ୍ୟରେ ପ୍ରଚୁର ମାତ୍ରାରେ ପୂରି ରହିଛି। ଖଣିଜ ସମୃଦ୍ଧ ଅଞ୍ଚଳ ହୋଇଥିବାରୁ ଓଡ଼ିଶାରେ ଶିଳ୍ପାୟନ ମଧ୍ୟ ଦ୍ରୁତ ବେଗରେ ଆଗେଇ ଚାଲିଛି। ଖଣି ଏବଂ ଶିଳ୍ପାୟନରୁ ମିଳୁଥିବା ରାଜସ୍ବ ଓଡ଼ିଶାର ବିକାଶ କାର୍ଯ୍ୟରେ ବିନିଯୋଗ ହେଉଛି।

କୃଷି କ୍ଷେତ୍ରରେ ମଧ୍ୟ ରାଜ୍ୟ ଯଥେଷ୍ଟ ଅଗ୍ରଗତି ହାସଲ କରିଥିବା ରାଜ୍ୟପାଳ କହିଛନ୍ତି। ସେ କହିଛନ୍ତି, ମିଲେଟ୍ସ ଉତ୍ପାଦନ ଏବଂ ଉପଯୋଗରେ ଓଡ଼ିଶା ଦେଶର ଅନ୍ୟତମ ଅଗ୍ରଣୀ ରାଜ୍ୟ ପାଲଟିଛି। କୃଷି କ୍ଷେତ୍ରରେ ପ୍ରଗତି ପାଇଁ ସରକାର ଅନେକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଓଡ଼ିଶାର କଳା ଓ କାରିଗରୀକୁ ମଧ୍ଯ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସ୍ବତନ୍ତ୍ର ହସ୍ତଶିଳ୍ପ ଓ ହସ୍ତିତନ୍ତି ଉତ୍ପାଦ ରହିଛି। ରାଜ୍ୟର ସମ୍ବଲପୁରୀ ଶାଢ଼ୀ, ମାଣିଆବନ୍ଧ ଓ ଗଞ୍ଜାମ ଜିଲ୍ଲାର ବୟନ ଶିଳ୍ପ, କୋଟପାଡ଼ ହସ୍ତତନ୍ତି, କଂସା ପିତ୍ତଳ କାର୍ଯ୍ୟ, କଟକର ତାରକସୀ, ପିପିଲି ଚାନ୍ଦୁଆ, ରଘୁରାଜପୁର ପଟ୍ଟଚିତ୍ର ସମେତ ବିଭିନ୍ନ ହସ୍ତତନ୍ତି ଓ ହସ୍ତଶିଳ୍ପର ଦେଶରେ ତଥା ଦେଶ ବାହାରେ ବିଶେଷ ଚାହିଦା ରହିଛି ।

ରାଜଧାନୀ ଭୁବନେଶ୍ବର ଦେଶର ଏକ ପ୍ରମୁଖ ଶିକ୍ଷା ଏବଂ ଦକ୍ଷତା ବିକାଶ କେନ୍ଦ୍ର ଭାବେ ବିକଶିତ ହେଉଥ‌ିବା ରାଜ୍ୟପାଳ କହିଛନ୍ତି। ସେ କହିଛନ୍ତି, ଆଇଆଇଟି, ଏମ୍ଭ, ନାଇଜର୍ ଓ ବିଶ୍ବ ଦକ୍ଷତା କେନ୍ଦ୍ର ଭଳି ପ୍ରତିଷ୍ଠାନ ଭୁବନେଶ୍ବର ଉପକଣ୍ଠରେ ଗଢ଼ି ଉଠିଛି। ଏସବୁ ସକାରାତ୍ମକ ପରିବେଶ ରାଜ୍ୟର ପ୍ରଗତିକୁ ତ୍ବରାନ୍ବିତ ତିକୁ ତ୍ବରାନ୍ବିତ କରୁଥିବା ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶାର ବିକାଶ ଏବଂ ସ୍ବତନ୍ତ୍ରତା ବିଷୟରେ ରାଜ୍ୟପାଳଙ୍କ ଠାରୁ ଶୁଣି ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧୂ ଦଳ ବେଶ୍ ପ୍ରଭାବିତ ହୋଇଥିଲେ। ପ୍ରତିନିଧୂମାନେ ସେମାନଙ୍କର ଓଡ଼ିଶା ଗସ୍ତର ଅନୁଭୂତି ବିଷୟରେ ରାଜ୍ୟପାଳଙ୍କୁ କହିଥିଲେ । ଏହି ପ୍ରତିନିଧୂ ଦଳ ସହ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ବରର ସହାୟକ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା, ଗଣମାଧ୍ୟମ ଓ ଯୋଗାଯୋଗ ଅଧୂକାରୀ ସ୍ବାଧୀନ ଶକ୍ତିପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ।