ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥୀରେ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବକୁ ସମ୍ବୋଧୂତ କରିଛନ୍ତି

Nov 20, 2025 - 08:45
 6
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥୀରେ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବକୁ ସମ୍ବୋଧୂତ କରିଛନ୍ତି

ଭାରତୀୟ ସଭ୍ୟତାର ମୂଳ ମୂଲ୍ୟବୋଧ ହେଉଛି ସେବା: ପ୍ରଧାନମନ୍ତ୍ରୀ

'ସେବୋ ପରମୋ ଧର୍ମ' ହେଉଛି ସେହି ନୀତି, ଯାହା ଶତାବ୍ଦୀର ପରିବର୍ତ୍ତନ ଏବଂ ଆହ୍ୱାନ ମଧ୍ୟରେ ଭାରତକୁ ବଜାୟ ରଖୁଛି, ଆମ ସଭ୍ୟତାକୁ ଏହାର ଆଭ୍ୟନ୍ତରୀଣ ଶକ୍ତି ପ୍ରଦାନ କରିଛି : ପ୍ରଧାନମନ୍ତ୍ରୀ

ଶ୍ରୀ ସତ୍ୟସାଇ ବାବା ସେବାକୁ ମାନବ ଜୀବନର ହୃଦୟରେ ରଖୁଥିଲେ : ପ୍ରଧାନମନ୍ତ୍ରୀ

ଶ୍ରୀ ସତ୍ୟସାଇ ବାବା ଆଧ୍ୟାତ୍ମିକତାକୁ ସମାଜ ସେବା ଏବଂ ମାନବ କଲ୍ୟାଣ ପାଇଁ ଏକ ଉପକରଣରେ ପରିଣତ କରିଥିଲେ ‌: ପ୍ରଧାନମନ୍ତ୍ରୀ

ଆସନ୍ତୁ ଆମେ ଭୋକାଲ୍ ଫର ଲୋକାଲର ଭାବନାକୁ ଆହୁରି ମଜବୁତ କରିବା ପାଇଁ ସଂକଳ୍ପ ନେବା ; ଏକ ବିକଶିତ ଭାରତ ନିର୍ମାଣ କରିବା ପାଇଁ, ଆମକୁ ଆମର ସ୍ଥାନୀୟ ଅର୍ଥନୀତିକୁ ସଶକୁ କରିବାକୁ ପଡିବ ‌: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥୀରେ ଭଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଉଦ‌ବୋଧନ ଦେଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ବକ୍ରବ୍ୟ "ସାଇ ରାମ" ସହିତ ଆରମ୍ଭ କରିଥିଲେ ଏବଂ ପ୍ରକାଶ କରିଥିଲେ ଯେ ପୁଟ୍ଟପର୍ଥୀର ପବିତ୍ର ଭୂମିରେ ସମସ୍ତଙ୍କ ମଧ୍ୟରେ ଉପସ୍ଥିତ ରହିବା ତାଙ୍କ ପାଇଁ ଏକ ଭାବପ୍ରବଣତାପୂର୍ଣ ଏବଂ ଆଧ୍ୟାତ୍ମିକ ଅନୁଭୂତି । ସେ କହିଥିଲେ ଯେ, କିଛି ସମୟ ପୂର୍ବରୁ ତାଙ୍କୁ ବାବାଙ୍କ ସମାଧୂରେ ପୁଷ୍ପମାଲ୍ୟ ଅର୍ପଣ କରିବାର ସୁଯୋଗ ମିଳିଥିଲା। ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ବାବାଙ୍କ ପାଦ ତଳେ ପ୍ରଣାମ କରିବା ଏବଂ ତାଙ୍କ ଆଶୀର୍ବାଦ ଗ୍ରହଣ କରିବା ସର୍ବଦା ହୃଦୟକୁ ଗଭୀର ଭାବପ୍ରବଣତାରେ ପରିପୂର୍ଣ୍ଣ କରିଥାଏ।

ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ବର୍ଷ କେବଳ ଏହି ପିଢ଼ି ପାଇଁ ଏକ ଉତ୍ସବ ନୁହେଁ, ବରଂ ଏକ ଦିବ୍ୟ ଆଶୀର୍ବାଦ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ଯଦିଓ ବାବା ଆଉ ଶାରୀରିକ ରୂପରେ ଉପସ୍ଥିତ ନାହାଁନ୍ତି, ତାଙ୍କର ଶିକ୍ଷା, ତାଙ୍କର ପ୍ରେମ ଏବଂ ତାଙ୍କର ସେବା ମନୋଭାବ ବିଶ୍ବର କୋଟି କୋଟି ଲୋକଙ୍କୁ ମାର୍ଗଦର୍ଶନ କରିଆସୁଛି। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ୧୪୦ରୁ ଅଧିକ ଦେଶରେ, ଅଗଣିତ ଜୀବନ ନୂତନ ଆଲୋକ, ଦିଗଦର୍ଶନ ଏବଂ ସଂକଳ୍ପ ସହିତ ଆଗକୁ ବଢ଼ୁଛି।

ଶ୍ରୀ ସତ୍ୟ ସାଇ ବାବାଙ୍କ ଜୀବନ ‘ବସୁଧୈବ କୁଟୁମ୍ବକମ୍'ର ଆଦର୍ଶର ଏକ ଜୀବନ୍ଧ ପ୍ରତିମୂର୍ତ୍ତି ଥୂଲା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, "ଏହି କାରଣ ପାଇଁ, ଏହି ଜନ୍ମ ଶତବାର୍ଷିକୀ ବର୍ଷ ସାର୍ବଜନୀନ ପ୍ରେମ, ଶାନ୍ତି ଏବଂ ସେବାର ଏକ ମହାନ ଉତ୍ସବ ପାଲଟିଛି।" ସେ ପ୍ରକାଶ କରିଥିଲେ ଯେ, ଏହି ଅବସରରେ ୧୦୦ ଟଙ୍କାର ସ୍ମାରକୀ ମୁଦ୍ରା ଏବଂ ଡାକ ଟିକେଟ୍ ଜାରି କରିବା ସରକାରଙ୍କ ସୌଭାଗ୍ୟ, ଉଭୟ କାର୍ଯ୍ୟ ବାବାଙ୍କ ସେବା ଐତିହ୍ୟକୁ ପ୍ରତିଫଳିତ କରେ। ସେ ବିଶ୍ବବ୍ୟାପୀ ବାବାଙ୍କ ଭକ୍ତି, ସହକର୍ମୀ ଏବଂ ଅନୁଗାମୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଥିଲେ।

"ଭାରତୀୟ ସଭ୍ୟତାର ମୂଳ ମୂଲ୍ୟବୋଧ ହେଉଛି ସେବା" ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଉଲ୍ଲେଖ କରିଥିଲେ ଯେ, ଭାରତର ସମସ୍ତ ବିବିଧ ଆଧ୍ୟାତ୍ମିକ ଏବଂ ଦାର୍ଶନିକ ପରମ୍ପରା ଶେଷରେ ଏହି ଏକ ଆଦର୍ଶ ଆଡ଼କୁ ନେଇଯାଏ। ଜଣେ ଭକ୍ତି, ଜ୍ଞାନ କିମ୍ବା କର୍ମ ପଥରେ ଚାଲନ୍ତୁ କି ନାହିଁ, ପ୍ରତ୍ୟେକ ସେବା ସହିତ ଜଡିତ ହେବା ଆବଶ୍ୟକ। ସେ ପ୍ରଶ୍ନ କରିଥିଲେ ଯେ, ସମସ୍ତ ପ୍ରାଣୀଙ୍କ ଭିତରେ ଉପସ୍ଥିତ ଦିବ୍ୟ ସେବା ବିନା ଭକ୍ତିର ଅର୍ଥ କ'ଣ, ଯଦି ଏହା ଅନ୍ୟମାନଙ୍କ ପ୍ରତି କରୁଣା ଜାଗ୍ରତ କରେ ନାହିଁ ତେବେ ଜ୍ଞାନର ଅର୍ଥ କ'ଣ, ଏବଂ ଯଦି କର୍ମ ସମାଜକୁ ସେବା ପ୍ରଦାନ କରିବାର ମନୋଭାବ ନେଇ କରାଯାଏ ନାହିଁ ତେବେ କର୍ମର ଅର୍ଥ କ'ଣ। "'ସେବା ପରମୋ ଧର୍ମ' ହେଉଛି ସେହି ନୀତି, ଯାହା ଶତାବ୍ଦୀର ପରିବର୍ତ୍ତନ ଏବଂ ଆହ୍ଵାନ ମଧ୍ୟରେ ଭାରତକୁ ବଜାୟ ରଖୁଛି, ଆମର ସଭ୍ୟତାକୁ ଏହାର ଆଭ୍ୟନ୍ତରୀଣ ଶକ୍ତି ପ୍ରଦାନ କରିଛି" ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି ଉଲ୍ଲେଖ କରିଥିଲେ ଯେ, ଅନେକ ମହାନ ସନ୍ଥ ଏବଂ ସଂସ୍କାରକ ଏହି କାଳଜୟୀ ବାର୍ତ୍ତାକୁ ସେମାନଙ୍କ ସମୟରେ ଉପଯୁକ୍ତ ଉପାୟରେ ଆଗକୁ ବଢ଼ାଇଛନ୍ତି। ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ ଯେ, ଶ୍ରୀ ସତ୍ୟ ସାଇ ବାବା ସେବାକୁ ମାନବ ଜୀବନର ହୃଦୟରେ ସ୍ଥାନ ଦେଇଥିଲେ। ସେ ବାବାଙ୍କ ବାଣୀ, "ସମସ୍ତଙ୍କୁ ଭଲ ପାଅ, ସମସ୍ତଙ୍କ ସେବା କର," କଥା ମନେ ପକାଇଥିଲେ ଏବଂ ଦୃଢ଼ତାର ସହିତ ପ୍ରକାଶ କରିଥିଲେ ଯେ ବାବାଙ୍କ ପାଇଁ ସେବା ପ୍ରେମର ବାସ୍ତବ ରୂପ ଥୂଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିକ୍ଷା, ସ୍ବାସ୍ଥ୍ୟସେବା, ଗ୍ରାମୀଣ ବିକାଶ ଏବଂ ଅନ୍ୟାନ୍ୟ ଅନେକ କ୍ଷେତ୍ରରେ ବାବାଙ୍କ ପ୍ରତିଷ୍ଠାନଗୁଡ଼ିକ ଏହି ଦର୍ଶନର ଜୀବନ୍ଧ ପ୍ରମାଣ ଭାବରେ ଦଣ୍ଡାୟମାନ ହୋଇ ରହିଛି। ସେ ଗୁରୁତ୍ବାରୋପ କରିଥିଲେ ଯେ ଏହି ପ୍ରତିଷ୍ଠାନଗୁଡ଼ିକ ଦର୍ଶାଏ ଯେ ଆଧ୍ୟାତ୍ମିକତା ଏବଂ ସେବା ପୃଥକ ନୁହେଁ, ବରଂ ସମାନ ସତ୍ୟର ଭିନ୍ନ ଭିନ୍ନ ପରିପ୍ରକାଶ । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ, ଜଣଙ୍କ

ଶାରୀରିକ ଉପସ୍ଥିତି ସମୟରେ ଲୋକଙ୍କୁ ପ୍ରେରଣା ଦେବା ଅସ୍ବାଭାବିକ କଥା ନୁହେଁ, ବାବାଙ୍କ ଅନୁଷ୍ଠାନଗୁଡ଼ିକର ସେବା କାର୍ଯ୍ୟକଳାପ

ତାଙ୍କ ଶାରୀରିକ ଅନୁପସ୍ଥିତି ସତ୍ତ୍ବେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହା ଦର୍ଶାଉଛି ଯେ ପ୍ରକୃତ ମହାନ ଆତ୍ମାମାନଙ୍କର ପ୍ରଭାବ ସମୟ ସହିତ ହ୍ରାସ ପାଏ ନାହିଁ - ଏହା ପ୍ରକୃତରେ ବୃଦ୍ଧି ପାଏ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଶ୍ରୀ ସତ୍ୟ ସାଇ ବାବାଙ୍କ ବାର୍ଷା କେବେ ବି ପୁସ୍ତକ, ପ୍ରବଚନ କିମ୍ବା ଆଶ୍ରମର ସୀମା ମଧ୍ୟରେ ସୀମିତ ନୁହେଁ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ମନ୍ଧବ୍ୟ ଦେଇଥିଲେ ଯେ, ବାବାଙ୍କ ଶିକ୍ଷାର ପ୍ରଭାବ ଲୋକଙ୍କ ମଧ୍ୟରେ ଦୃଶ୍ୟମାନ ହେଉଛି। ସହରରୁ ଦୂରବର୍ତ୍ତୀ ଗ୍ରାମ, ବିଦ୍ୟାଳୟରୁ ଆଦିବାସୀ ବସତି ପର୍ଯ୍ୟନ୍ତ, ସମଗ୍ର ଭାରତରେ ସଂସ୍କୃତି, ଶିକ୍ଷା ଏବଂ ଚିକିତ୍ସା ସେବାର ଏକ ଉଲ୍ଲେଖନୀୟ ପ୍ରବାହ ରହିଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଲକ୍ଷ ଲକ୍ଷ ବାବାଙ୍କ ଅନୁଗାମୀ ନିଃସ୍ବାର୍ଥପର ଭାବରେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ, "ମାନବ ସେବା ହିଁ ମାଧବ ସେବା" ହେଉଛି ବାବାଙ୍କ ଭକ୍ତମାନଙ୍କ ପାଇଁ ସର୍ବୋଚ୍ଚ ଆଦର୍ଶ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ବାବା ଅନେକ ବିଚାରଧାରା ପ୍ରଦାନ କରି ଯାଇଛନ୍ତି, ଯାହା କରୁଣା, କର୍ତ୍ତବ୍ୟ, ଶୃଙ୍ଖଳା ଏବଂ ଜୀବନ ଦର୍ଶନର ସାରକୁ ମୂର୍ତିମନୁ କରିଥାଏ। ସେ ବାବାଙ୍କ ମାର୍ଗଦର୍ଶୀ ନୀତିଗୁଡ଼ିକୁ ମନେ ପକାଇଥିଲେ, ଯେମିତିକି : "ସଦାସର୍ବଦା ସାହାଯ୍ୟ କର, କେବେ ବି କଷ୍ଟ ଦିଅ ନାହିଁ," ଏବଂ "କମ୍ କଥା ହୁଅ, ଅଧୂକ କାମ କର," ଏବଂ ଦୃଢ଼ ଭାବରେ କହିଥିଲେ ଯେ ଶ୍ରୀ ସତ୍ୟସାଇ ବାବାଙ୍କ ଏପରି ଜୀବନ ମନ୍ତ୍ର ଆଜି ମଧ୍ୟ ସମସ୍ତଙ୍କ ହୃଦୟରେ ପ୍ରତିଧ୍ବନିତ ହେଉଛି।

ଶ୍ରୀ ସତ୍ୟ ସାଇ ବାବା ସମାଜ ଏବଂ ଲୋକଙ୍କ କଲ୍ୟାଣ ପାଇଁ ଆଧ୍ୟାତ୍ମିକତାକୁ ବ୍ୟବହାର କରିଥିଲେ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହାକୁ ନିଃସ୍ବାର୍ଥପର ସେବା, ଚରିତ୍ର ଗଠନ ଏବଂ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ସହିତ ସଂଯୋଗ କରିଥିଲେ। ସେ ଆଲୋକପାତ କରିଥିଲେ ଯେ, ବାବା କୌଣସି ସିଦ୍ଧାନ୍ତ କିମ୍ବା ବିଚାରଧାରା ଲଦି ଦେଇ ନଥିଲେ, ବରଂ ଗରିବମାନଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କ ଦୁଃଖ ଦୂର କରିବା ପାଇଁ କାର୍ଯ୍ୟ କରିଥିଲେ। ଶ୍ରୀ ମୋଦୀ ମନେ ପକାଇଥିଲେ ଯେ, ଗୁଜରାଟ ଭୂମିକମ୍ପ ପରେ, ବାବାଙ୍କ ସେବା ଦଳ ରିଲିଫ୍ ଯୋଗାଣ କ୍ଷେତ୍ରରେ ଆଗରେ ଠିଆ ହୋଇଥିଲା। ତାଙ୍କ ଅନୁଗାମୀମାନେ ଅନେକ ଦିନ ପର୍ଯ୍ୟନ୍ତ ପୂର୍ଣ୍ଣ ସମର୍ପିତ ଭାବନାର ସହିତ ସେବା କରିଥିଲେ, ପ୍ରଭାବିତ ପରିବାରକୁ ସହାୟତା ପହଞ୍ଚାଇବା, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ଏବଂ ମନୋସାମାଜିକ ସମର୍ଥନ ପ୍ରଦାନ କରିବାରେ ଗୁରୁତ୍ବପୂର୍ଣ ଯୋଗଦାନ ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ଗୋଟିଏ ସାକ୍ଷାତ କାହାର ହୃଦୟକୁ ତରଳାଇ ଦେଇପାରେ କିମ୍ବା ତାଙ୍କ ଜୀବନର ଦିଗ ପରିବର୍ତ୍ତନ କରିପାରେ, ଏହା ସେହି ବ୍ୟକ୍ତିଙ୍କ ମହାନତାକୁ ପ୍ରତିଫଳିତ କରେ। ସେ ଉଲ୍ଲେଖ କରିଥିଲେ ଯେ ବର୍ତ୍ତମାନର କାର୍ଯ୍ୟକ୍ରମରେ ମଧ୍ୟ ଅନେକ ବ୍ୟକ୍ତି ଅଛନ୍ତି, ଯାହାଙ୍କ ଜୀବନ ବାବାଙ୍କ ବାର୍ଷା ଦ୍ବାରା ଗଭୀର ଭାବରେ ପରିବର୍ତ୍ତନ ହୋଇଛି।

ଶ୍ରୀ ସତ୍ୟ ସାଇ ବାବାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ, ଶ୍ରୀ ସତ୍ୟସାଇ କେନ୍ଦ୍ରୀୟ ଟ୍ରଷ୍ଟ ଏବଂ ଏହାର ସହଯୋଗୀ ସଂଗଠନଗୁଡ଼ିକ ଏକ ସଂଗଠିତ, ସାଂଗଠନିକ ଏବଂ ଦୀର୍ଘକାଳୀନ ଭାବରେ ସେବାକୁ ଆଗକୁ ବଢ଼ାଉଥିବାରୁ ସନ୍ତୋଷ ପ୍ରକାଶ କରି ଶ୍ରୀ ମୋଦୀ କହିଥିଲେ ଯେ, ଆଜି ଏହା ଏକ ବ୍ୟବହାରିକ ମଡେଲ ଭାବରେ ଆମ ଆଗରେ ଠିଆ ହୋଇଛି। ସେ ଜଳ, ଗୃହ, ସ୍ବାସ୍ଥ୍ୟସେବା, ପୁଷ୍ଟି, ବିପର୍ଯ୍ୟୟ ସହାୟତା ଏବଂ ସ୍ବଚ୍ଛ ଶକ୍ତି ଭଳି କ୍ଷେତ୍ରରେ କରାଯାଉଥ‌ିବା ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ଅନେକ ସେବା ପଦକ୍ଷେପ ସମ୍ପର୍କରେ ବିଶେଷ ଉଲ୍ଲେଖ କରିଥିଲେ : ରାୟଲସୀମାରେ ଗମ୍ଭୀର ପାନୀୟ ଜଳ ସଙ୍କଟକୁ ଦୂର କରିବା ପାଇଁ ଟ୍ରଷ୍ଟ ୩୦୦୦ କିଲୋମିଟରରୁ ଅଧିକ ପାଇପଲାଇନ ବିଛାଇବା ; ଓଡ଼ିଶାରେ ବନ୍ୟା ପ୍ରଭାବିତ ପରିବାର ପାଇଁ ୧୦୦୦ ଘର ନିର୍ମାଣ ; ଏବଂ ଏପରି ହସ୍ପିଟାଲ ଚଳାଇବା ଯେଉଁଠାରେ ଗରିବ ପରିବାରମାନେ ବିଲିଂ କାଉଣ୍ଡର ନଥୁବା ଦେଖ୍ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ସେ ଉଲ୍ଲେଖ କରିଥିଲେ ଯେ, ଚିକିତ୍ସା ମାଗଣା ହୋଇଥିଲେ ମଧ୍ୟ ରୋଗୀ ଏବଂ ସେମାନଙ୍କ ପରିବାର କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହିଁ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଝିଅମାନଙ୍କ ନାମରେ ଟ୍ରଷ୍ଟ ଦ୍ବାରା ୨୦,୦୦୦ ରୁ ଅଧିକ ସୁକନ୍ୟା ସମୃଦ୍ଧି ଯୋଜନା ଆକାଉଣ୍ଡ ଖୋଲାଯାଇଛି, ଯାହା ସେମାନଙ୍କ ଶିକ୍ଷା ଏବଂ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରୁଛି।

ଦଶ ବର୍ଷ ପୂର୍ବେ ଭାରତ ସରକାର ଝିଅମାନଙ୍କ ଶିକ୍ଷା ଏବଂ ସେମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଉପରେ ଧ୍ୟାନ ଦେଇ ସୁକନ୍ୟା ସମୃଦ୍ଧି ଯୋଜନା ଆରମ୍ଭ କରିଥିଲେ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ଏହା ଦେଶର କିଛି ଯୋଜନା ମଧ୍ୟରୁ ଏମିତି ଗୋଟିଏ ଯାହା ଆମ ଝିଅମାନଙ୍କୁ ସର୍ବାଧ‌ିକ ୮.୨ ପ୍ରତିଶତ ସୁଧ ହାର ପ୍ରଦାନ କରେ। ସାରା ଭାରତରେ ଝିଅମାନଙ୍କ ପାଇଁ ଏହି ଯୋଜନା ଅଧୀନରେ ୪ କୋଟିରୁ ଅଧିକ ଆକାଉଣ୍ଡ ଖୋଲାଯାଇଛି ଏବଂ ଏପର୍ଯ୍ୟନ୍ତ ଏହି ଆକାଉଣ୍ଡଗୁଡ଼ିକରେ ୩.୨୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା କରାଯାଇଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ସତ୍ୟ ସାଇ ପରିବାର ଦ୍ବାରା ଏଠାରେ ୨୦,୦୦୦ ସୁକନ୍ୟା ସମୃଦ୍ଧି ଆକାଉଣ୍ଡ ଖୋଲିବା ଭଳି ମହାନ ପଦକ୍ଷେପକୁ ପ୍ରଶଂସା କରିଥିଲେ। ତାଙ୍କ ନିର୍ବାଚନମଣ୍ଡଳୀ ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ, ଗତ ବର୍ଷ ଫେବୃଆରୀରେ ବାରାଣସୀରେ ଝିଅମାନଙ୍କ ପାଇଁ ୨୭,୦୦୦ ସୁକନ୍ୟା ସମୃଦ୍ଧି ଆକାଉଣ୍ଡ ଖୋଲାଯାଇଥିଲା ଏବଂ ପ୍ରତ୍ୟେକ ଆକାଉଣ୍ଟକୁ ୩୦୦ ଟଙ୍କା ପ୍ରଦାନ କରାଯାଇଥିଲା। ସେ ଦୃଢୋକ୍ତି ପ୍ରକାଶ କରିଥିଲେ ଯେ, ସୁକନ୍ୟା ସମୃଦ୍ଧି ଯୋଜନା ଝିଅମାନଙ୍କ ଶିକ୍ଷା ଏବଂ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

ଗତ ଏଗାର ବର୍ଷ ମଧ୍ୟରେ ଭାରତରେ ଅନେକ ଯୋଜନା ଆରମ୍ଭ ହୋଇଛି ଯାହା ନାଗରିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ଢାଞ୍ଚାକୁ ଉଲ୍ଲେଖନୀୟ ଭାବରେ ସୁଦୃଢ଼ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଗରିବ ଏବଂ ଅବହେଳିତ ଲୋକଙ୍କୁ ସାମାଜିକ ସୁରକ୍ଷା ପରିସରକୁ ଅଧୂକ ପରିମାଣରେ ଅଣାଯାଉଛି। ୨୦୧୪ରେ କେବଳ ୨୫ କୋଟି ଲୋକ ଏଥିରେ ଅନ୍ତର୍ଭୁକ୍ତ ହୋଇଥିବାବେଳେ, ଆଜି ଏହି ସଂଖ୍ୟା ପ୍ରାୟ ୧୦୦ କୋଟିରେ ପହଞ୍ଚିଛି । ଶ୍ରୀ ମୋଦୀ ଆହୁରି ଉଲ୍ଲେଖ କରିଥିଲେ ଯେ, ଭାରତର କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକ ସମ୍ପର୍କରେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ହେଉଛି।