ପ୍ରସିଦ୍ଧ ଉର୍ଦ୍ଦୁ କବି ଗୁଲଜାର ଓ ବିଦ୍ୱାନ ଜଗତ୍ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ମିଳିବ ଜ୍ଞାନପୀଠ ପୁରସ୍କାର
ମୁମ୍ବାଇ : ପ୍ରସିଦ୍ଧ ଉର୍ଦ୍ଦୁ କବି ତଥା ଗୀତିକୀର ଗୁଲଜାର ପାବେ ଜ୍ଞାନପୀଠ ପୁରସ୍କାର । ସଂସ୍କୃତ ବିଦ୍ୱାନ ଜଗତ୍ଗୁରୁ ରାମଭଦ୍ରାଚାର୍ଯ୍ୟ ମଧ୍ୟ ପାଇବେ ଜ୍ଞାନପୀଠ ପୁରସ୍କାର । ୫୮ ତମା ଜ୍ଞାନପୀଠ ପୁରସ୍କାର କମିଟି ଦ୍ୱାରା ଉଭୟ ମନୋନୀତ ।ସାରା ବିଶ୍ୱରେ ଜଣାଶୁଣା ଗୀତିକାର ଗୁଲଜାରଙ୍କୁ ଉର୍ଦ୍ଦୁ ଭାଷାରେ ତାଙ୍କର ଅପୂର୍ବ ଅବଦାନ ପାଇଁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଏହା ସହିତ ସଂସ୍କୃତ ଭାଷାରେ ଅବଦାନ ପାଇଁ ସାହିତ୍ୟର ଏହି ସର୍ବୋଚ୍ଚ ସମ୍ମାନ ପାଇଁ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ନାମ ମଧ୍ୟ ମନୋନୀତ ହୋଇଛି।ଜନ୍ମର ଦୁଇ ମାସ ପରେ ଆଖି ହରାଇଥିବା ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଜଣେ ଉତ୍କୃଷ୍ଟ ଶିକ୍ଷକ ତଥା ସଂସ୍କୃତ ଭାଷାର ପଣ୍ଡିତ ଥିଲେ। ଅନେକ ଭାଷାରେ ଜଣାଶୁଣା ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ୮୦ ଟି ପୁସ୍ତକ ଲେଖିଛନ୍ତି। ତାଙ୍କର ୨୨ ଟି ଭାଷା ବିଷୟରେ ଜ୍ଞାନ ଅଛି। ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ମଧ୍ୟ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି।
Editor
Feb 17, 2024 - 18:52
Updated: Feb 17, 2024 - 19:02