"ପ୍ରଣାମ ରାଜେନ୍ଦ୍ର" ଶ୍ରଦ୍ଧାଞ୍ଜଳୀ ସଭା...

Nov 4, 2025 - 22:35
 27
"ପ୍ରଣାମ ରାଜେନ୍ଦ୍ର" ଶ୍ରଦ୍ଧାଞ୍ଜଳୀ ସଭା...

ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ପ୍ରସିଦ୍ଧ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଦ୍ବାଦଶାହ ଅବସରରେ କବି, ଲେଖକ ଓ ସମ୍ପାଦକମାନଙ୍କ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା “ପ୍ରଣାମ ରାଜେନ୍ଦ୍ର” ଅନୁଷ୍ଠିତ ହୋଇଯାଇଛି ।

ଉପସ୍ଥିତ ସାହିତ୍ୟପ୍ରାଣବୃନ୍ଦ ସ୍ବର୍ଗତ କବିଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ସ୍ମୃତିଚାରଣ କରିଥିଲେ ।

ପ୍ରଫେସର କାଳିଦାସ ମିଶ୍ର,ଆଶୁତୋଷ ପରିଡା, ଅଶ୍ବିନୀ କୁମାର ମିଶ୍ର, ପ୍ରଦୀପ ବିଶ୍ବାଳ,ବିଜୟ ପ୍ରସାଦ ମହାପାତ୍ର, ପରେଶ ପଟ୍ଟନାୟକ,ରବୀନ୍ଦ୍ର କୁମାର ସ୍ବାଇଁ, ଅସିତ ମହାନ୍ତି ବନୋଜ ତ୍ରିପାଠୀ, ଶଙ୍କର ନାରାୟଣ ମଲ୍ଲିକ, ରକ୍ଷକ ନାୟକ, ମନୁଆ ଦାସ, କେଦାର ମିଶ୍ର, ଭାଗ୍ୟଲିପି ମଲ୍ଲ, ସୁନନ୍ଦା ପ୍ରଧାନ, ମୌସୁମୀ ଦାସ, ଶୁଭଶ୍ରୀ ଶୁଭଶ୍ମିତା ମିଶ୍ର,ରାଜୀବ ପାଣି, ରୋହିଣୀକାନ୍ତ ମୁଖାର୍ଜୀ, ମିନତି ମିଶ୍ର, ମିନତି ଦାଶ, ଆଦ୍ୟାଶା ଦାସ, ସଞ୍ଜୟ ମହାନ୍ତି, ସତ୍ୟରଞ୍ଜନ ପ୍ରହରାଜ, ବାଦଲ ମହାନ୍ତି, ତପନ ରଥ, ଶୁଭ୍ରାଂଶୁ ପଣ୍ଡା, ପବିତ୍ର ମୋହନ କର,ମିହିର ସାହୁ, ପ୍ରମୋଦ ପଣ୍ଡା, କୃଷ୍ଣ ନାୟକ, ଜ୍ଞାନ ନନ୍ଦ, ସୁଦର୍ଶନ ପଣ୍ଡା ଓ ସୁଧୀର ମଉଡମଣି ପ୍ରମୁଖ କବିଙ୍କ ଲିଖୂତ କାବ୍ୟଗ୍ରନ୍ଥ ଗୁଡିକରୁ ବିଭିନ୍ନ କବିତା ପାଠ କରି ଥିଲେ ।

ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଆରମ୍ଭରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।