ଫାଇଲେରିଆ ନିରାକରଣ ପାଇଁ ଓଡ଼ିଶାରେ ସାମୂହିକ ଔଷଧ ସେବନ (MDA) କାର୍ଯ୍ୟକ୍ରମ ଆରମ୍ଭ

Feb 10, 2026 - 20:24
 6
ଫାଇଲେରିଆ ନିରାକରଣ ପାଇଁ ଓଡ଼ିଶାରେ ସାମୂହିକ ଔଷଧ ସେବନ (MDA) କାର୍ଯ୍ୟକ୍ରମ ଆରମ୍ଭ

ଫାଇଲେରିଆ ନିରାକରଣ ପାଇଁ ଓଡ଼ିଶାରେ ସାମୂହିକ ଔଷଧ ସେବନ (MDA) କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ବର, ୧୦ ଫେବୃଆରୀ – ଫାଇଲେରିଆ ନାମକ ମଶାଜନିତ ରୋଗକୁ ସମ୍ପୂର୍ଣ୍ଣ ନିରାକରଣ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସାମୂହିକ ଔଷଧ ସେବନ (MDA) କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ଡ଼. ମୁକେଶ ମହାଲିଙ୍ଗ, ମାନନୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଓଡ଼ିଶା ସରକାରଙ୍କ ଦ୍ବାରା କରାଯାଇଛି।

୧୦ ଠାରୁ ୧୯ ଫେବୃଆରୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି MDA ଅଭିଯାନରେ ବଲାଙ୍ଗିର, ବରଗଡ଼, ଗଞ୍ଜାମ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାର ୭ଟି ବ୍ଲକ୍/ସହରାଞ୍ଚଳର ପ୍ରାୟ ୭.୪୦ ଲକ୍ଷ ଲୋକଙ୍କୁ ଫାଇଲେରିଆ ନିରୋଧୀ ଔଷଧ ସେବନ କରିବାକୁ ଦିଆଯିବ ।

ଔଷଧ ସଠିକ୍ ଭାବେ ଓ ନିରୀକ୍ଷଣ ସହିତ ସେବନ ସୁନିଶ୍ଚିତ କରିବା ପାଇଁ ୨୨୦୦ ଜଣ ଔଷଧ ଖୁଆଉଥ‌ିବା କର୍ମୀ ନିଯୁକ୍ତ ହୋଇଛନ୍ତି ଏବଂ ୨୧୦ ଜଣ ସୁପରଭାଇଜର ତାଙ୍କ କାର୍ଯ୍ୟ ଉପରେ ନିରୀକ୍ଷଣ କରୁଛନ୍ତି।

ଏହି ଅବସରରେ ଜାତୀୟ ସ୍ତରର ସାମୂହିକ ଔଷଧ ସେବନ (MDA) କାର୍ଯ୍ୟକ୍ରମର ଉଦ୍‌ଘାଟନ ମଧ୍ୟ ଆଭାସୀ ମାଧ୍ୟମରେ ଶ୍ରୀ ଜେ, ପି, ନଙ୍ଗା, ମାନନୀୟ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଭାରତ ସରକାରଙ୍କ ଦ୍ବାରା କରାଯାଇଥିଲା ।

ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଡ଼. ମୁକେଶ ମହାଲିଙ୍ଗ, ମାନନୀୟ ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରୀ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର- ତଥା -ସଚିବ, ମିଶନ ନିର୍ଦ୍ଦେଶିକା, ଜାତୀୟ ସ୍ବାସ୍ଥ୍ୟ ମିଶନ, ଓଡ଼ିଶା, ସହିତ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧୂକାରୀମାନେ ଉପସ୍ଥିତ ଥିଲେ।

ଗତ କିଛି ବର୍ଷ ମଧ୍ୟରେ ଲିମ୍ଫାଟିକ୍ ଫାଇଲେରିଆସିସ୍ ନିରାକରଣ (ELF) କ୍ଷେତ୍ରରେ ଓଡ଼ିଶା ରାଜ୍ୟ ଜାତୀୟ ସ୍ମରରେ ଗୁରୁତ୍ବପୂର୍ଣ୍ଣ ସଫଳତା ହାସଲ କରିଛି। ୨୦୨୩ ମସିହାରେ ରାଜ୍ୟର ୩୪୯ଟି ବ୍ଲକ୍‌/ସହରାଞ୍ଚଳରେ ସାମୂହିକ ଔଷଧ ସେବନ (MDA) କାର୍ଯ୍ୟକ୍ରମ ହୋଇଥ‌ିବାବେଳେ, ୨୦୨୫ ମସିହାରେ ଏହା ୧୬୨ଟିକୁ କମିଥିଲା। ଫେବୃଆରୀ ୨୦୨୫ MDA ରାଉଣ୍ଡରେ ୪୭ଟି ବ୍ଲକ୍/ସହରାଞ୍ଚଳ ରେ ହୋଇଥିଲା, ଯାହା ଫେବୃଆରୀ ୨୦୨୬ ରେ କମି ୭ଟିକୁ ଆସିଛି।

୨୦୨୫–୨୬ ମସିହାରେ ୨୫ଟି ଇଭାଲୁଏସନ୍ ୟୁନିଟ୍ ଓ ୧୧୩ଟି ଇମ୍ପ୍ଲିମେଣ୍ଟେସନ୍ ୟୁନିଟ୍ (ବ୍ଲକ୍/ସହରାଞ୍ଚଳ) ୯୬% ସଫଳତା ହାର ସହିତ ଟ୍ରାନ୍ସମିସନ୍ ଆସେସ୍‌ମେଣ୍ଟ ସର୍ଭେ (TAS) ପାସ୍ କରିଛନ୍ତି। କୋରାପୁଟ, ମାଲକାନଗିରି, ଗଜପତି, କେନ୍ଦ୍ରାପଡ଼ା, ନବରଙ୍ଗପୁର, ପୁରୀ, ଜଗତସିଂହପୁର, ଦେବଗଡ଼ ଓ ବୌଦ୍ଧ – ଏହି ୯ଟି ଜିଲ୍ଲା TAS-3 ପାସ୍‌ କରିଛନ୍ତି। ଖୋର୍ଦ୍ଧା, ନୟାଗଡ଼, ନୂଆପଡ଼ା ଓ କନ୍ଧମାଳ TAS-1 କ୍ଲିୟର୍ କରିଛନ୍ତି। କନ୍ଧମାଳ ଜିଲ୍ଲା କେବଳ ୫ ରାଉଣ୍ଡ MDA ପରେ TAS-1 କ୍ଲିୟର୍ କରିଥିବା ଏକ ଉଦାହରଣୀୟ ସଫଳତା। ୨୦୨୫ ମସିହାରେ ଓଡ଼ିଶାର ସାମୂହିକ ଔଷଧ ସେବନ (MDA) କାର୍ଯ୍ୟକ୍ରମକୁ ଭାରତ ସରକାର ଦ୍ବାରା ଶ୍ରେଷ୍ଠ ପ୍ରଥା (Best Practice) ଭାବେ ଚୟନ କରାଯାଇଥିଲା ।

ରାଜ୍ୟ ସରକ ରକାର ବିକଶିତ ଓଡ଼ିଶାର ଦୃଷ୍ଟିକୋଣର ଅଂଶ ଭାବେ ଫାଇଲେରିଆ ନିରାକରଣ ପାଇଁ ଦୃଢ଼ ପ୍ରତିବଦ୍ଧ। ଏହି ଅଭିମୁଖ୍ୟ ଲୋକମାନଙ୍କ ସ୍ବାସ୍ଥ୍ୟରେ ପରିବର୍ତ୍ତନ ଆଣିବାକୁ ଉଦ୍ଦିଷ୍ଟ। ରାଜ୍ୟ ସରକାର ସାର୍ବଜନୀନ ସ୍ବାସ୍ଥ୍ୟ ପ୍ରଣାଳୀକୁ ସୁଦୃଢ଼ କରିବା ସହ ଏହାକୁ ଜନଆନ୍ଦୋଳ ଦାଳନର ରୂପ ଦେବା ପାଇଁ ମଧ୍ୟ ଲକ୍ଷ୍ୟ ରଖୁଛନ୍ତି। ସରକାର ଉନ୍ନତ ସ୍ବାସ୍ଥ୍ୟ ସେବା ଦେବା ପାଇଁ ପ୍ରତିବଦ୍ଧ ରହିଛନ୍ତି।

ଲିମ୍ଫାଟିକ୍ ଫ ଫାଇଲେରିଆସିସ୍ ନିରାକରଣ ଦିଗରେ ରାଜ୍ୟର ତ୍ବରାନ୍ବିତ ପ୍ରୟାସକୁ ଦୃଷ୍ଟିରେ ରଖୁ, ଓଡ଼ିଶା ସରକାର ଜାତୀୟ ଲକ୍ଷ୍ୟ ଅନୁ ଅନୁଯାୟୀ ୨୦୨୭ ସୁଦ୍ଧା ଏହି ଅବହେଳିତ ଉଷ୍ଣକଟିବନ୍ଧୀୟ ରୋଗକୁ ( Neglected Tropical Disease) ସମ୍ପୂର୍ଣ୍ଣ ନିରାକରଣ କରି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ବନ୍ଦ କରିବାକୁ ଆଶାବାଦୀ।